ଦୀପ ତଳ ଅନ୍ଧାର : ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ବରପାଲି ଗାଁ ଏବଂ ସ୍କୁଲ ସମସ୍ୟା ଘେରରେ

Advertisement
Advertisement
Click for Any Complaint Regarding This News
AAA Online Services

ରାଜଗାଙ୍ଗପୁର ଠାରୁ ମାତ୍ର ୫ କିମି ଦୂର ରାଜ୍ୟ ରାଜପଥ କୁ ଲାଗି ଏକ ଛୋଟ ଗ୍ରାମ ବରପାଲି ଏହାକୁ ଘେରି ରହିଛି ଛୋଟବଡ଼ ବହୁ ନାମିଦାମୀ କଳକାରଖାନା ମାତ୍ର ଏଠାକାର ଲୋକଙ୍କ ସମସ୍ୟା କହିଲେ ନ ସରେ ।ଅନେକ ବଡ ବଡ ନାମୀ ଦାମୀ କମ୍ପାନୀ ଏହି ଅଞ୍ଚଳ ରେ ରହିଥିଲେ ମଧ୍ୟ ଏହି ଗ୍ରାମର ସମସ୍ୟା ବିଷୟରେ କେହି ଅବଗତ ହୋଉ ନଥିବା ପରିଲକ୍ଷିତ ହୋଇଛି । ରାସ୍ତା ଘାଟ, ପିଇବା ପାଣି, ସ୍ୟାସ୍ଥଗତ ,ବେକାରୀ ମୁଖ୍ୟ ସମସ୍ୟା ବୋଲି ଏଠାକାର ଲୋକଙ୍କ ର ଅଭିଯୋଗ।ଗ୍ରାମବାସୀ ଦାବି କରିଥିଲେ ଯେ ଭୋଟ ବେଳେ ସମସ୍ତେ ଆସି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ମାତ୍ର ଭୋଟ ସରିଲା ପରେ ଆଉ କେହି ଦେଖା ଦିଅନ୍ତି ନାହିଁ, ଗ୍ରାମର ଚାରି ପାଖରେ କାରଖାନାର କଳା ଧୁଳି ସମଗ୍ର ଗ୍ରାମକୁ ଆଚ୍ଛାଦିତ କରେ , କଳ କାରଖାନା ରୁ ଆସୁଥିବା ଶବ୍ଦ ଏଠାକାର ସାଧାରଣ ଜଣ ଜୀବନକୁ ବିଶେଷ ଭାବେ ପ୍ରଭାବିତ କରେ , ଶବ୍ଦ ଓ ବାୟୁ ପ୍ରଦୂଷଣ ଯୋଗୁଁ ସାଧାରଣ ଗ୍ରାମବାସୀ ଙ୍କ ଜୀବନ ଅତିଷ୍ଟ ହୋଇଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।ତେଣୁ ଉଚ୍ଚ କର୍ତ୍ତୃପକଷ ଏହା ଉପରେ ଦୃଷ୍ଟି ଦେବାକୁ ଗ୍ରାମ ବାସିନ୍ଦା ଆକୁଳ ନିବେଦନ କରିଛନ୍ତି ।ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ରଙ୍କ ରିପୋର୍ଟ।

Please Share

Leave a Reply

Your email address will not be published. Required fields are marked *