ନବୀନ ବାବୁ କଥା ଦେଇ କଥା ରଖିଲେ ! : ଏ.ଏସ୍.ଆଇ ସ୍ୱର୍ଗତ ମନୋଜ ବାବୁ ଙ୍କ ପତ୍ନୀ ଙ୍କୁ ଜିଲ୍ଲାପାଳ ପଚାଶ ଲକ୍ଷ ଟଙ୍କା ର ଚେକ୍ ପ୍ରଦାନ କଲେ

Advertisement
Advertisement
Click for Any Complaint Regarding This News
AAA Online Services

ପଦ୍ମପୁର – ଓଡ଼ିଶା ମାନ୍ୟବର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କରୋନା କାଳରେ ଘୋଷଣା କରିଥିଲେ ଯେ ଯଦି କୌଣସି କରୋନା ଯୋଦ୍ଧା କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁ ବରଣ କରନ୍ତୂ ତେବେ ତାଙ୍କ ପରିବାର ପରିଜନ ଲୋକଙ୍କୁ ୫୦ ଲକ୍ଷ ସହାୟତା ରାଶି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବ । ତାହା ବାସ୍ତବିକ ସତ ରେ ପରିଣତ ହୋଇଛି ଆମ ବରଗଡ଼ ଜିଲ୍ଲା ପାଇଁ l ବରଗଡ଼ ଜିଲ୍ଲା କରୋନା ଯୋଦ୍ଧା ପୋଲିସ ଏଏସଆଇ ସ୍ବର୍ଗତ ମନୋଜ କୁମାର ହୋତା ଙ୍କ ପରିବାର ବର୍ଗଙ୍କୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ରାଶି(ଚେକ୍) ବରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତଜ୍ୟୋତି ରଞ୍ଜନ ପ୍ରଧାନ ସ୍ୱର୍ଗତ ମନୋଜ କୁମାର ହୋତା ଙ୍କ ଧର୍ମପତ୍ନୀ ରଶ୍ମିତା ହୋତା ଙ୍କୁ ପ୍ରଦାନ କରିଛନ୍ତି l ଚେକ୍ ପ୍ରଦାନ ବେଳେ ବରଗଡ଼ ଏସ.ପି ପଦ୍ମିନୀ ସାହୁ , ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଓ ବରଗଡ଼ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାସ ଉପସ୍ଥିତ ଥିଲେ l ଏଏସଆଇ ସ୍ବର୍ଗତ ମନୋଜ କୁମାର ହୋତା କରୋନା ସମୟ ରେ କାର୍ଯ୍ୟରତ ଥିବାବେଳେ ସେ ନିଜେ କରୋନା ମହାମାରୀ ରେ ଆକ୍ରାନ୍ତ ହୋଇ ପରଲୋକ ଗମନ କରିଥିଲେ । ବରଗଡ଼ ଜିଲ୍ଲା ପଦ୍ମପୁର ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା

Please Share

Leave a Reply

Your email address will not be published. Required fields are marked *