ବିଧାନ ସଭା ନିକଟରେ କିରୋସିନ ଢାଳି ହୋଇ ଆତ୍ମଦାହ କରିବାକୁ ଉଦ୍ୟମ କରିଥିବା ମହିଳାଙ୍କ ଚାଞ୍ଚଲ୍ୟ କର ବୟାନ

Advertisement
Advertisement
Click for Any Complaint Regarding This News
AAA Online Services

ଆଜି ଅପରାହ୍ନରେ ବିଧାନ ସଭା ନିକଟରେ ଜଣେ ମହିଳା ଓ ତାଙ୍କ ପୁଅ ଦେହରେ କିରୋସିନ ଢାଳି ହୋଇ ଆତ୍ମଦାହ କରିବାକୁ ଉଦ୍ୟମ କରିଥିଲେ ତେବେ ସେଠାରେ ଥିବା ସୁରକ୍ଷା କର୍ମୀ ମାନଙ୍କ ତତ୍ପରତା ଯୋଗୁଁ ସେମାନକୁ ରକ୍ଷା କରାଯାଇ ପାରିଥିଲା । ତେବେ ମହିଳା ଜଣଙ୍କୁ ପୋଲିସ ନିଜ କବଜ୍ଜା କୁ ନେବା ସମୟରେ ମହିଳା ଜଣଙ୍କ ଗଣ ମାଧ୍ୟମ ସମ୍ମୁଖରେ ସ୍ଥାନୀୟ ଡିଏସ୍‌ପି ଓ ସ୍ଥାନୀୟ ଏସ୍‌ପିଙ୍କ ବିରୁଦ୍ଧରେ ଗମ୍ଭୀର ଆରୋପ ଲଗାଇଛନ୍ତି । ମହିଳା ଜଣଙ୍କ ମୃତ ଜଗତସିଂହପୁର କୁଜଙ୍ଗ ବ୍ଲକର ଇଞ୍ଜିନିୟର ଅମୃତ ଦାସଙ୍କର ମା ବୋଲି ପରିଚୟ ଦେବା ସହ ତାଙ୍କ ପୁଅକୁ ୧୦ରୁ ୧୨ ଜଣ ଯୋଜନା ବଦ୍ଧ ଭାବେ ହତ୍ୟା କରି ଜଗତସିଂହପୁର ତିର୍ତ୍ତୋଲ ବାଲିପାଟଣା ଛକରେ  ଫୋପାଡ଼ି ଦେଇଥିଲେ ବୋଲି କହିଛନ୍ତି। ତେବେ ଉକ୍ତ ହତ୍ୟାକୁ ସ୍ଥାନୀୟ ଡିଏସ୍‌ପି ଦୁର୍ଘଟଣାର ରୂପ ଦେଇଥିବା ସେ ଅଭିଯୋଗ କରିଛନ୍ତି । ଏହା ପରେ ସେ ଜଗତସିଂହପୁର ଏସ୍‌ପି ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିଜର ଅଭିଯୋଗ ଜଣାଇଥିଲେ ମଧ୍ୟ କେହି ତାଙ୍କ କଥା ଶୁଣି ନଥିବା ସେ କହିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ୨୦୧୯ ଜୁଲାଇ ମାସ ୨୦ ତାରିଖରେ ଅମୃତ ଦାସଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା । କଟକ-ପାରାଦୀପ ରାସ୍ତାର ବାଲିପାଟଣା ନିକଟରେ ୨୫ ବର୍ଷୀୟ ଅମୃତଙ୍କର ମୃତଦେହ ଉଦ୍ଧାର କରାଯାଇ ଥିଲା। ସେତେବେଳେ ଅମୃତ ଦାସଙ୍କର  ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ ଓ ତାଙ୍କ ପୁଅକୁ ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିବା ଅମୃତଙ୍କ ମାଆ ବାରମ୍ବାର ଅଭିଯୋଗ କରିଥିଲେ । ତେବେ ଦୁର୍ଘଟଣାରେ ଅମୃତଙ୍କର ମୃତ୍ୟୁ ହୋଇଥିବା ଦର୍ଶାଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା।

 

Please Share

Leave a Reply

Your email address will not be published. Required fields are marked *