ପାଇକମାଳ ପୋଲିସ ଚେଇଁଲେ : ଯାନବାହାନ ଯାଂଚ କଡାକଡି

Advertisement
Advertisement
Click for Any Complaint Regarding This News
AAA Online Services

ପଦ୍ମପୁର: – ଗତ କିଛି ଦିନ ପୂର୍ବରୁ ଆମେ ଏ ବିଷୟରେ ଖବର ପ୍ରସାରଣ କଲାପରେ ବରଗଡ଼ ଜିଲ୍ଲା ପାଇକମାଳ ପୋଲିସ ପକ୍ଷରୁ ଯାନବାହନ ଯାଞ୍ଚ ପ୍ରକ୍ରିୟା କଡାକଡି କରିଛନ୍ତି । ହେଲମେଟ ନ ପିନ୍ଧି ମୋଟରସାଇକେଲ ଚାଳନା କରିବା , ଗୋଟିଏ ମୋଟରସାଇକେଲରେ ଦୁଇ ଜଣ ରୁ ଅଧିକ ଲୋକ ଯିବାଆସିବା କରିବା , ସମସ୍ତ ଯାନବାହାନର କାଗଜପତ୍ର ଯାଞ୍ଚ କରିବା , ଚାରିଚକିଆ ଯାନ ମାନଙ୍କରେ ବିନା ସିଟ୍ ବେଲ୍ଟ ପିନ୍ଧି ଗାଡ଼ି ଚାଳନା କରିବା ଇତ୍ୟାଦି ବିଷୟକୁ ନେଇ ଯାଞ୍ଚ କରାଯାଇଥିଲା । କେତେ ଲୋକ ମାନଙ୍କ ଠାରୁ ଫାଇନ କାଟିବା ସହ ତାଗିତ ମଧ୍ୟ କରିଯାଇଥିଲା ପାଇକମାଳ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ କହିବା ମୁତାବକ ରାଜ୍ୟ ସରକାରଙ୍କ ନୂଆ ନିୟମ ଅନୁଯାୟୀ ଜଣେ ଲୋକ ଯଦି ବିନା ହେଲମେଟ ପିନ୍ଧି ମୋଟରସାଇକେଲ ଚାଳନା କରିବା ସମୟରେ ଯଦି ଧରାପଡିବ ତାର ତ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବ ଏହି ନିୟମ ଅନୁଯାୟୀ ଆଜି ତିନି ଲୋକ ଙ୍କ ଲାଇସେନ୍ସ ବାତିଲ କରାଯାଇଛି । ଥାନା ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟ ସରକାର ଲୋକ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ହେଲମେଟ ପିନ୍ଧିଵା ବାଧ୍ୟତାମୂଳକ କରିଛନ୍ତି ଏହି ନିୟମ ଆମେ ସମସ୍ତେ ମାନିବା ଦରକାର ତାସହିତ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି କି ସମସ୍ତେ ଏହି ନିୟମ କୁ ପାଳନ କରିବା ଉଚିତ l ଏଣିକି ପାଇକମାଳ ଓ ଆଖପାଖ ଅଞ୍ଚଳରେ ଯାଞ୍ଚ ପ୍ରକ୍ରିୟା କଡାକଡି କରାଯିବ ବୋଲି ପାଇକମାଳ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ସୂଚନା ଦେଇଛନ୍ତି । ପାଇକମାଳ ପୋଲିସର ଏହି ଯାଂଚ ପ୍ରକ୍ରିୟା କୁ ବହୁ ମାତ୍ରାରେ ପ୍ରଶଂସା କରାଯାଇଛି lବରଗଡ ପଦ୍ମପୁର ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା

Please Share

Leave a Reply

Your email address will not be published. Required fields are marked *