ଜଗନ୍ନାଥ ପ୍ରସାଦ ସାମ୍ବାଦିକ ସଂଘ ର ସ୍ୱାଗତ ସମ୍ବର୍ଦ୍ଧନା

Advertisement
Advertisement
Click for Any Complaint Regarding This News
AAA Online Services

ଜଗନ୍ନାଥ ପ୍ରସାଦ : ଜଗନ୍ନାଥ ପ୍ରସାଦ ସାମ୍ବାଦିକ ସଂଘ ପକ୍ଷରୁ ସଭାପତି ଚନ୍ଦ୍ରକେତୁ ରାଉତ ଙ୍କ ପ୍ରତିନିଧିତ୍ଵ ରେ ସମସ୍ତ ଛାପା ଓ ୱେବ ମିଡିଆ ର ଗଣପ୍ରତିନିଧି ମାନେ ଆଜି ଜଗନ୍ନାଥ ପ୍ରସାଦ ପୋଲିସ ଥାନା କୁ ଯାଇ ନବନିଯୁକ୍ତ ଥାନାଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ ଙ୍କୁ ମିଡିଆ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ସଂଘର ସଭାପତି ,ଚନ୍ଦ୍ରକେତୁ ରାଉତ, ଉପଦେଷ୍ଟା ପ୍ରଦୀପ୍ତ ଭୂୟାଁ, ସମ୍ପାଦକ ଦିଗାମ୍ବର ନାୟକ, ଉପସଭାପତି ମୃତ୍ୟୁଞ୍ଜୟ ପଣ୍ଡା, ସହ ସମ୍ପାଦକ ବିଭୁ ପ୍ରସାଦ ପଟ୍ଟନାୟକ, କୋଷାଧ୍ୟକ୍ଷ-ଦେବାଶିଷ ଷଡଙ୍ଗୀ, ସମେତ ସାମ୍ବାଦିକ ଧନଞ୍ଜୟ ପଟ୍ଟନାୟକ, ପଦ୍ମନିଧି ଚୌଧୁରୀ, ପ୍ରଦୀପ କୁମାର ଚୌଧୁରୀ, ଭାସ୍କର ନାୟକ, ଚିତ୍ତ ରଞ୍ଜନ ଗନ୍ତାୟତ,ଲକ୍ଷ୍ମୀ ନାରାୟଣ ବେହେରା, ପ୍ରମୁଖ ପୁଷ୍ପଗୁଚ୍ଛ, ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ସମ୍ବର୍ଦ୍ଧନା ର ପୃତ୍ୟୁତ୍ତର ରେ ଥାନାଧିକାରୀ ଦିଲୀପ କୁମାର ସ୍ୱାଇଁ କହିଥିଲେ-ଜଗନ୍ନାଥ ପ୍ରସାଦ ବ୍ଲକ ଏକ ଶାନ୍ତିପୂର୍ଣ୍ଣ ଅଂଚଳ।ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାକୁ ମୁଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରି ଛି।ମୁଁ ଜଗନ୍ନାଥ ପ୍ରସାଦ ର ସମସ୍ତ ସାମ୍ବାଦିକ, ଜନସାଧାରଣ ଙ୍କ ସହଯୋଗ, ସମର୍ଥନରେ ଅଂଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବି।ଆପଣ ମାନଙ୍କ ସହଯୋଗ କାମନା କରୁଛି।ଆପଣ ଓ ଜନସାଧାରଣ ଙ୍କୁ24ଘଣ୍ଟିଆ ସେବା ପ୍ରଦାନ କରିବି।ଅଧରାତିରେ ଫୋନକରିଲେ ମଧ୍ୟ ମୁଁ ଉଠାଇ ସାହାଯ୍ୟ କରିବି।ଜନସାଧାରଣ ମୋ mobile ନମ୍ବର-9437864735,ଏବଂ ଥାନା ନମ୍ବର-100କୁ ଫୋନକରିବାକୁ ଅନୁରୋଧ କରିଛନ୍ତି। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ରୁ ସମ୍ବାଦିକ ଶିବରାମ ଚୌଧୁରୀଙ୍କ ରିପୋର୍ଟ l

Please Share

Leave a Reply

Your email address will not be published. Required fields are marked *