ପରୀ ହତ୍ୟା କାଣ୍ଡ ମାମଲାରେ ବିରୋଧୀ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରୁଥିବା ସମୟରେ ଆଜି ପରିଶେଷ ରେ ଏ ମାମଲା ସମ୍ପର୍କରେ ନିଜ ବୟାନ ରଖିଛନ୍ତି । ମନ୍ତ୍ରୀ ଅରୁଣ ସାହୁ ନିଜ ର କହିଛନ୍ତି ଯେ ‘ପରୀ’ ହତ୍ୟା ଘଟଣା ମୋତେ ବ୍ୟଥିତ କରିଛି, ଗଭୀର ଭାବେ ମର୍ମାହତ। ମୁଁ ହିଂସାକୁ ବିରୋଧ କରେ,ଏବଂ କ୍ରାଇମବ୍ରାଞ୍ଚ ତଦନ୍ତକୁ ସ୍ବାଗତ କରୁଛି। ଯିଏ ବି ଏହି ଘଟଣା ପଛରେ ଜଡ଼ିତ ଥାଆନ୍ତୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ‘ପରୀ’ ନ୍ୟାୟ ପାଉ, ସତ୍ୟ ଉନ୍ମୋଚନ ହେଉ। ତେବେ ମନ୍ତ୍ରୀ ଅରୁଣ ସାହୁଙ୍କ ବିବୃତ୍ତିବେଳେ ଗୃରେ ବିରୋଧୀ ହୋହାଲ୍ଲା କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ‘ପରୀ’ ହତ୍ୟା ଘଟଣା 4 ମାସ ତଳେ ଘଟିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୋଲିସ ମୁଖ୍ୟ ହତ୍ୟାକାରୀ ପାଖରେ ପହଞ୍ଚି ପରି ନାହିଁ । ତେବେ ଅଳ୍ପଦିନ ତଳେ ପରୀ ର ମା ,ବାପା ଆତ୍ମହତ୍ୟା ଉଦ୍ୟମ ପରେ ଏହି ଘଟଣା ଗଣମାଧ୍ୟମ ଆସିଥିଲା । ପରୀ ର ମା ସିଧାସଳଖ ଭାବେ ମନ୍ତ୍ରୀ ଅରୁଣ ସାହୁଙ୍କୁ ନିଜର ଝିଅର ହତ୍ୟା ମାମଲାରେ ଯୋଡିବା ପରେ ଲଗାତର ଭାବେ ବିରୋଧୀ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରୁଅଛି ।
ପରୀ ହତ୍ୟା କାଣ୍ଡ ମାମଲା : ମୁହଁ ଖୋଲିଲେ କୃଷି ମନ୍ତ୍ରୀ ଅରୁଣ ସାହୁ
Click for Any Complaint Regarding This News
AAA Online Services