ଜଗନ୍ନାଥ ପ୍ରସାଦ ବ୍ଳକରେ ଏଆଇକେଏମଏସର ଧର୍ମଘଟ

Advertisement
Advertisement
Click for Any Complaint Regarding This News
AAA Online Services

ଅଖିଳ ଭାରତ କିଷାନ ମଜଦୂର ସଭା (ଏଆଇକେଏମଏସ)ର ଜଗନ୍ନାଥ ପ୍ରସାଦ ବ୍ଲକ କମିଟି ପକ୍ଷରୁ କୃଷକ ସଂଗଠନମାନଙ୍କ ସର୍ବଭାରତୀୟ ସମନ୍ଵୟ ମଂଚ (ଏଆଇକେଏସସିସି)ର ଡ଼ାକରାକ୍ରମେ ଆଜି ଗାୟାଗଣ୍ଡା ଓ ଜାଡଧାର ଠାରେ ଧର୍ମଘଟ ଆୟୋଜିତ ହୋଇଥିଲା । କୃଷି ଓ କୃଷକ ବିରୋଧୀ ତିନି କୄଷି ଆଇନ ଯଥା ଠିକା ଚାଷ ଆଇନ, ମଣ୍ଡୀ ଆଇନ ଓ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧିତ) ଆଇନର ପ୍ରତ୍ୟାହାର, ପ୍ରସ୍ତାବିତ ବିଦ୍ୟୁତ ବିଲ ୨୦୨୦ର ବାତିଲ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ ଶ୍ରମିକ ଯୁବ ଛାତ୍ର ବିରୋଧୀ ନୀତିର ପ୍ରତିବାଦ କରାଯାଇଥିଲା । ଗୋବର୍ଧନ ମଳିକଙ୍କ ନେତୄତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମର ମହିଳାଙ୍କ ସମେତ କୃଷକ ଓ ଶ୍ରମିକମାନେ ଅଂଶ ଗ୍ରହଣ କରିଥିଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ରୁ ବରିଷ୍ଟ ସମ୍ବାଦିକ ଶିବରାମ ଚୌଧୁରୀ ରିପୋର୍ଟ

Please Share

Leave a Reply

Your email address will not be published. Required fields are marked *