ପରୀ ହତ୍ୟା ମାମଲାରେ ଅରୁଣ ସାହୁଙ୍କ ବିରୋଧରେ ବିସ୍ଫୋରକ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଂଜନ ପ୍ରଧାନ ବୟାନ ଦେଇଛନ୍ତି ; ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଂଜନ ପ୍ରଧାନ କହିଛନ୍ତି ପରୀ ହତ୍ୟା ଘଟଣାରେ କୃଷି ମନ୍ତ୍ରୀ ଅରୁଣ ସାହୁ ସଂପୂର୍ଣ୍ଣ ଭାବେ ସଂପୃକ୍ତ ଅଛନ୍ତି । ଏ ବିରୁଦ୍ଧରେସୌମ୍ୟରଂଜନ ପ୍ରଧାନ ମୁହଁ ଖୋଲିବାରୁ ତାଙ୍କୁ ଧମକ ମିଳୁଛି ବୋଲି ସେ ସୂଚନା ଦେଇଛନ୍ତି ତେବେ ଏ ନେଇ ଯଦି “ମୋର କିମ୍ବା ମୋ ପରିବାରର କିଛି ହୁଏ, ସେଥିପାଇଁ ମନ୍ତ୍ରୀ ଅରୁଣ ସାହୁ ଦାୟୀ ରହିବେ “ବୋଲି ସୌମ୍ୟରଂଜନ ପ୍ରଧାନ କହିଛନ୍ତି ।
ସେହିପରି ନୟାଗଡ଼ ଏସ୍ପିଙ୍କ ନାଁରେ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ସରପଞ୍ଚ ସୌମ୍ୟରଂଜନ ପ୍ରଧାନ ଗୁରୁତ୍ତର ଅଭିଯୋଗ ଆଣିଛନ୍ତି । ସୌମ୍ୟରଂଜନ ପ୍ରଧାନ କହିଛନ୍ତି ଯେ ପୂର୍ବରୁ ରୀ ହତ୍ୟା ଘଟଣା ସମ୍ପୃକ୍ତ ଅଭିଯୁକ୍ତଙ୍କ ଗିରଫ ଦାବିରେ ରାସ୍ତାରୋକ ହୋଇଥିଲା, ଏ ନେଇ ଏସ୍ପି ମୋତେ ଦୋଷାରୋପ କରିଥିଲେ ଓ ରାସ୍ତାରୋକରୁ ଓହରି ଯିବାକୁ କହିଥିଲେ