କୃଷକ ସଂଗଠନ ଏବଂ ସରକାରଙ୍କ ମଧ୍ୟରେ ହେବାକୁ ଥିବା ବୈଠକ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । 32 କୃଷକ ସଂଗଠନର ଲୋକମାନେ ଏହି ବୈଠକ ପାଇଁ ସିନ୍ଧୁ ର ସୀମା ଛାଡିଦିଲ୍ଲୀ ଯାଇଥିବା ଜଣା ପଡିଛି । ତିନି ଜଣଙ୍କ ଦଳରେ ପ୍ରାୟ 35 ଜଣ ଲୋକ ଆଲୋଚନା ପାଇଁ ଯାଇ ଅଛନ୍ତି | ଏଠାରେ ସୂଚନାଯୋଗ୍ୟ ଯେ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂଙ୍କ ନେତୃତ୍ୱରେ ସରକାରଙ୍କ ତରଫରୁ ଚାଷୀଙ୍କ ସହ ଆଲୋଚନା ହେବ। ସରକାରଙ୍କ ସହ କଥାବାର୍ତ୍ତା କରିବାକୁ କୃଷକ ନେତାମାନେ ବସ୍ ଯୋଗେ ଯାଇଅଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ନୁତନ କୃଷି ଆଇନ୍ କୁ ବିରୋଧ କରି କୃଷକ ମାନେ ଆନ୍ଦୋଳନ କରିବା ପରେ ପରିଶେଷରେ ସରକାର ସେମାନଙ୍କ ସହ ଆଲୋଚନା ପାଇଁ ରାଜି ହୋଇ ଅଛନ୍ତି ।
କୃଷକ ସଂଗଠନ ଏବଂ ସରକାରଙ୍କ ମଧ୍ୟରେ ହେବାକୁ ଥିବା ବୈଠକ ପାଇଁ ପ୍ରସ୍ତୁତି ଆରମ୍ଭ : କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂଙ୍କ ନେତୃତ୍ୱରେ ଆଲୋଚନା
Click for Any Complaint Regarding This News
AAA Online Services