ଆଦିବାସୀ କଲେ ରକ୍ତ ଦାନ

Advertisement
Advertisement
Click for Any Complaint Regarding This News
AAA Online Services

ପାଟଣାଗଡ/ବେଲପଡା :  ସବୁବେଳେ ଅବହେଳା ର ଶିକାର ଆଦିବାସୀ, ଆଦିବାସୀ ଙ୍କ ସମସ୍ୟା ଅନେକେ।ଏଣୁ ସମସ୍ୟା ର ସମାଧାନ ପାଇଁ ନିଜ ହାତରେ ଧରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର, କରିଥାଏ ଆନ୍ଦୋଳନ। ହେଲେ ସମାଜ ସେବା ପାଇଁଁ ଆଦିବାସୀ ସଂଘ ଓହ୍ଲାଇଛନ୍ତି।ଆମ ଓଡ଼ିଶା ସ‌ହ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ମିଲିତ ଆନୁକୁଲ୍ୟରେ ରକ୍ତଦାନ କରିଛି।ବେଲପଡା ବ୍ଲକ ବାବା ବିଶ୍ୱନାଥ ଆଇଟିଆଇ ରେ ଆଦିବାସୀ ସଂଘ ପକ୍ଷରୁ ଆୟୋଜିତ ରକ୍ତ ଦାନ ଶିବିର ରେ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଛି। ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘ ର ମହାଶଚିବ ନିରଞ୍ଜନ ବିଶି, ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରକ୍ତ ଦାନ ଶିବିର ର କୁ ଶୁଭଉଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବରେ ବେଲପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ମେଡିକାଲ ଅଫିସର ଡ଼. ରବିନ୍ଦ୍ର ମେହେର ସମାଜ ସେବୀ ହରିସ ବୁଡେକ ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଶ୍ରୀ ବିଶି କହିଥିଲେ ଆଦିବାସୀ ସମାଜ ସବୁସମୟରେ ଲୋକଙ୍କ ସହିତ ରହିଛି। ରକ୍ତ ଦାନ ମହତ୍ ଦାନ। ଏଣୁ ରକ୍ତଦାନ କାର୍ଯ୍ୟକ୍ରମ ରେ ସାମିଲ ହେବାକୁ ନିଷ୍ପତ୍ତି ନେଲେ। ଆଗକୁ ମଧ୍ୟ ରକ୍ତ ଦାନ କାର୍ଯ୍ୟ ସଂଘ ଜାରି ରଖିବ ବୋଲି କହିଛନ୍ତି। ଶିବିରରେ ନୁଆରକ୍ତଦାତା ଉତ୍ସାହିତ ହୋଇ ରକ୍ତ ଦାନ କରିଥିଲେ। ଏହି ଶିବିରରେ ଜିଲ୍ଲା ଆଦିବାସୀ କଲ୍ୟାଣ ମହାସଂଘ ର ରାଜ କିଶୋର ଛତ୍ରୀଆ, ଇଶ୍ଵର ମିର୍ଧା,ଶାରଥି ବାଗ, ସଞ୍ଜୀବ ଶର୍ମା, ଗିରିଧାରୀ ଭୋଇ, ଜଗବନ୍ଧୁ ମାଝି,ରସିକ ଧରୁଆ, ରାଜେନ୍ଦ୍ର ଧରୁଆ,ଭୁପାଲ ବିଶ୍ବାଳ, ମନବୋଧ ବରିହା, ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଶିବିର କୁ ସମ୍ବାଦ ର ବିଶ୍ୱଜିତ ଦାସ,ଜତିସ ଖମାରି,ମନୋଜ ମିଶ୍ର ପରିଚାଳନା କରିଥିଲେ। ରକ୍ତ ସଂଗ୍ରହ ରେ ପାଟଣାଗଡ ବ୍ଲଡ଼ ବ୍ୟାଙ୍କ ର ଭୁଲା ସାମଲ,ଅଜୟ କୁମ୍ଭାର, ସହାୟତା କରିଥିଲେ।

Please Share

Leave a Reply

Your email address will not be published. Required fields are marked *