ପଦ୍ମପୁର:-ବରଗଡ ଜିଲ୍ଲା ରାଜବୋଡାସସ୍ବର (ପଦ୍ମପୁର) ଅଂଚଳରେ ଡାକ୍ତର ଶଙ୍କର ରାମଚନ୍ଦାନୀ ଙ୍କ ଜନ୍ମ lପିଲାଟି ଦିନ ରୁ ଜନସେବା କରିବାଥିଲା ତାଙ୍କ ସୁନେଲି ସ୍ୱପ୍ନ lପାଠ ପଢା ରେ ସମ୍ପୂର୍ଣ୍ଣ ଭାବେ ସମର୍ପିତ ହେବା ପରେ ସେ ଡାକ୍ତର ଭାବେ ଆମ ବୋଡାସମ୍ବର ଅଂଚଳ ର ଟେକ ରଖି ଆଜି ବୁର୍ଲା ସ୍ଥିତ ଭିମସାର୍ ରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ମନୋନୀତ ହୋଇ କାର୍ଯ୍ୟ ଭାର ସୁଚାରୁରୂପେ ତୁଲାଇ ଆସୁଛନ୍ତି l କେତେବେଳେ ମହିଳା ଙ୍କୁ ଛାଡି ପଳାଇଲା ପରେ ଡାକ୍ତର ରାମଚନ୍ଦାନୀ ଦୁଇ ଛୁଆ ର ଯତ୍ନ ନେବା,ଅଚିହ୍ନା ମହିଳା ଙ୍କୁ ଆଣି ତା ଗୋଡ଼ ର ଘା ହୋଇ ପୋକ ସାଲୁବାଲୁ ହେଉଥିବା ସ୍ଥାନ କୁ ସଂକ୍ରମଣ ରୁ ମୁକ୍ତ କରିବା ଏମିତି ଅନେକ ଗୁଡ଼ିଏ ଜର୍ଜରିତ ଘଟଣା କୁ ସାମ୍ନା କରି ଲୋକ ଙ୍କୁ ସେବା ଯୋଗାଇ ଆସିଛନ୍ତି l ବର୍ତମାନ ଡାକ୍ତର ଶଙ୍କର ରାମଚନ୍ଦାନୀ ଭିମସାର ଅଧ୍ୟକ୍ଷ ଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ,ନିଜ ଡାକ୍ତରଖାନା ଭିମସାର ରେ କାର୍ଯ୍ୟରତ ପରେ ଏଣିକି ମାତ୍ର ଏକ ଟଙ୍କା ରାଶି ବିନିମୟ ରେ ରୋଗୀ ମାନଙ୍କୁ ଦେଖିବେ ଏବଂ ସେ ବାବଦ ରେ ଅର୍ଜିତ ସମସ୍ତ ଅର୍ଥରାଶି ଗରିବ ନିରିହ ରୋଗୀ ମାନଙ୍କ ସେବାରେ ଲଗାଯିବ ବୋଲି ମନ୍ତବ୍ୟ ପ୍ରଦାନ କରିଛନ୍ତି lସେ ସଦାସର୍ବଦା କହନ୍ତି ମାନବ ସେବା ହିଁ ମାଧବ ସେବା lସମାଜସେବାରେ କୁ ଜୀବନର ବ୍ରତ କରି ଆଗେଇ ଚାଲିଥିବା ଏ ଯୁବପିଢି ର ଡାକ୍ତର ବର୍ତ୍ତମାନ ଭିମସାର ରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କର୍ତ୍ତବ୍ୟରତ l
ଏଠାକାର କୋଭିଡ ଚିକିତ୍ସାଳୟ ରେ କାର୍ଯ୍ୟରତ ଥିବା ସମୟ ରେ ମିଳିଥିବା ସ୍ୱତନ୍ତ୍ର ଭତ୍ତା ରାଶି କୁ ଡାକ୍ତର ରାମଚନ୍ଦାନୀ କୋଭିଡ ଚିକିତ୍ସାଳୟ କୁ ପ୍ରଦାନ କରିବେ ବୋଲି ନିଷ୍ପତ୍ତି ଗ୍ରହଣ କରିଥିବାର ଜଣାଯାଏ l ଏ ସଂକ୍ରାନ୍ତରେ ରେ ସେ ପାଇବାକୁ ଥିବା ଦୈନିକ ଏକହଜାର ଟଙ୍କା ର ଭତ୍ତାରାଶି କୁ ଚିକିତ୍ସାଳୟ ରେ ବିନିଯୋଗ ପାଇଁ ଭିମସାର ଅଧ୍ୟକ୍ଷ ଙ୍କୁ ଲିଖିତ ଭାବେ ଜଣାଇ ଦେଇଛନ୍ତି l
ସେ ଯାହାବି ହେଉ ଆମ ଅଂଚଳ ର ହିରା ଖଣ୍ଡିଏ ଆଜି ଉଜ୍ଜ୍ୱଳ ତାରକା ଭାବେ ଉଭା ହୋଇ ଆଜି ସାରା ପଶ୍ଚିମ ଓଡ଼ିଶା କଣ ସାରା ରାଜ୍ୟରେ ରେ ଚର୍ଚ୍ଚିତ ଚେହେରା ହୋଇ ପାରିଥିବାରୁ ବୋଡାସମ୍ବର ଅଂଚଳବାସୀ ଖୁବ ଗର୍ବିତ lତାଙ୍କ ଚଲାପଥ ସଦାସର୍ବଦା ପୁଷ୍ପିତ ହେଉ ଏହାହିଁ କାମନା lବରଗଡ ପଦ୍ମପୁର ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା
ବୋଡ଼ାସମ୍ବର ଅଂଚଳର ଗର୍ବ ଓ ଗୌରବ ଡାକ୍ତର ରାମଚନ୍ଦାନୀ
Click for Any Complaint Regarding This News
AAA Online Services