ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣାସୀ ପରିଦର୍ଶନ କରିବେ ଏବଂ ସେଠାରେ ଦେବ ଦୀପାବଳି ଉତ୍ସବର ପ୍ରଥମ ଦୀପ ଜାଳିବେ . ପ୍ରଧାନମନ୍ତ୍ରୀଙ୍କ ସମସ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାମିଲ ହେବେ । ହିନ୍ଦୁ କ୍ୟାଲେଣ୍ଡରର କାର୍ତ୍ତିକ ମାସର ପୂର୍ଣ୍ଣିମା ଦିନ ଦେବ ଦୀପାବଳି ପାଳନ କରାଯାଏ। ଚଳିତ ବର୍ଷ ଦେବ ଦୀପାବଳି ଗଙ୍ଗା ନଦୀର ଉଭୟ ପାର୍ଶ୍ୱରେ 1.5 ମିଲିୟନ୍ ଦୀପ ଜାଳି ପାଳନ କରାଯିବ।ଏଠାରେ ସୁଚନା ଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସଂସଦ ନିର୍ବାଚନମଣ୍ଡଳୀରେ 50 କିଲୋମିଟର ଆକାଶ ମାର୍ଗ ରେ ଏବଂ ସଡ଼କ ଦ୍ୱାରା 40 କିଲୋମିଟର ରାସ୍ତା ମାର୍ଗ ରେ ଯିବେ | କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ବନାରସ ଗସ୍ତ କରୁଛନ୍ତି, ଯଦିଓ ସେ ପୂର୍ବରୁ ଅନେକ ଥର ଭର୍ଚୁଆଲ୍ ଇଭେଣ୍ଟରେ ଭାଗ ନେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ପବିତ୍ର ସହରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ବାରାଣାସୀ ପରିଦର୍ଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ : ପାଳନ କରିବେ ଦେବ ଦୀପାବଳି
Click for Any Complaint Regarding This News
AAA Online Services