ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ “ରାଜଧିରାଜ” (ସୁନାବେଶ), ଦୋଳଗୋବିନ୍ଦ ଅଭିଷେକ ନୀତି

Advertisement
Advertisement
Click for Any Complaint Regarding This News
AAA Online Services

ପୁରୀ , ସୋମବାର କାର୍ତ୍ତିକ ପୂର୍ଣ୍ଣିମା (ରାସ ପୂର୍ଣ୍ଣିମା) ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ “ରାଜଧିରାଜ” ବେଶ (ସୁନାବେଶ) ତଥା ଦୋଳଗୋବିନ୍ଦ ଅଭିଷେକ ହେତୁ ସ୍ୱତନ୍ତ୍ର ନୀତିମାନ ଅନୁଷ୍ଠିତ ହୋଇଅଛି । ଆଜି ଶ୍ରୀଜୀଉମାନଙ୍କ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପୂର୍ବ ପ୍ରସ୍ତୁତି ପ୍ରକାରେ ପୂର୍ବ ରାତ୍ର ପହୁଡ଼ ଘ.୧୧.୨୫ମି.ରେ ହୋଇଥିଲା |ପ୍ରାତଃ ଘ.୫.୦୦ ରେ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ସମ୍ପର୍ଣ୍ଣ ହୋଇ,ଭିତର ଶୋଧ ଘ.୫.୫୦ ମି ହୋଇ ମହାପ୍ରଭୁଙ୍କ ମଙ୍ଗଳ ଆଳତି ପ୍ରାତଃ ଘ.୫.୫୫ ମି ରେ ସମ୍ପର୍ଣ୍ଣ ହୋଇ ସକାଳ ଘ.୬.୦୦ ଟା ରେ ମଇଲମ ବଢି, ତଡପ ଲାଗି ଘ.୬.୩୦ ରେ ହୋଇଥିଲା ।ଏହାପରେ ଅବକାଶ ପୂଜା ଠା,ଘ.୬.୪୦ ରେ ବଢି, ଅବକାଶ ପୂଜା ଘ. ୬.୪୫ ମି ରେ ଆରମ୍ଭ ଅବକାଶ ପୂଜା ଶେଷ ଘ.୭.୦୦ ମି ରେ ସମ୍ପର୍ଣ୍ଣ ହେବାପରେ ମହାପ୍ରଭୁଙ୍କ”ରାଜଧିରାଜ” ବେଶ ଆରମ୍ଭ ହୋଇ ଘ.୮.୩୦ ମି ରେ ବେଶ ଶେଷ ହୋଇଥିଲା । ଶ୍ରୀପୁରୁଷୋତ୍ତମ ଶ୍ରୀଜଗନ୍ନାଥ ହେଉଛନ୍ତି ରାଜଧିରାଜ । ତାଙ୍କର ନୀତି,ରୀତି,ବେଶ, ଭୋଗ ଇତ୍ୟାଦିରେ ରାଜକୀୟ ଠାଣି ପରିଲକ୍ଷିତ ହୋଇଥାଏ | ସ୍ବତଲିପି ମୁତାବକ ବର୍ଷ ମଧ୍ୟରେ ପ୍ରାୟ ୨୦ ରୁ ଉର୍ଦ୍ଧ ବେଶ ମଧ୍ୟରୁ ଶ୍ରୀଜୀଉମାନଙ୍କର “ସୁନାବେଶ ବା ରାଜ ବେଶ” ଅନ୍ୟତମ ଆଜି ଏହି ବେଶ ରେ ଠାକୁର ମାନେ ବିଭିନ୍ନ ସ୍ବର୍ଣ୍ଣ ଅଳଙ୍କାର ରେ ଭୂଷିତ ହୋଇଥିଲେ ।ପ୍ରତିବର୍ଷ ମହାପ୍ରଭୁଙ୍କର ଏହି ରାଜାବେଶ ବା ସୁନାବେଶ ପ୍ରାୟ ପାଞ୍ଚ ଥର ଅନୁଷ୍ଠିତ ହୋଇଥାଏ ।ଏହା ସାଧାରଣତଃ ବିଜୟା- ଦଶମି (ଦଶହରା) ,ପୌଷପୂର୍ଣ୍ଣିମା (ପୁସ୍ୟାଭିଷେକ),ଦୋଳ ପୂର୍ଣ୍ଣିମା ,କାର୍ତ୍ତିକ ପୂର୍ଣ୍ଣିମା ଓ ଆଷାଢ଼ ଶୁକ୍ଳ ଏକାଦଶୀ (ରଥ- ଉପରେ) ଦିନ ଅନୁଷ୍ଠିତ ହୋଇଥାନ୍ତି । ଏହିବେଶ ପାଇଁ ମେକାପ ନିଯୋଗ, ପୁଷ୍ପାଳକ, ଖୁଣ୍ଟିଆ ସେବକମାନେ ସାହାର୍ଯ୍ୟ କରିଥାନ୍ତି । ଶ୍ରୀବିଗ୍ରହମାନଙ୍କ ଏହି ରାଜ ବେଶରେ ତିନି ଠାକୁରଙ୍କୁ ପାଟବସ୍ତ୍ରରେ ସାଜିତ କରାଯାଇଥିଲା , ଭିତରଛୁ ମହାପାତ୍ର ମହାପ୍ରଭୁଙ୍କୁ (ଜଗନ୍ନାଥଙ୍କୁ) ତଳିଛ ମହାପାତ୍ରେ ବଡବାଡ (ବଳଭଦ୍ର) ରେ ଓ ପୁଷ୍ପାଳକ ମା’ ସୁଭଦ୍ରାଙ୍କ ବାଡ଼ରେ ବିଭିର୍ଣ୍ଣ ପ୍ରକାର ସ୍ବର୍ଣ୍ଣ ଓ ପୁଷ୍ପ ଅଳଙ୍କାର ଲାଗି କରାଇ ବେଶ କରିଥିଲେ । ନିମ୍ନ ପ୍ରକାରେ ଠାକୁର ମାନେ ଅଳଙ୍କାର ପରିଧାନ କରିଥିଲେ | ଶ୍ରୀବଳଭଦ୍ର…୧.ଶ୍ରୀପୟର ୨.ଶ୍ରୀଭୁଜ ୩.କିରୀଟ ୪.ଓଡ଼ିଆଣି ୫.କୁଣ୍ଡଳ ୬.ଚନ୍ଦ୍ର ସୂର୍ଯ୍ୟ ୭.ଆଡକାନି ୮.ଘାଗଡ଼ାମାଳି ୯. କଡମ୍ବମାଳି ୧୦.ତିଳକ ୧୧.ଚନ୍ଦ୍ରିକା ୧୩. ଝୋବାକଣ୍ଠି ୧୪.ହଳ ୧୫.ବାହାଡ଼ାମାଳି ୧୬.ବାଘନଖି ମାଳି ୧୭.ସେବତି ମାଳି ୧୮.ତ୍ରିଖଣ୍ଡିକା କାମର ପଟି, ଇତ୍ୟାଦି ଲାଗିହୋଇଥିଲେ । ମା’ ସୁଭଦ୍ରା…୧.କିରୀଟ ୨.ଓଡ଼ିଆଣି ୩.କାନ ୪.ଚନ୍ଦ୍ରସୂର୍ଯ୍ୟ ୫.ଘାଗଡ଼ାମାଳି ୬.କଦମ୍ବ ମାଳି ୭.ତଡଗି ୨ ଟି (ଆୟୁଧ) ୮.ସେବତି ମାଳି । ଶ୍ରୀ ଜଗନ୍ନାଥ….୧.କିରୀଟ ୨.ଶ୍ରୀ ଭୁଜ ୩.ଶ୍ରୀପୟର ୪.ଓଡ଼ିଆଣି ୫.ଚନ୍ଦ୍ର ସୂର୍ଯ୍ୟ ୬.କାନ ୭.ଆଡକାନି ୮.ଘାଗଡ଼ା ମାଳି ୯.କଦମ୍ବ ମାଳି ୧୦.ତିଳକ ୧୧.ଚନ୍ଦ୍ରିକା ୧୨.ଅଳକା ୧୩.ଝୋବାକଣ୍ଠି ୧୪.ସ୍ଵର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ (ଆୟୁଧ) ୧୫.ସେବତି ମାଳି ୧୬. ହରିଡାକଦମ୍ବ ମାଳି ୧୭.ବାହାଡ଼ା ମାଳି ୧୮.ତାବିଜମାଳି ୧୯. ତ୍ରିଖଣ୍ଡିକା କମର ପଟି । ବାସ୍ତବିକ ଉକ୍ତ ସ୍ଵର୍ଣ୍ଣ ଅଳଙ୍କାର ହସ୍ତ ପଦ ଖଚିତ ଅନୁପମ ସୌନ୍ଦର୍ଯ୍ୟରେ ଝଲସୁଥିଲେ । ଶ୍ରୀଜଗନ୍ନାଥ ହେଉଛନ୍ତି ଏଇଶ୍ଵର୍ଯ୍ୟ ଓ ମାଧୁର୍ଯ୍ୟ ର ମିଳିତ ବିଗ୍ରହ ପ୍ରଭୁ ସୁନା ବେଶରେ ଏଇଶ୍ଵର୍ଯ୍ୟ ଭାବ ପ୍ରକଟିତ ହେଉଥିଲା ।ଏହି ବେଶ ସମୟରେ ମହାପ୍ରଭୁଙ୍କ ରୋଷ ହୋମ ଘ.୭.୨୫ ରେ ଶେଷ ହୋଇଥିଲା । ବେଶ ସମ୍ପର୍ଣ୍ଣ ପରେ ମହାପ୍ରଭୁଙ୍କ ସୂର୍ଯ୍ୟ ପୂଜା ଘ.୮.୩୫ ମି,ଦ୍ୱାରାପାଳପୂଜା ଘ.୯.୦୦ ଟା, ଗୋପାଳ ବଲ୍ଲବ ପୂଜା ଘ୯. ଟା ରୁ ଆରମ୍ଭ ହୋଇ ପୂଜାଶେଷ ଘ.୯.୨୦ ରେ ହୋଇଥଲା |ଏହାପରେ ସକାଳଧୂପ ଘ.୯.୩୫ ରେ ଡାକିଯାଇଥିଲେ ।ସକାଳଧୂପ ଛେକ ଘ୯.୫୦ ଆସି ପ୍ରସାଦ ଲାଗି ଘ.୯.୫୫ ରେ ସମ୍ପର୍ଣ୍ଣ ହେବାପରେ , ସକାଳଧୂପ ପୂଜା ଘ୧୦.୦୦ ଟା ରେ ଆରମ୍ଭ ହୋଇ ସକାଳଧୂପ ଘ.୧୧.୫୫. ରେ ଶେଷ ହୋଇଥିଲା । ଏହାପରେ ପ୍ରସାଦ ବାହାରି ପାଣି ପଡିବାପରେ,ବାଳଧୂପ ଡାକିଯାଇଥିଲେ, ଭୋଗମଣ୍ଡପ ଘ୧୧.୩୫ ରେ ଉଠିବା ପରେ ବାଳଧୂପ ପୂଜା ବସି, ପୂଜଶେଷ ପରେ,ପ୍ରସାଦ ବାହାରି ପାଣି ପଡ଼ିଲାପରେ ବନ୍ଦାପନା ଓ ପ୍ରସାଦ ମଇଲମ ହୋଇ ଭୋଗମଣ୍ଡପ ପୂଜା ବସି ଭୋଗମଣ୍ଡପ ଶେଷ ଘ.୧.୪୫ ମି ରେ ହେବାପରେ ମହାପ୍ରଭୁଙ୍କ ରାଜ ବେଶ (ସୁନା ବେଶ) ଉଲାଗି ହୋଇଥିଲା । ବେଶ ମଇଲମ ପରେ ବେଶ ହୋଇ ମଧ୍ୟାନ ଧୂପ ଡାକି ଯାଇଥିଲେ,ମଧ୍ୟାନ ଧୂପ ଛେକ,୨ୟ ଭୋଗମଣ୍ଡପ,ଉଠିଲା ପରେ, ମଧ୍ୟାନ ଧୂପ ସମ୍ପର୍ଣ୍ଣ ହୋଇ,ପ୍ରସାଦ ବାହାରି ପାଣି ପଡିବାପରେ,୨ୟ ଭୋଗ ମଣ୍ଡପ ଶେଷ ପରେ ଦକ୍ଷିଣୀ ଘର ଭୋଗ ହୋଇ, ମଇଲମ ବେଶ ପରେ ସନ୍ଧ୍ୟା ଆଳତି ବଢି ଥିଲା |ଏହାପରେ ସନ୍ଧ୍ୟା ଧୂପ ସମ୍ପର୍ଣ୍ଣ ହୋଇ ପ୍ରସାଦ ବାହାରି ପାଣି ପଡ଼ିଲାପରେ ରସ ପୂର୍ଣ୍ଣିମା ଅବସରରେ”ଦୋଳଗୋବିନ୍ଦ” ଅଭିଷେକ ନୀତି ପାଇଁ”ଦୋଳଗୋବିନ୍ଦ” ଦକ୍ଷିଣ ଘରୁ ଭିତର ସିଂହାସନକୁ ବିଜେ ହୋଇଥିଲେ ,ପୂଜାପଣ୍ଡା ସାମନ୍ତେ ଆଜ୍ଞାମାଳ ଲାଗି କଲାପରେ, ମହାଜନେ ଦୋଳଗୋବିନ୍ଦଙ୍କୁ ଜଗମୋହନ ଖଟ କୁ ବିଜେ କରାଇଥିଲେ |ସେଠାରେ ପଞ୍ଚାମୃତ ମହାସ୍ନାନ ହୋଇ ଚନ୍ଦନଲାଗି ପରେ ନୂଆ ଲୁଗାଲାଗି,ମଳଚୂଳ ସହ ବେଶ ବଢି ଛାମୁରେ ଭୋଗ ବଢାଯାଇଥିଲା |ପ୍ରାସାଦ ଲାଗିକରାଯାଇ ଭୋଗ ସମାପନ ପରେ ବନ୍ଦାପନା ପରେ ମହାପ୍ରଭୁ “ଦୋଳଗୋବିନ୍ଦ” ଦକ୍ଷିଣି ଘରକୁ ବାହୁଡା ବିଜେ କରିକରିଥିଲେ । ଏହା ପରେ ମହାପ୍ରଭୁଙ୍କ ବଡ଼ସିଂହାର ବେଶ ବଡ଼ସିଂହାର ଭୋଗ,ଏବଂ ରାତ୍ର ପହୁଡ଼ହେବ

Please Share

Leave a Reply

Your email address will not be published. Required fields are marked *