ରାଜଗାଙ୍ଗପୁର ରେ ଛାଡ଼ଖାଇ ପାଳିତ

Advertisement
Advertisement
Click for Any Complaint Regarding This News
AAA Online Services

ଦୀର୍ଘ ଏକ ମାସ ଥିଲା କାର୍ତ୍ତିକ ମାସ । କାର୍ତ୍ତିକ ମାସ ଏକ ଧର୍ମ ମାସ ହୋଇଥିବା ଯୋଗୁଁ ରାଜଗାଙ୍ଗପୁର ର ଅନେକ ଲୋକ ଆମିଷ ଛାଡି ଥିଲେ । ପାଞ୍ଜି ଅନୁସାରେ କାଲି ଛାଡଖାଇ ଥିଲେ ମଧ୍ୟ କାଲି ମଙ୍ଗଳ ବାର ଥିବା ଯୋଗୁଁ ଅନେକ ଲୋକେ ଏହାକୁ ପାଳି ନଥିଲେ । ତେବେ ଆଜି ବୁଧୁବାର ଓ ଏକ ଆମିଷ ବାର ଥିବା ଯୋଗୁ ରାଜଗାଙ୍ଗପୁର ର ଅନେକ ଲୋକ ସକାଳୁ ସକାଳୁ ମାଂସ, ମାଛ,କୁକୁଡ଼ା ଦୋକାନ ଆଗରେ ଲମ୍ବା ଲାଇନ୍ କରିଥିଲେ । ଆଜି ପ୍ରାୟ ସମସ୍ତ ମାଂସ, ମାଛ,କୁକୁଡ଼ା, ଛେଳି ମାଂସ ଦୋକାନ ଅଗାରେ ଭିଡ ପରିଲକ୍ଷିତ ହୋଇଛି। ରାଜଗାଙ୍ଗପୁର ମୁଖ୍ୟ ରାସ୍ତା, ଓସିଏଲ ଗେଟ, ମୁସଲିମ ପଡା,ଲିପଲୋଇ,ରାଣିବନ୍ଧ, ଓସିଏଲ ମାରକେଟ ଠାରେ ଲୋକଙ୍କ ପ୍ରବଳ ଭିଡ଼ ଯୋଗୁଁ ଦୋକାନୀ ମାନଙ୍କ ସହ ସାମାନ୍ୟ ବଚସା ସୃଷ୍ଟି ହୋଇଥିଲା । କେଉଁ କେଉଁ ସ୍ଥାନରେ ବହୁ ଭିଡ଼ ଜମି ଯୋଗୁଁ କୋଭିଡ ନିୟମ କୁ ନ ମାନିବା ଦେଖିବାକୁ ମିଳିଥିଲା । ଆଜି ପ୍ରବଳ ଭିଡ କୁ ଦେଖି ମାଂସ, ମାଛ ବିକାଳୀ ସବୁ ଦିନ ଠାରୁ ଅଧିକ ଦାମକରି ବିକ୍ରୀ କରୁଥିବା ଅଭିଯୋଗ କରିଥିଲେ ଅନେକ ଗ୍ରାହକ । ବିଶେଷ କରି ଖାସି ଦେକାନରେ ଟଣା ଓଟରା ସ୍ଥିତି ପରିଲକ୍ଷିତ ହୋଇଥିଲା । କିଏ ଭଲ ମାଂସ ଓ ଶିଘ୍ର ନେବ ସେ ନେଇ ପ୍ରତିଯୋଗିତା ଦେଖିବାକୁ ମିଲିଥିଲା।ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ରଙ୍କ ରିପୋର୍ଟ।

Please Share

Leave a Reply

Your email address will not be published. Required fields are marked *