ପଦ୍ମପୁର :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମର ଶ୍ରୀ ଲଲିତ ଜଗତ ଜଣେ ଉଚ୍ଚ ଶିକ୍ଷିତ ତଥା ଲୋକକଳା ରେ ରାଜ୍ଯ ତଥା ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବାରୁ ତାଙ୍କୁ ଜିଲ୍ଲା ସଂସ୍କୃତି ବିଭାଗ ବରଗଡ଼ ତରଫରୁ ପାଇକମାଲ ବ୍ଲକ କଳା ସଂସ୍କୃତି ସଂଘ ର ଉପ ସଭାପତି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି l ଶ୍ରୀ ଲଳିତ ଜଗତ ଲୋକକଳା ର ଏକାଧାରରେ ବହୁ ପ୍ରତିଭା ର ଅଧିକାରୀ l ସେ ଜଣେ ସୁନାମଧନ୍ୟ ଗାୟକ, ବାୟକ, ନୃତ୍ୟ ଗୁରୁ,କବି, ସାହିତ୍ୟକ, ଗୀତିକାର, ନାଟ୍ଯକାର ଓ ନିର୍ଦ୍ଦେଶକ l କଳା କ୍ଷେତ୍ରରେ ରାଜ୍ୟ ଓ ଜାତୀୟ ସ୍ତରରେ ଅଭିପ୍ସା ଅନୁଷ୍ଠାନ ତରଫରୁ ନାଟ୍ଯ ରତ୍ନ, ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡ଼ିଶା (ସ୍କାଟ୍-ଓଡିଶା) ର ଉପାଧି,ରାଜ୍ଯ ପ୍ରତିଭା ଓ କଳାକାର ପଞ୍ଜୀକରଣ ସଂଘ, ଓଡ଼ିଶା (ଷ୍ଟାର୍ – ଓଡ଼ିଶା) ତରଫରୁ କଳିଙ୍ଗ ରତ୍ନ, ମନସ୍ଵିନୀ ଅନୁଷ୍ଠାନ ରୁ ମଞ୍ଚ ଗୌରବ ସମ୍ମାନ ଓ ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ସ୍ଵର୍ଗତ ଅରୁଣ ଜେଟଲୀ ସ୍ମୃତି ସମ୍ମାନ ପାଇଛନ୍ତି l ଏଭଳି ବିଭିନ୍ନ ଅନୁଷ୍ଠାନ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ସହ ଅନେକ ଗୁଡ଼ିଏ ଉପାଧି ରେ ସମ୍ମାନୀତ କରିଛନ୍ତି l ସେ ମାଁ ସରସ୍ଵତୀ ଙ୍କ ଆଶ୍ରିର୍ବାଦ ରୁ ବରଗଡ଼ ଜିଲ୍ଲା ର ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ର ସଫଳ କଳାକାର ଭାବେ ନିଜର ପରିଚୟ ସୃଷ୍ଟି କରି ଆଜି ଉଜ୍ବଳ ତାରକା ଭାବେ ଉଦୟମାନ l ତାଙ୍କ ନିଜସ୍ଵ ର ରେଜିଷ୍ଟ୍ରି ଭୁକ୍ତ ଏକ ଫୋକ ଡ୍ୟାନ୍ସ “ଉପାୟ “ସାଂସ୍କୃତିକ ଅନୁଷ୍ଠାନ ମଧ୍ୟ ରହିଛି l ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ଲୋକ ମହୋତ୍ସବ ରେ ଅଂଶଗ୍ରହଣ କରି ବହୁ ଗୁଡ଼ିଏ ପୁରସ୍କାର ଅଧିକାରୀ l ବର୍ତ୍ତମାନ ସେ ବିଭିନ୍ନ କଳା ସଂଘ ଓ ଅନୁଷ୍ଠାନରେ ରହି ସଫଳ ଭାବରେ କାର୍ଯ୍ୟ ସମ୍ପାଦନ କରିଚାଲିଛନ୍ତି l ଏ ଖବର ପାଇ ପାଇକମାଲ ଅଞ୍ଚଳର ସମସ୍ତ କଳା ସଂଘ ଓ ପାଇକମାଳ ବ୍ଲକ କଳାକାର ମହାସଂଘ ରେ ଖୁସିର ଲହରୀ ଖେଳିଯାଇଛି l ଏଥର ପାଇକମାଲ ବ୍ଲକ କଳା ସଂସ୍କୃତି ସଂଘ ର ଉନ୍ନତି ହେବା ସଙ୍ଗେ ସଙ୍ଗେ ସମସ୍ତ କଳାକାର ମାନଙ୍କର ଠିକ୍ ଭାବେ ସଂସ୍କୃତି ବିଭାଗ ତରଫରୁ ସୁବିଧା ସୁଯୋଗ ପାଇପାରିବେ ବୋଲି ମହାସଂଘର ସଭାପତି ଶ୍ରୀଯୁକ୍ତ ପ୍ରେମ୍ ସାଗର ଫୌଜଦାର ମତବ୍ୟକ୍ତ କରିଛନ୍ତି l ମହାସଂଘର ସମସ୍ତ ସଭ୍ୟ ଙ୍କ ତରଫରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି lବରଗଡ ପଦ୍ମପୁର ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା
କଳା ଓ କଳାକାର ର ଅଧିକାରୀ ଲଳିତ ଜଗତ ହେଲେ କଳା ସଂସ୍କୃତି ସଂଘ ର ଉପସଭାପତି
Click for Any Complaint Regarding This News
AAA Online Services