ସବୁ ଚୋର୍ ପଦ୍ମପୁର୍ ଏରିଆ ଥି ଠୋଲ୍ ! ଲୁଟେରା ମାନଙ୍କ କବ୍’ଜା ରେ ନିରିହ ଚାଷୀ କୂଳ…..

Advertisement
Advertisement
Click for Any Complaint Regarding This News
AAA Online Services

ସାବାସ ଦୀପା:ଦୀପାଙ୍କ ସଚେତନତା ଯୋଗୁଁ ଗାଁ ଛାଡ଼ିଲେ ଦଲାଲ. ବଂଚିଗଲା ଚାଷୀଙ୍କ ଲକ୍ଷ ଲକ୍ଷ ଟଙ୍କା

ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ,ପଦ୍ମପୁର ଏବଂ ଝାରବନ୍ଧ ବ୍ଲକର ଚାଷୀମାନେ ଡିପ ବୋରୱେଲ ଖୋଲିବା ପାଇଁ ବାରମ୍ବାର ଶୋଷଣର ଶିକାର ହେଉଥିବା ଦେଖାଯାଇଛି lଅନ୍ୟ ବର୍ଷ ଭଳି ଏବର୍ଷ ମଧ୍ୟ ୟୁନିୟନ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପାଇଁ ଚାଷୀମାନେ ନାନା ପ୍ରକାର ହଇରାଣ ହରକତ ହେଉଛନ୍ତି ଏଭଳିକି ଅନେକ ଲୋକେ କେବଳ ଶୂନ୍ୟ ବ୍ୟାଲେନ୍ସ ଥିବା ସଞ୍ଚୟ ଖାତା ଖୋଲିବା ନିମନ୍ତେ ଦଲାଲ ହାବୁଡ଼ରେ ପଡି ହଜାର ହଜାର ଟଙ୍କା ଖର୍ଚ୍ଚ କରିବାର ନଜିର ମଧ୍ୟ ରହିଛି l କିନ୍ତୁ ଏବର୍ଷ ଦଲାଲ ମାନେ ଅଭିନବ ଉପାୟରେ ଠକିବା ଆରମ୍ଭ କରିଛନ୍ତି, ସେମାନେ ଚାରିଚାକିଆ ଗାଡ଼ିମାନଙ୍କରେ ଗାଁ ଗାଁ ଯାଇ ଆକାଉଣ୍ଟ ଖୋଲେଇଦେବା ପାଇଁ ଲୋକଙ୍କ ଠାରୁ ଟଙ୍କା ନେଉଛନ୍ତି lଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରି ଗ୍ରାମରେ ଯେଉଁଠାରେ ତାଲପଦର ବ୍ୟାଙ୍କରୁ ଆସିଛୁ କହି ଜଣପ୍ରତି ୫୦୦ ଟଙ୍କା ଆକାଉଣ୍ଟ ଖୋଲେଇଦେବା ବାହାନାରେ ହଡ଼ପ କରୁଥିବା ଜାଣିବାକୁ ପାଇ ସ୍ଥାନୀୟ ଯୁବ ସ୍ବେଚ୍ଛାସେବୀକା ସୁଶ୍ରୀ- ଦୀପା ବାରିକ ସେମାନଙ୍କ ପରିଚୟ ମାଗିବା ସହ କାହିଁକି ଟଙ୍କା ନେଉଛ ବୋଲି ପଚାରିଥିଲେ lସେମାନଙ୍କ ଠାରୁ ସନ୍ତୋଷ ଜନକ ଉତ୍ତର ନ ପାଇବାରୁ ୟୁନିୟନ ବ୍ୟାଙ୍କ କ୍ଷେତ୍ର ପରିଚାଳକ ସମ୍ବଲପୁର କୁ ଫୋନ କରି ଜାଣିବାକୁ ପାଇଲେ ଯେ ସେମାନେ ନେଉଥିବା ୫୦୦ ଟଙ୍କା ନିୟମ ବାହାରେ ତେଣୁ ତାଗିଦ କରିବା ଯୋଗୁଁ ତାଙ୍କୁ ଗାଁ ଛାଡ଼ି ଚାଲିବା ବାଧ୍ୟତା ମୂଳକ ହେବାକୁ ପଡ଼ିଥିଲା lଏହାଦ୍ୱାରା ଅନେକ ନିରୀହ ଚାଷୀଙ୍କ କଷ୍ଟୋପାର୍ଜିତ ଟଙ୍କା ବଂଚିଯାଇଥିବା ଯୋଗୁଁ ଗ୍ରାମବାସୀ ଦୀପାଙ୍କ ଏହି ସାହସିକ କାର୍ଯ୍ୟ ଯୋଗୁଁ ଆଶୀର୍ବାଦ ପ୍ରଦାନ କରିଛନ୍ତି l ଅପରପକ୍ଷରେ ୟୁନିୟନ ବ୍ୟାଙ୍କର ଶାଖା କମ ଥିବାରୁ ପଦ୍ମପୁର ଉପଖଣ୍ଡ ର ଚାଷୀମାନେ ଖାସ କରି ପାଇକମାଲ,ପଦ୍ମପୁର ଏବଂ ଝାରବନ୍ଧର ଚାଷୀମାନେ ବାରମ୍ବାର ଏଭଳି ଠକାମିର ଶିକାର ହେଉଥିବାରୁ ୟୁନିୟନ ବ୍ୟାଙ୍କ ବଦଳରେ ଷ୍ଟେଟ ବ୍ୟାଙ୍କର ଶାଖାରେ ଡ୍ରାଫ୍ଟ କରିବା ପାଇଁ ବ୍ୟବସ୍ଥା କରିବା ନିମନ୍ତେ ଅଂଚଳର ଚାଷୀମାନେ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି lବରଗଡ ପଦ୍ମପୁର ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା

Please Share

Leave a Reply

Your email address will not be published. Required fields are marked *