ଡେସ୍କ : ସିଡନୀରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ 51 ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଅଷ୍ଟ୍ରେଲିଆ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ 2-0 ଅଗ୍ରଣୀ ହାସଲ କରିବା ସହ ସିରିଜ୍ ଜିତିଛି । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ 50 ଓଭରରେ 4 ୱିକେଟ୍ ହରାଇବା ପାଇଁ 389 ରନ୍ ସ୍କୋର କରିଥିଲା। ଏହାର ଜବାବରେ ଭାରତ ୯ ୱିକେଟ୍ ହରାଇ ୩୩୮ ରନ୍ କରିପାରିଥିଲା । ଗୋଟିଏ ପଟେ ଯେଉଁଠାରେ ଉଭୟ ଦଳ ମ୍ୟାଚ୍ରେ ବ୍ୟସ୍ତ ଥିଲେ, ଅନ୍ୟ ପଟେ ଟିଭି ସ୍କ୍ରିନ ରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା ।
ଆଜିର ମ୍ୟାଚରେ ଯେତେବେଳେ ଭାରତ ମ୍ୟାଚ୍ ଜିତିବା ପାଇଁ ଚେଷ୍ଟା କରୁଥିଲା ସେତେବେଳ ଜଣେ ଭାରତୀୟ ଯୁବକ ତାଙ୍କ ସହ ମ୍ୟାଚ୍ ଦେଖୁଥିବା ଜଣେ ଅଷ୍ଟ୍ରେଲୀୟ ଝିଅଙ୍କୁ ସମସ୍ତଙ୍କ ସମ୍ମୁଖରେ ବିବାହ ପାଇଁ ପ୍ରସ୍ତାବ ରଖିଥିଲେ | ଯାହା କି ଟିଭି ରେ ପ୍ରସାରିତ ହେଉଥିଲା । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ସେହି ଅଷ୍ଟ୍ରେଲୀୟ ଝିଅ ମଧ୍ୟ ବିବାହ ପ୍ରସ୍ତାବକୁ ଗ୍ରହଣ କରିଥିଲେ । ଏହା ପରେ ଭାରତୀୟ ଯୁବକ ଜଣକ ଅଷ୍ଟ୍ରେଲୀୟ ଯୁବତୀଙ୍କୁ ଏକ ରିଙ୍ଗ ଦେଇ ଆଲିଙ୍ଗନ କଲା। ଏହି ସମୟରେ ଗ୍ଲେନ ମ୍ୟାକ୍ସୱେଲ ପଡ଼ିଆରେ କରତାଳି ଦେଇ ଦମ୍ପତିଙ୍କୁ ଅଭିବାଦନ ଜଣାଇଥିଲେ। ତେବେ ଭାରତୀୟ ଯୁବକଙ୍କ ପ୍ରସ୍ତାବର ଏହି ଭିଡିଓ ଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। କିଛି ଭାରତୀୟ ଏହି ଘଟଣାକୁ ଖୁବ୍ ଢଙ୍ଗ ରେ ଉପସ୍ଥାପିତ କରି ” ସିରିଜ୍ ପଛେ ଗଲା ବିଦେଶୀ ଭାଉଜ ଭାରତ ଆସିଲା ” ଲେଖିଥିଲା ବେଳେ ଆଉ କେହି ” ପରିଶେଷରେ ଭାରତ କିଛି ତ ଜିତିଲା” ବୋଲି ଲେଖିଛନ୍ତି ।
ସିରିଜ୍ ଗଲା ମାତ୍ର ବିଦେଶୀ ଭାଉଜ ଆଣିଲେ ଭାରତ ଯୁବକ
Click for Any Complaint Regarding This News
AAA Online Services