ଗୁଜୁରାଟରେ ଏକ କୋଭିଡ ହସ୍ପିଟାଲ୍ ରେ ଭୟଙ୍କର ଅଗ୍ନିକାଣ୍ଡ : ୫ କରୋନା ରୋଗୀ ଜୀବନ୍ତ ଦଗ୍ଧ

Advertisement
Advertisement
Click for Any Complaint Regarding This News
AAA Online Services

ଗୁଜୁରାଟର ରାଜକୋଟ ଜିଲ୍ଲାର କୋଭିଡ ଡାକ୍ତରଖାନାରେ ଗୁରୁବାର ବିଳମ୍ବିତ ରାତିରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ପାଞ୍ଚ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ରୋଗୀଙ୍କ ଅବସ୍ଥା ଗୁରୁତର ରହିଛି। ହସ୍ପିଟାଲରେ ଥିବା ଇଲେକ୍ଟ୍ରୋନିକ ଉପକରଣ ରେ ଏକ ସର୍ଟ ସର୍କିଟ ଅଗ୍ନିକାଣ୍ଡର କାରଣ ବୋଲି ପ୍ରାଥମିକ ଯାଞ୍ଚ ରୁ ଜଣାପଡିଛି। ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଏହି ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।ଉଦ୍ଧାରକାରୀମାନେ ଡାକ୍ତରଖାନାରେ ଚିକତ୍ସାଧୀନ ରୋଗୀ ମାନଙ୍କୁ ଉଦ୍ଧାର କରିଥିଲେ।

ଗୁରୁବାର ରାତି ପ୍ରାୟ ଏକ ରୁ ଦୁଇଟା (୧-୨)ମଧ୍ୟରେ ସହରର ଆନନ୍ଦ ବଙ୍ଗଳା ଛକ ନିକଟରେ ଉଦୟ ଶିବାନନ୍ଦ କୋଭିଡ ହସ୍ପିଟାଲର ଆଇସିୟୁ ୱାର୍ଡରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ସେହି ସମୟରେ ଏଠାରେ 33 ଜଣ କରୋନା ରୋଗୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଉଦ୍ଧାର ହୋଇଥିବା ରୋଗୀଙ୍କୁ ଅନ୍ୟ କୋଭିଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Please Share

Leave a Reply

Your email address will not be published. Required fields are marked *