ଶୀତ ରାତି…..

Advertisement
Advertisement
Click for Any Complaint Regarding This News
AAA Online Services

ଶୀତ ରାତି
(କବି ପ୍ରତିଭା କେଶବ ଚନ୍ଦ୍ର ନାୟକ)
**********
ଶୀତ ରାତି ଭଲ ଲାଗେ
ରେଜେଇ ଭିତରେ ତୁମେ ଆଉ ମୁଁ ଥିଲେ……
ଶୂନ୍ ଶାନ୍ ପ୍ରକୋଷ୍ଠରେ ଦୁହେଁ ମିଶି କାନେ କାନେ
ଧୀରେ ଧୀରେ ଗପୁଥିଲେ…..
ମିଛି ମିଛିକା ଗପ/ସେ ଗପରେ କେବଳ ହସ ଥିବ
ମତୁଆଲା ମନ ଥିବ/ପ୍ରେମ ଥିବ/ଯୌବନ ଥିବ/
ଆଉ ଆନନ୍ଦ ଉପଭୋଗ ଥିବ/
ଶୀତ ବଢୁଥିଲେ….ଧିରେ ଧିରେ
ରେଜେଇ ଭିତରେ ଦୁହେଁ ଦୁହିଁ କି
ବାହୁ ବନ୍ଧନରେ ଛନ୍ଦି ନିବିଡ ହୋଇ ଯିବା/
ସଂପର୍କର ମାନେ କ’ଣ….
ତୁମେ ମୋ ଭିତରେ
ରାତି ସାରା ଗବେଷଣା କରିବା….
ଏ ଦେହର ଅଜଣା ଭୂଗୋଳକୁ !
ତୁମେ ଯେତେ ଯେତେ ବ୍ଯବଧାନକୁ ହ୍ରାସ କରି
ନିବିଡେଇ ଯିବ
ମୋ ବାହୁ ବନ୍ଧନରେ…..
ଏ ଦେହରେ କାଳ ବୈଶାଖିର ଝଡ ବହିବ
ତୁମେ ଜାଣିବ…ଶୀତ ରାତିଟା କି ମଧୁର ମହକରେ
ଫୁଲ ସୁଗନ୍ଧରେ ମହକି ଯିବ ରେଜେଇ ଭିତରେ/
ଦେହ ଆଉ ଯୌବନରେ ଏତେ ଭୋକ ଅଛି ବୋଲି
କିଏ ଜାଣିଥିଲା ଯେ …..
ପୁରୁଷ ସନ୍ଯାସୀ ନହୋଇ ସଂସାରୀ ହୋଇ ଗଲା?
ବୋଧେ ଦେବତାମାନେ….ବିନା ନାରୀରେ ରହି ପାରିଲେ ନି ବୋଲି….ଗୃହସ୍ଥ ହୋଇ ଗଲେ/ ଆଉ ଏକାଧିକ ସୁନ୍ଦରୀଙ୍କ ମାୟା ଜାଲରେ ଛନ୍ଦି ହୋଇ କଳଙ୍କର ଟୀକାକୁ ମଥାରେ ଧାରଣ କଲେ କାଳ କାଳ
ହଁ….!ଶୀତଟା ବୋଧେ ଗୃହସ୍ଥୀ ପାଇଁ ସୁଖ ଆଉ ସ୍ବପ୍ନକୁ
ବାସ୍ତବ ରୂପ ଦେଇ ଏ ଧରାକୁ ଆସିଛି….!!
ବିରହୀ ପ୍ରାଣରେ କିନ୍ତୁ କାମନାର ବିଷ ବଳୟକୁ କରି କବଳିତ
କୁରୁକ୍ଷେତ୍ରର ଅଦୃଶ୍ଯ ସୁଦର୍ଶନ ଚକ୍ର ସମ
କରୁଛି ରସିକଙ୍କ ଶିର ଛେଦ….!
କୁମାରମାନେ/ବିପତ୍ନିକମାନେ ମନର ମାନସୀକୁ ଝୁରି ଝୁରି
କାମନା ବାଣରେ ଜର୍ଜରିତ ନିଶାର୍ଦ୍ଧରେ…!!
ଶୀତ ହୁଏ ତ କାହା ପାଇଁ ଆଣି ଦିଏ
ମନେ ମହାନନ୍ଦ,ସୁଖ,ଐଶ୍ବର୍ଯ୍ଯ
ଆଉ କାହା ପାଇଁ ନିଷ୍ଠୁର ନିର୍ଦ୍ଦୟ ବିରହ ବେଦନା…!!
(ସଭାପତି,ଉତ୍କଳ ସାହିତ୍ଯ ସଂସଦ,ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭

Please Share

Leave a Reply

Your email address will not be published. Required fields are marked *