ନୂତନ ଭାବେ ପାଇକମାଳ ବ୍ଲକ ବିଜୁ ଛାତ୍ର ଜନତା ଦଳ ର ସଭାପତି ଭାବେ ମନୋନୀତ ହେଲେ ଶ୍ରୀ ରବିନାରାୟଣ ସାହୁ

Advertisement
Advertisement
Click for Any Complaint Regarding This News
AAA Online Services

ପଦ୍ମପୁର:-ଛୋଟ ବୟସ ରୁ ଜନସେବା ରେ ଆଗ୍ରହ ପ୍ରକାଶ କରି ପାହାଚ ପରେ ପାହାଚ ଅତିକ୍ରମ କରି ଆଜି ବିଜୁ ଛାତ୍ର ଜନତା ଦଳ ର ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ର ସଭାପତି ଭାବେ ଶ୍ରୀ ରବିନାରାୟଣ ସାହୁ ଙ୍କୁ ଓଡ଼ିଶା ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀ ଦେବୀ ରଂଜନ ତ୍ରିପାଠୀ ମନୋନୀତ କରିଛନ୍ତି lପ୍ରଥମ କରି ପାଇକମାଳ ବ୍ଳକ ର ଛାତ୍ର ପ୍ରତିନିଧି ଭାବେ ଶ୍ରୀ ସାହୁ ଏଭଳି ମର୍ଯ୍ୟାଦା ପୂର୍ଣ୍ଣ ପଦବୀ ରେ ମନୋନୀତ ହୋଇଥିବାରୁ ବିଜୁ ଛାତ୍ର ଜନତା ଦଳ ର କର୍ମୀ ଙ୍କ ଭିତରେ ଆନନ୍ଦ ର ଲହରୀ ଖେଳିଯାଇଛି lଶ୍ରୀ ସାହୁ ପାଇକମାଳ ରେ ତା:-୨୮.୦୧.୨୦୦୦ ମସିହାରେ ଜନ୍ମ ଗ୍ରହଣ କରିଥିଲେ l ବାପା ମହେଶ୍ବର ସାହୁ ଓ ମାଁ ଦିପ୍ତିମୟୀ ସାହୁ ଙ୍କ ସୁଯୋଗ୍ୟ ସନ୍ତାନ lପୂର୍ବରୁ ଶ୍ରୀ ସାହୁଙ୍କ ବାପା ପାଇକମାଳ ଗ୍ରାମ ପଞ୍ଚାୟତ ର ସରପଂଚ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ lବର୍ତ୍ତମାନ ରବିନାରାୟଣ ସାହୁ ବିନ୍ଧ୍ୟବାସିନୀ କଲେଜ ର ଛାତ୍ର l ସେ କହନ୍ତି ,ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ କାର୍ଯ୍ୟକ୍ରମରେ ମୁଁ ବିଶେଷ ଭାବେ ଅନୁପ୍ରାଣିତ ହେବା ସଙ୍ଗେସଙ୍ଗେ ଆମ ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ଜନ ପ୍ରିୟନେତା ବିଧାୟକ ତଥା ପୂର୍ବତନ ଆଦିବାସୀ କଲ୍ୟାଣ ମନ୍ତ୍ରୀ (ଓଡ଼ିଶା ସରକାର) ଶ୍ରୀମାନ ବିଜୟ ରଞ୍ଜନ ସିଂ ବରିହା ଙ୍କ ଜନସେବା କୁ ମୁଁ ବ୍ରତ ଭାବରେ ଗ୍ରହଣ କରି ମହାମାରୀ କରୋନା ସମୟ ରେ ଅସହାୟ ଙ୍କ ପାଖରେ ଛିଡ଼ା ହେବା ସହ ଲୋକଙ୍କୁ ସାହାଯ୍ୟ କରିବାର ଆନନ୍ଦ ରୁ ମୁଁ ସବୁକିଛି ପାଇ ସାରିଛି lମାନବ ସେବା ମାଧବ ସେବା ବୋଲି ମୁଁ ସଦାସର୍ବଦା ମୋ ସହପାଠୀ ମାନଙ୍କୁ କହି ଆଗକୁ ଆଗେଇ ଚାଲିଛି lଶ୍ରୀ ରବିନାରାୟଣ ସାହୁ ବିଜୁ ଛାତ୍ର ଜନତା ଦଳ ର ସଭାପତି ଭାବେ ନିର୍ବାଚିତ ହୋଇଥିବା ରୁ ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛା ର ବାର୍ତ୍ତା ଆସିବାରେ ଲାଗିଛି lବରଗଡ ପଦ୍ମପୁର ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା

Please Share

Leave a Reply

Your email address will not be published. Required fields are marked *