ଆଜି କଟକର ଜଗତପୁର ଶିଳ୍ପାଞ୍ଚଳରେ ଆଉ ଏକ ନକଲି ଘିଅ ପ୍ରସ୍ତୁତି କାରଖାନା ଠାବ ହୋଇଛି। ଏହି ନକଲି କାରଖାନା ଉପରେ ଚଢ଼ାଉ ସମୟରେ କୋଟିଏରୁ ଅଧିକ ଟଙ୍କାର ନକଲି ଘିଅ ମଧ୍ୟ ଜବତ ହୋଇଛି। ଘିଅ ପ୍ରସ୍ତୁତିରେ ବ୍ୟବହାର ହେଉଥିବା କେମିକାଲ ଓ ଯନ୍ତ୍ରାଂଶକୁ ମଧ୍ୟ ପୁଲିସ ଜବତ କରିଛି। ନାମୀଦାମୀ କମ୍ପାନୀର ଲୋଗୋ ଓ ପ୍ୟାକିଂ ସାମଗ୍ରୀ ଜବତ କରାଯାଇଛି। ବହୁ ବର୍ଷ ଧରି କମ୍ପାନି ଚାଲି ଆସୁଥିଲା ବୋଲି ପ୍ରାଥମିକ ଯାଞ୍ଚ ରୁ ଜଣାପଡିଛି। ଘଟଣା ସ୍ଥଳରେ କଟକ ଡ଼ିସିପି ପ୍ରତୀକ୍ ସିଂହ ପହଞ୍ଚି ଯାଞ୍ଚ ଜାରି ରଖିଥିବାବେଳେ ଏହା ପଛରେ ଏକ ବଡ଼ ରାକେଟ ଚାଲିଥିବା ସୂଚନା ମିଳିଛି। ତେବେ ଏହି ମାମଲାରେ ପୁଲିସ୍ ଦୁଇଜଣଙ୍କୁ ଅଟକ ରଖିଥିବାର ଖବର ମିଳିଛି।ଲଗାତାର ୩ ଦିନ ମଧ୍ୟରେ କଟକରେ ୩ଟି ନକଲି ଘିଅ ପ୍ରସ୍ତୁତି କାରଖାନା ଠାବ କରାଯାଇଛି। ଏଠାରେ ସୂଚନା ଯୋଗ୍ୟ, ଗତକାଲି ବୟାଳିଶ ମୌଜା ଶ୍ରୀରାମବଜାର ଅଞ୍ଚଳରୁ ପୁଲିସ ଦ୍ୱାରା ନକଲି ଘିଅ କାରଖାନା ଠାବ ହୋଇଥିଲା।
କଟକ ପାଲଟିଛି ନକଲି ଖାଦ୍ୟ ସାମଗ୍ରୀ କମ୍ପାନିମାନଙ୍କର ପେଣ୍ଠସ୍ଥଳ : ୩ ଦିନ ମଧ୍ୟରେ ରେ ୩ଟି ନକଲି ଘିଅ ପ୍ରସ୍ତୁତି କାରଖାନା ଠାବ
Click for Any Complaint Regarding This News
AAA Online Services