ପଦ୍ମପୁର:- ରାଜ୍ୟସରକାର ଶ୍ରମିକ ଦିନ ମଜୁରିଆ ମାନଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକାରର ଯୋଜନା ମାନ ପ୍ରଣୟନ କରିଚାଲିଛନ୍ତି ସତ ହେଲେ ଏହି ଯୋଜନା ମାନଙ୍କର ଲାଭ ପାଇ ପାରୁ ନାହାନ୍ତି ହୀତାଧିକାରୀ lଗ୍ରାଉଣ୍ଡ ଜିରୋ ରେ ଫେଲ ମାରୁଛି ସବୁ ଯୋଜନା । କରୋନା ମହାମାରୀ ସମୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ଯାଗା ରୁ ଶ୍ରମିକ ଏବଂ ପ୍ରବାସୀ ମାନେ ଘରକୁ ଫେରିଥିଲେ । ହେଲେ କାମ ନଥିବା ଯୋଗୁଁ ରୋଜଗାର ପାଇଁ ସରକାର ବିଭିନ୍ନ ପ୍ରକାରର ରୋଜଗାର ବ୍ୟବସ୍ଥା ମାନ କରିଥିଲେ । ମହାତ୍ମା ଗାନ୍ଧୀ ଗ୍ରାମ୍ୟ ରୋଜଗାର ଯୋଜନା ଅନୁଯାୟୀ ବହୁ କାର୍ଯ୍ୟ ମଧ୍ୟ ଆରମ୍ଭ ହେଲା ହେଲେ କାମ ସରିବାର ପ୍ରାୟ ମାସ ମାସ ବିତି ଯାଇ ନୁତନ କାର୍ଯ୍ୟ ଆରମ୍ଭ ହୋଇ ଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଥମରୁ କରିଥିବା ନିଜ ଝାଳ ବୁହା ପରିଶ୍ରମର ଫଳ ଆଜି ଯାଏଁ ପାଇ ପାରି ନାହାନ୍ତି ଶ୍ରମିକ । ଅନ୍ୟ ପଟରେ ବର୍ତ୍ତମାନ ପର୍ଯ୍ୟନ୍ତ ବହୁ ଶ୍ରମିକ ଙ୍କୁ ଜବ କାର୍ଡ ମିଳି ନଥିବାରୁ ବାଧ୍ୟ ହୋଇ ସେମାନେ ଟଙ୍କା ପାଇଁ ଅନ୍ୟ ମାନଙ୍କ ଜବ କାର୍ଡରେ କାମ କରୁଥିବାର ମଧ୍ୟ ଅଭିଯୋଗ ଆସିଛି। ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ର ଗୋଟେ କି ଦୁଇଟି ନୁହଁ ବରଂ ବହୁ ଗ୍ରାମ ରେ ଦେଖିବାକୁ ମିଳିଛି ସମାନ ଅଭିଯୋଗ । ଶ୍ରମିକ ମାନେ ନିଜର ପାରିଶ୍ରମିକ ପାଇ ପାରୁ ନଥିବା ବେଳେ କିଛି ଲୋକଙ୍କ ଆକାଉଣ୍ଟରେ କେବଳ ଅଧା ପଇସା ମିଳି ଥିବାର ଅଭିଯୋଗ ହୋଉଛି । ଯେଉଁ ମାନେ କାମ କରିଥିଲେ ସେମାନଙ୍କୁ ବର୍ତ୍ତମାନ ସୁଦ୍ଧା କେଉଁ କାରଣରୁ ତାଙ୍କର ପ୍ରାପ୍ୟ ମିଳୁ ନାହିଁ ଏହା ଏକ ସବୁଠୁ ବଡ ପ୍ରଶ୍ନ ହୋଇଥିବା ବେଳେ , ନୂତନ କାର୍ଯ୍ୟ ଚାଲିଥିବା ସ୍ଥାନ ରେ ସରକାରୀ ନିୟମାନୁଯାୟୀଶ୍ରମିକ ଙ୍କ ପାଇଁ ଦୁର୍ଘଟଣା ବସତଃ ଚିକିତ୍ସା ବ୍ୟବସ୍ଥା ସହ ପାନୀୟ ଜଳ ଏବଂ ବିଶ୍ରାମ ପାଇଁ ମଧ୍ୟ ବ୍ୟବସ୍ଥା ରହିବା କଥା ହେଲେ ଏଠି ଏ ସବୁ ତ ଦୂର, ନିଜ ଚିକିତ୍ସା ପାଇଁ ନିଜେ ପଇସା ସାରି ଖର୍ଚ୍ଚାନ୍ତ ହେଉଛନ୍ତି ଶ୍ରମିକ ।ଗ୍ରାମ ସାଥି ବ୍ଲକ ରେ ଟଙ୍କା ପାଇଁ ବାରମ୍ବାର କହିଲେ ମଧ୍ୟ ବ୍ଲକରେ ଫଣ୍ଡ ନଥିବାରୁ ଟଙ୍କା ମିଳିବାରେ ବିଳମ୍ବ ଘଟୁଛି ବୋଲି ଅଧିକାରୀ ମାନେ କହୁଥିବା ଜଣାଯାଏ l ଝାରବନ୍ଧ ଏ.ପି.ଓ. କିନ୍ତୁ ଏ ବିଷୟରେ ଅବଗତ ଥିବା ସହ ଯଥା ସମ୍ଭବ ଶ୍ରମିକ ମାନଙ୍କୁ ପାଉଣା ଦିଆ ଯିବାର ବ୍ୟବସ୍ଥା ସହ ଅନ୍ୟାନ୍ୟ ବ୍ୟବସ୍ଥା ମାନଙ୍କର ଉଚିତ ପଦକ୍ଷେପ ଅତିଶିଘ୍ର ନିଆଯିବ ବୋଲି କହିଛନ୍ତି । ଦେଖିବାକୁ ବାକି ରହିଲା ଜିଲ୍ଲାପାଳ ବରଗଡ ଏମାନଙ୍କ ସମସ୍ୟା ର ସମାଧାନ ଦିଗରେ କଣ ପଦକ୍ଷେପ ନେବେ ଶ୍ରମିକ ମାନେ ଚାତକ ପକ୍ଷୀ ଭଳି ଅନାଇ ବସିଥିବା ତାଙ୍କର ହକ ପ୍ରାପ୍ୟ କେବେ ପାଇପାରିବେ ତାକୁ ଦେଖିବାକୁ ବାକି ରହିଲା lବରଗଡ ପଦ୍ମପୁର ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା
ଝାରବନ୍ଧ ରେ ହକ କାମ କରି ମାସ ମାସ ହେଲା ଶ୍ରମିକ ମାନେ ପାଉଣା ପାଇବାରୁ ବଂଚିତ !
Click for Any Complaint Regarding This News
AAA Online Services