ବିନା ଭକ୍ତରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଧାରଣ

Advertisement
Advertisement
Click for Any Complaint Regarding This News
AAA Online Services

ଜି.ଉଦୟଗିରି (ପ୍ରତାପ ଚନ୍ଦ୍ର ପାଢୀ) ଆଜି କାର୍ତ୍ତିକ ମାସର ମଳ ଦ୍ବାଦଶୀ ହୋଇଥିବାରୁ ମହାପ୍ରଭୂ ନାଗାର୍ଜ୍ଜୁନ ବେଶ ଧାରଣ କରିଛନ୍ତି।ଏହା ପ୍ରତ୍ୟେକ ବର୍ଷ ହୁଏ ନାହିଁ।ପଞ୍ଚକ ଯୋଉ ବର୍ଷ ଛଅ ଦିନ ପଡେ ସେହି ବର୍ଷ ପ୍ରଭୁଙ୍କର ନାଗାର୍ଜ୍ଜୁନ ବେଶ ହୋଇଥାଏ।ଯେହେତୁ ଦୀର୍ଘ ୨୫ ବର୍ଷ ପରେ ଏହି ଯୋଗ ଆସିଛି ଏଣୁ ସେବାୟତ ଓ ଭକ୍ତ ମାନଙ୍କ ମଧ୍ୟରେ ଉକ୍ତଣ୍ଠା ବଢିଯାଇଛି।କାରଣ ଏହି ସମୟରେ ମହାପ୍ରଭୁ ବୀର ଯୋଦ୍ଧା ଭାବେ ସଜ୍ଜିତ ହୋଇ ନାଗାର୍ଜ୍ଜୁନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି।କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ କାରଣରୁ ଭକ୍ତମାନେ ପ୍ରଭୁଙ୍କ ଦୁଃର୍ଲଭ ବେଶ ଦେଖିବାରୁ ବଞ୍ଚିତ ହୋଇପଡିଛନ୍ତି।ଅନ୍ୟପଟେ ଭଗବାନ ମଧ୍ୟ ଭକ୍ତଙ୍କୁ ନପାଇ ରତ୍ନ ସିଂହାସନରେ ବସି ରହିଛନ୍ତି।ଆଜି ଭଳି ପବିତ୍ର ଦିନରେ ଜି.ଉଦୟଗିରି ଜଗନ୍ନାଥ ମନ୍ଦିରର ମୂଖ୍ୟ ପୂଜକ ଅଚ୍ୟୁତ ପଣ୍ଡାଙ୍କ ସହ ଅନ୍ୟ ସେବାୟତମାନେ ସକାଳ ମଙ୍ଗଳ ଆଳତୀ ସହ ଅନ୍ୟାନ୍ୟ ନୀତି ସମାପନ କରି ପ୍ରଭୂ ବଳଭଦ୍ର,ମହାପ୍ରଭୂ ଜଗନ୍ନାଥ ଓ ଭଉଣୀ ସୂଭଦ୍ରାଙ୍କୁ ନାଗାର୍ଜ୍ଜୁନ ବେଶରେ ସଜ୍ଜିତ କରିଥିଲେ। କିନ୍ତୁ ପ୍ରଭୂଙ୍କ ଏହି ଦୁଃର୍ଲଭ ଦର୍ଶନ ଭକ୍ତ ନଦେଖି ପାରି ମର୍ମାହତ ହେବା ସହ ବଞ୍ଚିଥିଲେ ଆର ବର୍ଷକୁ ଦେଖିବୁ ବୋଲି କୁହାକୁହି ହେଉଥିବାର ଶୁଣାଯାଉଥିଲା।

Please Share

Leave a Reply

Your email address will not be published. Required fields are marked *