ହାଜତ ମୃତ୍ୟୁକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଶୁଣାଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏଣିକି ଦେଶର ସବୁ ଥାନାରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ ହେବ । ସୁପ୍ରିମକୋର୍ଟ କହିଛନ୍ତି ଯେ ଥାନାର ପ୍ରମୁଖ ସ୍ଥାନ ଯେ ପରି ଲକ୍ ଅପ୍, ଥାନା ପରିସର, ଥାନାର ଅଭ୍ୟର୍ଥନା ଅଞ୍ଚଳ, ହାଜତର ପ୍ରବେଶ ଓ ପ୍ରସ୍ଥାନ ପଥ ଆଦି ସ୍ଥାନରେ ସିସିଟିଭି ଲଗାଯିବା ବାଧ୍ୟତା ମୂଳକ ହେବ । ସୁପ୍ରିମକୋର୍ଟ ଥାନାର ପ୍ରମୁଖ ସ୍ଥାନରେ ସିସିଟିଭି କ୍ୟାମେରା ସହ ଅଡିଓ ରେକର୍ଡିଂ ସିଷ୍ଟମ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଦେଶର ଅନେକ ରାଜ୍ୟରେ ହାଜତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ନିକଟ ଅତୀତରେ ପୁରୀ ରେ କେ ରମେଶ ନାମକ ଜେନ ଯୁବକଙ୍କର ପୋଲିସ ହଜାତରେ ମୃତ୍ୟୁ ହୋଇଥିଲା । ଯାହା ପରେ ରାଜ୍ୟ ସରକାରଙ୍କୁ ଦାୟୀ କରି ବିରୋଧୀ ଦଳ ମାନେ ପ୍ରବଳ ବିରୋଧ କରିଥିଲେ ।
ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ : ଏଣିକି ଥାନାରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ
Click for Any Complaint Regarding This News
AAA Online Services