୩ ଘଣ୍ଟା ବିଳମ୍ବରେ ଆରମ୍ଭ ହେଲା ନାଗାର୍ଜୁନ ବେଶ

Advertisement
Advertisement
Click for Any Complaint Regarding This News
AAA Online Services

ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ପାଖାପାଖି ୩ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇ ଅଛି । ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଭୋର୍ ୪ଟା ୪୫ରୁ ନାଗାର୍ଜୁନ ବେଶ ଆରମ୍ଭ ହେବାର ଥିଲା, କିନ୍ତୁ ସିଂହାରୀ, ଖୁଣ୍ଟିଆ ଓ ଭଣ୍ଡାର ମେକାପଙ୍କ ମଧ୍ୟରେ ସ୍ୱର୍ଣ୍ଣ ଅଳଙ୍କାରକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିବାରୁ ଭଗବାନଙ୍କ ନୀତିକାନ୍ତି ରେ ବିଳମ୍ବ ହୋଇଥିଲା ।ତେବେ ସୂଚନା ଅନୁଯାୟୀ ସକାଳ ୭ଟାରୁ ନାଗାର୍ଜୁନ ବେଶ ଆରମ୍ଭ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ଆଜି ଭୋରୁ ନାଗାର୍ଜୁନ ବେଶ ଆରମ୍ଭ ହେବ ସମୟରେ ସିଂହାରୀ, ଖୁଣ୍ଟିଆ ଓ ଭଣ୍ଡାର ମେକାପଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ନିର୍ଦ୍ଧାରିତ ସଂଖ୍ୟକ ସେବାୟତଙ୍କ ଠାରୁ ଅଧିକ ସେବାୟତ ନିୟୋଜିତ ହେବା ଯୋଗୁଁ ବିବାଦ ହୋଇଥିଲା। ତେବେ ମନ୍ଦିର ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ବିବାଦର ସମାଧାନ କରିବା ପରେ ପ୍ରାୟ ୩ ଘଣ୍ଟା ବିଳମ୍ବରେ ନାଗାର୍ଜୁନ ବେଶର ନୀତିକାନ୍ତି ପୁନଃ ଆରମ୍ଭ ହୋଇଥିଲା।

Please Share

Leave a Reply

Your email address will not be published. Required fields are marked *