ମଣ୍ଡି ଖୋଲିବା ପରେ ଏସ.ଏସ.ଜି. ବଦଳରେ ସୋସାଇଟି କୁ ହସ୍ତାନ୍ତର କୁ ନେଇ ଅଭିଯୋଗ

Advertisement
Advertisement
Click for Any Complaint Regarding This News
AAA Online Services

ବରଗଡ : ମାଁ କୁ ସମ୍ମାନ ଗାଁ କୁ ସମ୍ମାନ, ମିଶନ ଶକ୍ତି ପରି ସରକାର ନାରୀ ସଶକ୍ତି କରଣ ଏବଂ ମହିଳା ଙ୍କ ବିକାଶ ପାଇଁ ବହୁ ପ୍ରକାର ବ୍ୟବସ୍ଥା କରୁଛନ୍ତି ହେଲେ ଗ୍ରାଉଣ୍ଡ ଠ ରେ ସବୁ ଛୁ ମନ୍ତର୍ । ଅନେକ ସ୍ଥାନରେ ସ୍ୱୟଂ ସହାୟିକା ଗୋଷ୍ଠି ମାନଙ୍କୁ ପ୍ରୋତ୍ସାହନ ପାଇଁ ବିଭିନ୍ନ ପ୍ରକାରର ବ୍ୟବସ୍ଥା କରା ଯାଉଥିବା ବେଳେ ପଦ୍ମପୁର ଉପଖଣ୍ଡ ରେ କିନ୍ତୁ ଅଥୋରାଇଜେସନ ଦେବା ସହ ମଣ୍ଡି ଉଦଘାଟନ ପରେ ସ୍ୱୟଂ ସହାୟିକା ଗୋଷ୍ଠିଙ୍କୁ ବିନା ନୋଟିସ ରେ ସୋସାଇଟି କୁ ମଣ୍ଡି ହସ୍ତାନ୍ତର କରା ଯାଇଥିବାର ଅଭିଯୋଗ ହୋଇଛି । ଚଳିତ ବର୍ଷ ୨୦୨୦-୨୧ ଖରିଫ ଧାନ ଫସଲ କିଣା ରେ ପୁର୍ବରୁ ହିଁ ବିଭିନ୍ନ ସମସ୍ୟା କୁ ନେଇ ଚାଷୀ ଙ୍କ ମନରେ ଅସନ୍ତୋଷ ଥିବା ସତ୍ୱେ ଗତ ତା.୦୯.୧୧.୨୦୨୦ ରେ ବରଗଡ ଜିଲ୍ଲା ର ସମସ୍ତ ବ୍ଲକ ରେ ମଣ୍ଡି ଗୁଡିକ ଖୋଲିଥିଲା । ପଦ୍ମପୁର ଉପଖଣ୍ଡ ୬ ଟି ବ୍ଲକ ବିଜେପୁର, ସୋହେଲା, ଗାଇସିଲାଟ, ରାଜବେଡାସମ୍ବର ଝାରବନ୍ଧ ଏବଂ ପାଇକମାଳ ରେ ମୋଟ ୭୦ ଟି ମଣ୍ଡି , ମାର୍କେଟ ୟାର୍ଡ ଖୋଲା ଯାଇଥିଲା । ତା ମଧ୍ୟ ରୁ ପାଇକମାଲ ଅନ୍ତର୍ଗତ ଭେଙ୍ଗରାଜପୁର ମଣ୍ଡି ପାଇଁ ସ୍ଥାନୀୟ ଏକ ଉତ୍କଳ ସ୍ୱୟଂ ସହାୟିକା ଗୋଷ୍ଠି କୁ ଦାୟିତ୍ୱ ଦିଆ ଯାଇଥିବା ବେଳେ ଟ୍ରେନିଂ ସହ ଉପକରଣ ଏବଂ ଆବଶ୍ୟକୀୟ ସରଞ୍ଜାମ ତଥା ଟୋକନ ପାଇଁ ୟୁଜର ଆଇଡି ଓ ପାସୱାର୍ଡ ମଧ୍ୟ ଦିଆ ଯାଇଥିଲା । ଏହା ସହ ଗତ ନଭେମ୍ବର ୦୯ ତାରିଖ ରେ ପୂଜା ପାଠ ସହ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ମଣ୍ଡି ମଧ୍ୟ ଉଦ୍ଦଘାଟନ କରିଥିଲେ ସ୍ୱୟଂ ସହାୟିକା ଗୋଷ୍ଠୀ। ହେଲେ ପରବର୍ତ୍ତୀ ମୁହୁର୍ତ୍ତରେ ବିନା ନୋଟିସ ରେ ତାଙ୍କୁ ଦାୟିତ୍ୱରୁ ହଟାଇ ପଲସଦା ସୋସାଇଟି କୁ ଏହି ମଣ୍ଡି କାର୍ଯ୍ୟ ହସ୍ତାନ୍ତର କରା ଯିବାକୁ ନେଇ ବର୍ତ୍ତମାନ ପ୍ରଶ୍ନ ଉଠାଇଛନ୍ତି ଗୋଷ୍ଠୀ ର ସଦସ୍ୟା ମାନେ । ଅନ୍ୟ ପଟେ ବର୍ତ୍ତମାନ ଖର୍ଚ୍ଚ କରିଥିବା ଟଙ୍କା ଏବଂ ଉପକରଣ ମାନଙ୍କର କଣ କରିବେ ବୋଲି ମହିଳା ମାନେ ଅଭିଯୋଗ କରୁଥିବା ବେଳେ ପଦ୍ମପୁର ଏସିଷ୍ଟାଣ୍ଡ ସିଭିଲ ସପ୍ଲାଇ ଅଫିସର କିନ୍ତୁ କହିଛନ୍ତି ଯେ ପାଇକମାଲ ବ୍ଲକ ର ଜୟକିଶାନ କୃଷକ ସଂଗଠନ ର ଅଭିଯୋଗ କ୍ରମେ ଜିଲ୍ଲା ସ୍ତରରେ ଏହି ନିଷ୍ପତି ହୋଇଛି ଏବଂ ଆଗକୁ ଯାହା ନିର୍ଦ୍ଦେଶ ଆସିବ ସେ ହିସାବ ରେ ମଣ୍ଡି ବ୍ୟବସ୍ଥା କୁ ସୁରୁଖୁରୁରେ ଚାଳନା କରାଯିବ । କିନ୍ତୁ ଜୟ କିଶାନ କୃଷକ ସଂଗଠନ ର ସଦସ୍ୟ ଏହି କଥା କୁ ଖଣ୍ଡନ କରିବା ସହ ଟୋକନ ଆସିବା ରେ ବିଳମ୍ବ କୁ ନେଇ ଅଭିଯୋଗ ହୋଇଥିଲା ଏବଂ ସେମାନଙ୍କ ନା ଆଳ କରି ପ୍ରଶାସନ ଅନ୍ୟ କୌଣସି ରାଜନୈତିକ କିମ୍ବା ଅନ୍ୟ କୌଣସି କାରଣ ରୁ ଏପରି କରିଥିବା କହିଛନ୍ତି । ଏ ସବୁ ଛକାପଞ୍ଝା ରେ ଏଠାକାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ଅଯଥା ରେ ହଇରାଣ ହରକତ କରୁଥିବା ନଜିର ଅନେକ ରହିଛି lଯଦି ରାଜ୍ୟ ସରକାର ନାରୀ ସଶକ୍ତିକରଣ ଓ ମହିଳା ମାନଙ୍କ ବିକାଶ ପାଇଁ ଏ ଭଳି ସୁନ୍ଦର ପଦକ୍ଷେପ ମାନ ନେଉଛନ୍ତି ତାକୁ ଜିଲ୍ଲାପ୍ରଶାସନ ଭଣ୍ଡୁର କରିବାର ପ୍ରୟାସ କୁ ଏଠାକାର ଜନସାଧାରଣ ତିବ୍ର ନିନ୍ଦା କରନ୍ତି lବରଗଡ ପଦ୍ମପୁର ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା .

Please Share

Leave a Reply

Your email address will not be published. Required fields are marked *