ପଦ୍ମପୁର:-ଆଜି ପାଇକମାଲ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିସରରେ ରୋଗୀ କଲ୍ୟାଣ ସମିତି ପରିଚାଳନା କମିଟିର ବୈଠକ ପାଇକମାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ଉପସଭାପତି ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି lସଂପ୍ରତି ବୈଠକ ରେ ଉପସଭାପତି ତଥା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅସିତ କୁମାର ପୁଂଜି, ଡାକ୍ତର ସୈlମ୍ୟରଂଜନ ଦାଶ, ସମ୍ପାଦକ ଡାକ୍ତର ଶ୍ରୀଧର ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟା ତଥା ସଭାପତି ଙ୍କ ପ୍ରତିନିଧି ଶ୍ରୀ କ୍ଷେତ୍ରୀ ଲୁହାର, ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ହୃଦାନନ୍ଦ ବାରିକ, ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଶ୍ରୀଯୁକ୍ତ ତୁଷକୁମାର ଚନ୍ଦ୍ରକାର, ବି.ପି.ଏମ୍ ଶ୍ରୀଯୁକ୍ତ ବିଜୟ କୁମାର ସରାପ, ଆୟୁଷ ଚିକିତ୍ସାଧିକାରୀ ଡାକ୍ତର ସଂଗୀତା ସାହୁ, ଫାର୍ମାସିଷ୍ଟ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାସ ଯୋଗଦାନ କରି ନିଜ ନିଜ ସୁଚିନ୍ତିତ ମତାମତ ସହ ଆନୁସାଙ୍ଗିକ ସମସ୍ୟା ଗୁଡ଼ିକ ଉତ୍ଥାପନ କରିଥିଲେ l
ଉକ୍ତ ବୈଠକ ରେ ଗତବର୍ଷ ର ହିସାବ ନିକାଶ ଉପସ୍ଥାପିତ କରାଯାଇ ଆସନ୍ତା ବର୍ଷ କି କି କାର୍ଯ୍ୟ ସବୁ କରାଯିବ ସେ ନେଇ ଏକ ଖସଡ଼ା ପ୍ରସ୍ତୁତି କରାଯାଇଥିଲା lଶେଷରେ ଫାର୍ମାସିଷ୍ଟ ଶ୍ରୀଯୁକ୍ତ ଦାସ ଉପସ୍ଥିତ ସଭ୍ୟ ସଭ୍ୟା ତଥା ସଭାପତି ଙ୍କୁ ଧନ୍ୟବାଦ ଜଣାଇ ସଭାକାର୍ଯ୍ୟ ସାଙ୍ଗ କରାଯାଇଥିଲା lବରଗଡ ଜିଲ୍ଲା ପଦ୍ମପୁର ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା
ପାଇକମାଲ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ରୋଗୀ କଲ୍ୟାଣ ସମିତି ର ବୈଠକ
Click for Any Complaint Regarding This News
AAA Online Services