ରାଜଗାଙ୍ଗପୁରେ ଗୋ ମାଂସ କଟାକୁ ନେଇ ପ୍ରବଳ ଉତ୍ତେଜନା : ପୋଲିସ ର ଚଢ଼ାଉ ମାଂସ ଜବତ ଦୁଇ ଗିରଫ ।

Advertisement
Advertisement
Click for Any Complaint Regarding This News
AAA Online Services

ରାଜଗାଙ୍ଗପୁର : ରାଜଗାଙ୍ଗପୁରରେ ବହୁ ଦିନ ଧରି ଚାଲିଥିବା ଗୋ ମାଂସ କଂସାଇଖାନାରେ ପୋଲିସ ଚଢ଼ାଉ କରି ମାଂସ ଜବତ ସହ ଦୁଇଜଣଙ୍କୁ ଗିରଫ କରିଅଛି । ଏଠାରେ ସୂଚନାଯୋଗ୍ୟ ଯେ  ପୋଲିସ ଚଢାଉ ସମୟରେ  ସେଠାରେ ଥିବା ଦଶଟି ଗାଈକୁ ଉଦ୍ଧାର କରିଥିବା ଜଣା ଯାଇଛି ।ଆଜି ରବିବାର ସକାଳୁ ସକାଳୁ କୌଣସି ସୂତ୍ରରୁ ପୋଲିସ ଖବର ପାଇ ରାଜଗାଙ୍ଗପୁର ର ଆଜାଦ ଗଳି ସରଗମ ମାର୍ଗ ନିକଟସ୍ଥ ତେଲି ପଡା ଏମ ଡି ଇସଲାମଙ୍କ ଘରଉପରେ ଚଢାଉ କରିଥିଲେ ।ସେଠାରେ ବହୁତ ଗୁଡାଏ ଗାଈ ଗୋରୁ ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା । ଘର ଭିତରକୁ ଯାଇ ଦେଖିଲା ବେଳେ ସେଠାରେ ପ୍ରାୟ ୩୫ କେଜି ମାଂସ ଜବତ କରିଥିଲେ । ।ସେଠାରେ ମାଂସ କାଟୁଥିବା ମାର୍ଟିନ ଭେଙ୍ଗାର ଓ ଏମ ଡି ଇସଲାମଙ୍କୁ ମଧ୍ୟ ଗିରଫ କରି ଥାନା ଆଣି ଅଧିକ ତଦନ୍ତ କରୁଥିବା ଜଣାଯାଇଛି।ଏହି ଘଟଣାର ପ୍ରଚାରିତ ହେବା ପରେ ଖବର ନେବା ପାଇଁ ସାମ୍ବାଦିକ ପହଞ୍ଚି ଫୋଟ ଉଠାଇବା ବେଳେ  ଏଥିରେ ସଂପୃକ୍ତି ଥିବ ଜଣେ ଯୁବକ ଗଣ ପ୍ରତିନିଧିଙ୍କୁ ଗାଳି ଦେବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ।ତେଣୁ ଉକ୍ତ  ଘଟଣାର ପ୍ରତିବାଦ କରି ସାମ୍ବାଦିକ ମାନେ ଥାନାରେ ପହଞ୍ଚିଆସାମୀକୁ ତୁରନ୍ତ ଗିରଫ କରିବା ପାଇଁ ଏତାଲା ଦେଇଥିଲେ।ଏହି ଖବର ପ୍ରଚାର ହେବା ପରେ ଥାନାକୁ ବିଜେପି ଓବଜରଙ୍ଗ ଦଳ ର କର୍ମୀ ମାନେ ଦୋଷୀ ମାନଙ୍କୁ କଠୋର ଦଣ୍ଡଦେବକୁଅଡ଼ି ବସିଥିଲେ  କିଛି ସମୟ ପାଇଁ ଉତତ୍ତଜନା ଦେଖା ଯାଇ ଥିଲା ଥାନା ପ୍ରଭାରୀ ଗୋକୁଳାନନ୍ଦ ସାହୁ ପହଁଚି ଉପସ୍ଥିତ ଥିବାଜନ ସାଧରଣଙ୍କୁ ଏବଂ ସ୍ୱାମବାଦିଙ୍କୁ ବୁଝା ସୁଝା କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ପରେ ପରେ ଉକ୍ତ ଖବର ପ୍ରଚାରିତହେବା ଯୋଗୁଁ ସହରରେ ଅସାନ୍ତର ରବାତାବରଣ ସୃଷ୍ଟି ହୋଇଥିଲା କିନ୍ତୁ ଉଚିତ ପଦକ୍ଷେପ ଯୋଗୁଁ ଏହା ଶାନ୍ତ ପଡ଼ି ଥିବା ଜଣାଯାଇଛି ।ଏହାକୁ ସହରର ବୁଧ୍ୟିଜିବୀ ମହଲରେ କ୍ଷୋଭ ପ୍ରକାଶ କରିଛନ୍ତି ଏବଂ ଦୋଷୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିକରିଥିଲେ। ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ରଙ୍କ ରିପୋର୍ଟ ।

Please Share

Leave a Reply

Your email address will not be published. Required fields are marked *