ଛାଡ ଖାଇ…..

Advertisement
Advertisement
Click for Any Complaint Regarding This News
AAA Online Services

ଛାଡ ଖାଇ
(କବି କେଶବ ଚନ୍ଦ୍ର ନାୟକ)
…………………………………………
ଆମେତ ଧାର୍ମିକ ଜନ
କାର୍ତ୍ତିକେ ଅର୍ଜ୍ଜିଲେ ପୂଣ୍ଯ
କେତେ ତୀର୍ଥ ବ୍ରତ ଦେଉଳ ଦେବତା
କଲେକି ହୋଇବ ପୁଣ
ଆମ ମନ ପ୍ରାଣ ଆମିଷେ ଟାକିଛି ଧ୍ଯାନ….!
ଆମେତ ଧାର୍ମିକ ଜନ….!!
ମାଛ,ମାଂସ,ଅଣ୍ଡା ବେପାରୀ ଆନନ୍ଦ
ଛାଡ ଖାଇ ଦିନ ହେଲେ….
ବରଷ ଯାକର ଅରଜନ ଯେତେ
ଦିନକେ କମାଣି ଭଲେ
ଦର ବୃଦ୍ଧି ବାଧେ ନାହିଁ….
ଘରର ଘରଣୀ ମନ ଖୁସୀ ହେଲେ
ପତିଂକ ବିପତି କାହିଁ…?
ମସଲା ପ୍ଯାକେଟ୍ ଦରଦାମ ଦେଖ
ଦିନୁ ଦିନ ବଢୁଥାଇ…
ରସୁଣ ପିଆଜ ଅଦା ଜାଈଫଳ
ଅଳଇଚ ଭାଉ କାହିଁ….
ପତିର ପକେଟ୍ ଖାଲି….
ଛାଡଖାଇ ଦିନ ପତି ଭାବେ ସତେ
ଜୀଇଁ ଥାଇ ଥାଇ ମଲି….!!
କୁକୁଟ ବିଚରା କାହା ପାଇଁ ଦେଖ
ମଲା କ..କ…ଡାକି….
ଛାଗଳ ବୋବାଏ ମେଁ ମେଁ ବୋଲି
ମରେ ବେନି ବୁଜି ଆଖି…
ମାଛତ ଜାଲରେ ଡେଇଁ…
ମରିବାଟା ତାର କପାଳ ଲେଖନ
ଫଡ ଫଡେ ଲାଭ ନାଇଁ…!!
ମଣିଷ ବୋଲଇ ବଡ ଜ୍ଞାନୀ ମୁହିଁ
ପ୍ରାଣିଂକ ମଧ୍ଯରେ ଶ୍ରେଷ୍ଠ….
ଅନ୍ଯର ଜୀବନ ମାରି ଗ୍ରାସିଥାଏ
ତିଳେ ହୃଦେ ନାହିଁ କଷ୍ଚ….
ମଦ ମାଂସ ମଇଥୁନ….
ବିନା କି ମଣିଷ ଛାଡି ବଂଚି ପାରେ
ରାକ୍ଷସଟି ନର ଜାଣ……!!
ନାଁକୁ ଧରମ ବ୍ରତ ଉପବାସ
ଅନ୍ତରେ ଭକତି ଶୂନ….
ଲୋକ ଦେଖାଣିଆ ଦେଉଳ ଦର୍ଶନ
ପୁରାଣେ ନଥାଏ ଧ୍ଯାନ….
ହାୟରେ କାର୍ତ୍ତିକ ବ୍ରତ…..
କେଉଁ ଶାସ୍ତ୍ର କହେ କର ଛାଡ ଖାଇ
ପ୍ରାଣୀ ମାରି ଜିହ୍ବା ତୃପ୍ତ….!!
(ସଭାପତି,ଉତ୍କଳ ସାହିତ୍ଯ ସଂସଦ,ମାଲକାନଗିରି)
ମୋନଂ:943779447

Please Share

Leave a Reply

Your email address will not be published. Required fields are marked *