ରାଜଗାଙ୍ଗପୁର : ଆଜି ରାଣିବନ୍ଧସ୍ଥି ଅବକାରୀ ବିଭାଗ ଅଧିକାରୀ ଓ ତାଙ୍କର ଟିମ ଦ୍ୱାରା ରାଜଗାଙ୍ଗପୁରର ବିଭିନ୍ନ ସ୍ଥାନରେ ବ୍ୟାପକ ଚଢ଼ାଉ କରାଯାଇଥିଲା ।ଏହି ଚଢ଼ାଉ ସମୟରେ ଶହଶହ ଲିଟର ଦେଶି ମଦ ଓ ବିଭିନ୍ନ ସାମଗ୍ରୀ ଜବତ କରାଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉକ୍ତ ଚଢ଼ାଉ ସମୟରେ ଅବକାରୀ ପୋଲିସକୁ କିଛି ସ୍ଥାନରେ ବିରୋଧର ସାମନା କରିବାକୁ ପଡ଼ିଥିଲା ଉକ୍ତ ଧରପକଡ଼ ସମୟରେ ଅବକାରୀ ପୋଲିସ ୯ ଜଣଙ୍କୁ ଗିରଫ କରି ଅବକାରୀ କାର୍ଯାଳୟକୁ ଆଣି ସେମାନଙ୍କୁ ଚୋରା ମଦ ବିକ୍ରି ଏବଂ ବିଭିନ୍ନ ଦଫା ରେ କେସ ରୁଜ୍ଜୁ କରି କୋଭିଡ଼ ନିୟମ ଅନୁସାରେ ୪୧ ଧାରା ଅନୁସାରେ ସେହିଠାରେ ବେଲକରି ତାଙ୍କର ପରିବାର ଙ୍କୁ ହସ୍ତାନ୍ତର କରିଥିଲେ।

ଆଜି ର ଚଢ଼ାଉ ରେ ବାରୁପଡା,ବାଣ୍ଟୁପଡା, ଓସିଏଲ ମାରକେଟ ରୋଡ ସାମିଲ ଥିଲା । ଆଗକୁ ଏହା ଆହୁରି ପ୍ରବଳ ହେବ ବୋଲି ଅବକାରୀ ବିଭାଗ ଅଧିକାରୀ ସୁଚନା ଦେଇଥିଲେ।ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ରଙ୍କ ରିପୋର୍ଟ।