ବିଜୁ ଏକ୍ସପ୍ରେସ ରାସ୍ତା ରେ ପଡ଼ିଥିବା ଗେଟି, ବାଲି, ମାଟି କୁ ସଫା କରିବ କିଏ?

Advertisement
Advertisement
Click for Any Complaint Regarding This News
AAA Online Services

ପଦ୍ମପୁର:- ପଶ୍ଚିମ ଓଡିଶା ରେ ଗମନା ଗମନ କୁ ସୁଗମ କରିବା ପାଇଁ ରାଜ୍ୟ ସରକାର 3200 କୋଟି ଟଙ୍କା ବ୍ୟୟ ରେ ରାଉରକେଲା ଠାରୁ କୋରାପୁଟ ପର୍ଯ୍ୟନ୍ତ ବିଜୁ ଏକ୍ସ ପ୍ରେସ ରାସ୍ତା ର ନିର୍ମାଣ କରିଛନ୍ତି |ରାସ୍ତା ର ଅଧା ଅଂଶ ଚାରି ଥାକିଆ ହୋଇଥିବା ବେଳେ ଅଧା ଅଂଶ ଦୁଇ ଥାକିଆ ହୋଇଛି |ଜମି ଅଧିଗ୍ରହଣ ହୋଇ ରାସ୍ତା ନିର୍ମାଣ ହେଲା ସତ, କିନ୍ତୁ ଏବେ ଧୀରେ ଧୀରେ ରାସ୍ତା ଅନେକ ଜାଗା ରେ ସଂକୁଚିତ ହୋଇଯାଉଛି |ତାର ଉଦାହରଣ ହେଉଛି ପାଇକମାଳ ସାଲେପାଲି ଠାରୁ ମିଠାପାଲି ମଧ୍ୟରେ ରାସ୍ତା କଡ଼ରେ ଅନେକ ଘର ନିର୍ମାଣ ଚାଲୁଛି |ଘର ନିର୍ମାଣ ପାଇଁ ବାଲି, ଗେଟି, ମେଟାଲ ଇତ୍ୟାଦି ସାମଗ୍ରୀ ରାସ୍ତା ଉପରେ ଗଦା ହୋଇ ମାସ ମାସ ଧରି ରହୁଛି |ରାସ୍ତା ସଂକୁଚିତ ହୋଇଯିବା ଯୋଗୁଁ ପ୍ରତିଦିନ ଛୋଟ, ବଡ ଦୁର୍ଘଟଣା ମାନ ଘଟୁଛି |ଆଉ ମଧ୍ୟ ବିଭିନ୍ନ ଜାଗାରେ ଡ୍ରେନ ନିର୍ମାଣ ପାଇଁ ମାଟି ଖୋଳି ରାସ୍ତା ରେ ଗଦା କରି ରାସ୍ତା ରେ ବାଲି, ଗେଟି, ମେଟାଲ ପକାଇ ଡ୍ରେନ ନିର୍ମାଣ ହେଲା କିନ୍ତୁ ରାସ୍ତାରେ ବଳିପଡିଥିବା ସାମଗ୍ରୀ ଏବେ ସୁଦ୍ଧା ରାସ୍ତାରେ ପଡ଼ିରହିଛି | ଉକ୍ତ ରାସ୍ତା ରେ ପୂର୍ତ୍ତ ବିଭାଗ ଅଧିକାରୀ, ପ୍ରଶାସନିକ ଅଧିକାରୀ ନିୟମିତ ଯିବା ଆସିବା କରୁଥିବା ବେଳେ ରାସ୍ତା ପ୍ରତି କାହାରି ଦୃଷ୍ଟି ପଡୁନି |ବରଗଡ଼ ଜିଲ୍ଲା ପଦ୍ମପୁର ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା

Please Share

Leave a Reply

Your email address will not be published. Required fields are marked *