ମାଲକାନଗିରିର ସର୍କ୍ଟିଟ ହାଉସ ବା ପାନ୍ଥ ନିବାସର ଇତିହାସ

Advertisement
Advertisement
Click for Any Complaint Regarding This News
AAA Online Services

(ଆଲେଖ୍ଯ: କେଶବ ଚନ୍ଦ୍ର ନାୟକ)
…………………………………………………………
ଭୁବନେଶ୍ବରରୁ ମାଲକାନଗିରି ଦୂରତ୍ବ ପ୍ରାୟ ୬୫୭.୫ କିମି l ଏନଏଚ-୨୬ ଜାତୀୟ ପଥରେ ଗଲେ ୧୫ ଘଣ୍ଟା ୨୦ ମିନିଟ ଲାଗିଥାଏ l ୧୯୩୬ ମସିହା ଏପ୍ରିଲ ପହିଲା ବେଳକୁ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେଲା l  କୋରାପୁଟ ଜିଲ୍ଲା ମାଡ୍ରାସ ପ୍ରେସିଡେନ୍ସିରୁ ଅଲଗା ହୋଇ ଓଡିଶା ରାଜ୍ଯରେ ମିଶ୍ରଣ ହେଲା l ସେହି ସମୟରେ ୬ଟି ଜିଲ୍ଲକୁ ନେଇ ଓଡିଶା ରାଜ୍ଯ ଗଠନ ହୋଇଥିଲା l କୋରାପୁଟ ଜିଲ୍ଲାର ପ୍ରଥମ ଜିଲ୍ଲପାଳ ଥିଲେ ଆର.ସି.ଏସ ବେଲ l କୋରାପୁଟ ଜିଲ୍ଲାଟି ଦଣ୍ଡକାରଣ୍ଯର ଏକ ଅଂଶ ବିଶେଷ ଭାବେ ରାମାୟଣରେ ବର୍ଣ୍ଣିତ l ଏହାକୁ ମହାକାନ୍ତାର ବୋଲି କୁହା ଯାଏ l ତତ୍କାଳିନ ସମୟରେ କୋରାପୁଟ ଜିଲ୍ଲା ଘନ ଅରଣ୍ଯ,ପାହାଡ ପର୍ବତ,ନଦୀ,ଝରଣାରେ ପରିପୂର୍ଣ୍ଣ l ବାଘ, ଭାଲୁ, ସରୀସୃପ ଆଦି ହିଂସ୍ର ଜନ୍ତୁଂକ ନିବାସ ସ୍ଥଳୀ ଥିଲା l ସେହି ସମୟରେ ମାଲକାନଗିରି ଏକ ତାଲୁକ ଥିଲା l ମାଲକାନଗିରି ଅଂଚଳକୁ ଗମନା ଗମନର ବିଶେଷ ସୁବିଧା ନଥିଲା l ଜୟପୁରରୁ ମାଲକାନଗିରିକୁ ଆସିବା ପାଇଁ ରାସ୍ତାଟିଏ ନଥିଲା lଲୋକମାନେ ପାଦରେ ଚାଲି ଚାଲି ଯାଉଥିଲେ lମାଲକାନଗିରି ଜିଲ୍ଲାଥିଲା ଆଦିବାସୀ ଅଧ୍ଯୁଷିତ ଅଂଚଳ l

ବିଟ୍ରଶ ସମୟରେ ଯେତେବେଳେ ରାଜକର୍ମଚାରୀମାନେ (ଅମିନ,ରାଜସ୍ବ ନିରୀକ୍ଷକ,ବନ ଜଗାଳୀ) ଆଦିବାସୀ ଗ୍ରାମଗୁଡିକୁ ଖଜଣା ଆଦାୟ କରିବାକୁ ଆସୁଥିଲେ,ଆଦିବାସୀମାନେ ଭାରରେ ବା କାଉଡିରେ ଦୋଳାକରି ବସାଇ ରାଜ କର୍ମଚାରୀମାନଂକୁ ଗାଁରୁ ଗାଁକୁ ନେଉଥିଲେ lବାବୁମାନେ ସପ୍ତାହ ବ୍ଯାପି ଗାଁରେ ରହି ସରୁ ଚାଉଳ ଭାତ, ଘିଅ, ଛେଳି, କୁକୁଡା ଖାଉଥିଲେ l ଏହା ଥିଲା ଦୁର୍ଗମ ଅଂଚଳ l ଗାଁକୁ ଖଣ୍ଡେ ଭଲ ରାସ୍ତା ନଥିଲା l ଏମିତି କି ଦିନ ବେଳେ ସୂର୍ଯ୍ଯ କିରଣ ଭୂଇଁ ତଳେ ପଡୁନଥିଲା l ଦିନରେ ବାଘର ହେଣ୍ଟାଳ ଶୁଣା ଯାଉଥିଲା l

୧୯୫୮ ମସିହାରେ ପୂର୍ବ ପାକିସ୍ଥାନରୁ ଆସିଥିବା ବଂଗୀୟ ଶରଣାର୍ଥିମାନଂକୁ ଭାରତ ସରକାର ଭାରତର ବିଭିନ୍ନ ରାଜ୍ଯମାନଂକରେ ଥଇଥାନ କରିବାକୁ ଲାଗିଲେ l ଦଣ୍ଡକାରଣ୍ଯ ଅଂଚଳର କୋରାପୁଟ ଜିଲ୍ଲା ଏବଂ ମଧ୍ଯ ପ୍ରଦେଶର ବସ୍ତର ଜିଲ୍ଲାରେ ବଂଗୀୟ ଶରଣାର୍ଥିମାନଂକୁ ଥଇଥାନ କରିବାକୁ ଦଣ୍ଡକାରଣ୍ଯ ପ୍ରକଳ୍ପର ଶଭାରମ୍ଭ କଲେ l ଫଳରେ ମାଲକାନଗିରି ଘନ ଜଂଗଲକୁ ସଫା କରାଯାଇ ବଂଗୀୟ ଶରଣାର୍ଥିମାନଂକୁ ଥଇଥାନ କରାଗଲା l ଫଳରେ ମାଲକାନଗିରି ଅଂଳକୁ ଜୟପୁର ପାଇଁ ପଥ ନିର୍ମାଣ କରାଗଲା l ନଦୀ ଉପରେ ନିର୍ମାଣ ହେଲା ବ୍ରିଜ୍ ଏବଂ କଲଭର୍ଟ l ବଂଗୀୟ ଶରଣାର୍ଥି ଗ୍ରାମ ଓ ଆଦିବାସୀ ଗ୍ରାମଗୁଡିକୁ ରାସ୍ତଘାଟ ନିର୍ମାଣ କରାଗଲା l ପିଲାମାନଂକ ଶିକ୍ଷା ପାଇଁ ବିଦ୍ଯାଳୟ,  ସ୍ବାସ୍ଥ  ପାଇଁ ହସପିଟାଲ, ଚାଷ ପାଇଁ ଜଳ ସେଚନ ପ୍ରକଳ୍ପ ଆଦି ଯୋଜନାମାନ କାର୍ଯ୍ଯକାରୀ ହେଲା lଏହି ସମୟରେ ଦଣ୍ଡକାରଣ୍ଯ ପ୍ରକଳ୍ପ ତଦାରଖ ପାଇଁ ସେତେବେଳେ ନିର୍ମାଣ ହୋଇଥିଲା ମାଲକାନଗିରି ସଦର ମହକୁମା ଠାରେ ସର୍କିଟ ହାଉସ ବା ପାନ୍ଥ ନିବାସ lପ୍ରାୟ ୧୯୬୦ ମସିହା ବେଳକୁ ଦଣ୍ଡକାରଣ୍ଯ ପ୍ରକଳ୍ପ ମାଲକାନଗିରି ଅଞ୍ଚଳରେ କାର୍ଯ୍ଯାରମ୍ଭ ହେଲା lପରବର୍ତ୍ତୀ ସମୟରେ ମାଲକାନଗିରି ସଦର ମହକୁମା ଠାରେ ଦଣ୍ଡକାରଣ୍ଯ ପ୍ରକଳ୍ପ ସମୟରେ ନିର୍ମାଣ କରାଯାଇଥିଲା ସର୍କିଟ ହାଉସ lଏଥିରେ ୬ଟି ମାତ୍ର ପ୍ରକୋଷ୍ଠ ରହଛି l ତତ୍କାଳିନ ସମୟରେ ମାଲକାନଗିରି ସବ ଡିଭିଜନଟି କୋରାପୁଟ ଜିଲ୍ଲାରେ ରହିଥିଲା l୧୯୯୦ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଦିନ କୋରାପୁଟ ଜିଲ୍ଲାରୁ ବିଛିନ୍ନ ହୋଇ ମାଲକାନଗିରି ସବ ଡିଭିଜନଟି ଜିଲ୍ଲାର ମାନ୍ଯତା ପାଇଲା l ଭୁବନେଶ୍ବରୁ ମାଲକାନଗିରି ଅଞ୍ଚଳକୁ ପରିଦର୍ଶନରେ କୌଣସି ଭିଆଇପି/ଭିଭିଆଇପିମାନେ ଆସିଲେ ଏଠାରେ ରହଣି କରନ୍ତି lନୂତନ ଜିଲ୍ଲା ଭାବେ ମାଲକାନଗିରି ଆତ୍ମ ପ୍ରକାଶ ପାଇଲା ପରେ ପ୍ରଥମ ଜିଲ୍ଲାପାଳ ଭାବେ ଗଗନ କୁମାର ଧଳ ଦାୟିତ୍ବ ନିର୍ବାହ କଲେ lଜିଲ୍ଲାରେ ଜିଲ୍ଲାପାଳଂକ କାର୍ଯ୍ଯାଳୟ ନଥିବାରୁ ଏହି ସର୍କିଟ ହାଉସରେ ପ୍ରଥମ ଜିଲ୍ଲାପାଳଂକ କାର୍ଯ୍ଯାଳୟ ଆରମ୍ଭ ହେଲା lପ୍ରଥମ ଜିଲ୍ଲପାଳ ଗଗନ ଧଳ ଏହି ସର୍କିଟ ହାଉସର ଗୋଟିଏ ପ୍ରକୋଷ୍ଠରେ ରହି ଅନ୍ଯ ପ୍ରକୋଷ୍ଠଗୁଡିକୁ ଜିଲ୍ଲାପାଳଂକ କାର୍ଯ୍ଯଳୟ ଭାବେ ବ୍ଯବହ୍ରୁତ କରିଥିଲେ lଡିଏନକେ ପରିସରରେ ବାଉଁଶ ତାଟି ଦ୍ବାରା ନିର୍ମିତ ଦଣ୍ଡକାରଣ୍ଯ ପ୍ରକଳ୍ପର ଟିଣ ଘରେ କିଛି ସରକାରୀ କାର୍ଯ୍ଯାଳୟ ଚାଲୁ ହେଲା l ଗଗନ କୁମାର ଧଳଂକ ସମୟରେ କିଛି ନୂତନ କୋଠା ବାଡି ନିର୍ମାଣ ହୋଇ ନଥିଲା lସରକାରୀ କର୍ମଚାରୀଟିଏ ମାଲକାନଗିରି ଜିଲ୍ଲରେ ଚାକିରୀ କଲେ ସବୁ ଠାରୁ ବଡ ଅସୁବିଧା ରହବା ପାଇଁ ଘର ଖଣ୍ଡେ lଯେ କୌଣସି କର୍ମଚାରୀଂକୁ ମାଲକାନଗିରିକୁ ବଦଳି କରାଗଲେ କେହି ବି ଆସିବାକୁ ପସନ୍ଦ କରିନଥାନ୍ତି l ଏହାର ମୁଖ୍ଯ କାରଣ ହେଲା ଦୂରତ୍ବ, ସ୍ବାସ୍ଥ୍ଯ ସମସ୍ଯା ହେଲେ ମେଡିକାଲ ସୁବିଧା ନାହିଁ lବିଶେଷ କରି ମାଲକାନଗିରି ଜିଲ୍ଲାଟି ମ୍ଯାଲେରିଆ ପ୍ରବଣ ଅଂଚଳ , ସ୍କୁଲ, କଲେଜର ଅଭାବ , ଅନ୍ଯାନ୍ଯ ସୁବିଧା ସୁଯୋଗର ଅଭାବ l ସେହି ସମୟରେ ଡିଏନକେ ରାସ୍ତାରେ ବେସରକାରୀ ଘର ଦ୍ବାର ଦୋକାନ ବାଡି ନଥିଲା l

ଧୀରେ ଧୀରେ ଲୋକମାନେ ସରକାରୀ ଜମିକୁ କବ୍ଜା କରି ଦୋକାନ ବାଡି ନିର୍ମାଣ କଲେ lମୁନିଷ ମୁଦଗିଲଂକ ସମୟରେ ଲୋକମାନଂକ ଟଂକାରେ ୨୦୦୪ରେ କିଛି ଦୋକାନ ଘର ନିର୍ମାଣ କରାଯାଇ ଯେଉଁମାନେ ଝୋପଡି କୁଡିଆ କରି ଦୋକାନ କରିଥିଲେ ସେମାନଂକୁ ପ୍ରଦାନ କରାଗଲା l କିଛି ବଳକା ଦୋକାନକୁ ଟେଣ୍ଡର ମାଧ୍ଯମରେ ଅନ୍ଯକୁ ହସ୍ତାନ୍ତର କରାଗଲା l ମାଲକାନଗିରି ଏନଏସି ଘର ଭଡା ଆଦାୟ କରୁଛି l ବର୍ତ୍ତମାନର ଯେଉଁ ଡିପିଇପି କାର୍ଯ୍ଯଳୟ ଚାଲୁଛି,ତତ୍କକାଳିନ ଜିଲ୍ଲାପାଳ ମୁନିଷ ମୁଦଗିଲଂକ ପ୍ରଚେଷ୍ଠାରେ ନିର୍ମାଣ କରାଗଲା l ସେହି କୋଠାରେ ଜିଲ୍ଲାପାଳଂକ କାର୍ଯ୍ଯାଳୟ କିଛି ବର୍ଷ ପାଇଁ ଚାଲିଲା l
ଜିଲ୍ଲା ଗଠନ ହେବାର ୧୨ ବର୍ଷ ପରେ ଜିଲ୍ଲାପାଳ ମୁନିଷ ମୁଦଗିଲଂକ ସମୟରେ ତା:୧୫.୧୨.୨୦୦୪ ଏହି ପରିସରକୁ ଲାଗି ନିର୍ମାଣ ହେଲା ଆଉ ୬ଟି ପ୍ରକୋଷ୍ଠ ନିର୍ମାଣ କରାଗଲା l ନୂତନ କୋଠା ନିର୍ମାଣ ହେଲା ପରେ ଅବହେଳିତ ଅବସ୍ଥାରେ ରହିଗଲା ଦଣ୍ଡକାରଣ୍ଯ ସମୟରେ ନିର୍ମାଣ କରାଯାଇଥିବା ପୂରାତନ ୬ଟି ଆଜବେଷ୍ଟ ସିଟ୍ ଦ୍ବାରା ନିର୍ମିତ ପ୍ରକୋଷ୍ଠ l ପୁନଶ୍ଚ ଗୋଟି ନୂତନ କୋଠା ଅତିଥିମାନଂକ ରହଣି ଲାଗି ନିର୍ମାଣ ହେଲା l ଏଥିରେ ମଧ୍ଯ ୬ଟି ପ୍ରକୋଷ୍ଠ ରହିଲା l
ତେବେ ଦୀର୍ଘ ଦିନ ହେଲା ରକ୍ଷଣା ବେକ୍ଷଣା ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି,ସେହି ଅତୀତର ସ୍ମୃତିକୁ ରୋମନ୍ଥନ କରୁଥିବା ସର୍କିଟ ହାଉସର ୬ଟି ପ୍ରଚୀନ ପ୍ରକୋଷ୍ଠ l ଏବେ ଦୁଇଟି କୋଠାରେ ୧୨ ଗୋଟି ନୂତନ ପ୍ରକୋଷ୍ଠ ଅତିଥିମାନଂକ ରହଣି ପାଇଁ ବ୍ଯବହୃତ କରାଯାଉଛି l ଏଠାରେ ସଦା ସର୍ବଦା ସରକାରୀ କଳର ପ୍ରଶାସନିକ ଅଧିକାରୀମାନେ ଏବଂ ରାଜ ନେତା ମନ୍ତ୍ରୀ,ବିଧାୟକମାନେ ରହଣି କରନ୍ତି ଅତି ଶସ୍ତା ଦରରେ l

(ସଭାପତି,ଉତ୍କଳ ସାହିତ୍ଯ ସଂସଦମାଲକାନଗିରି)

Please Share

Leave a Reply

Your email address will not be published. Required fields are marked *