*ସମ୍ବିଧାନ ଦିବସ*
(ଆଲେଖ୍ଯ କେଶବ ଚନ୍ଦ୍ର ନାୟକ)
ଭାରତ ଇଂରେଜମାନଙ୍କ ଶାସନରୁ ମୁକ୍ତ ହୋଇ ମହାତ୍ମା ଗାନ୍ଧିଙ୍କ ନେତୃତ୍ବରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସ୍ବାଧୀନତା ପ୍ରାପ୍ତ ହେଲା । ଦେଶକୁ ଚଳାଇବାକୁ ଏକ ସଂବିଧାନର ଆବଶ୍ଯକ ପଡିଲା। ୧୯୩୪ ମସିହା ପର୍ଯ୍ଯନ୍ତ ଭାରତର ଜନସାଧାରଣ ନିଜ ଦେଶ ପାଇଁ ଏକ ସମ୍ବିଧାନ ପ୍ରସ୍ତୁତ କରିବା ସଂପର୍କରେ ସଚେତନ ନଥିଲେ। ଏହି ଚିନ୍ତାଧାରା ପ୍ରଥମେ ମାନବେନ୍ଦ୍ର ନାଥ ରାୟଂକ ଚିନ୍ତା କରି ଦାବି କରିଥିଲେ । ଏଥି ପାଇଁ ୧୯୪୬ ମସିହା ଜୁଲାଇ ମାସରେ ଶାସନ ବିଧାୟକ ସଭା ନିର୍ବାଚନ ଆୟୋଜିତ ହୋଇଥିଲା । ଫଳେ କଂଗ୍ରେସକୁ ୨୯୬ରୁ ୨୧୧ଟି ସଦସ୍ଯ, ମୁସଲିମ ଲିଗକୁ ୭୩ ସଦସ୍ଯ, ସ୍ବାଧୀନ ଓ ଅନ୍ଯାନ୍ଯ ଦଳକୁ ୧୨ ଜଣ ସଦସ୍ଯ ଏବଂ ରାଜ୍ଯମାନଂକରୁ ୯୩ଟି ସଦସ୍ଯ ନିର୍ବାଚିତ ହୋଇଥିଲେ ।
୧୯୪୬ ମସିହା ନଭେମ୍ବର ୯ ତାରିଖ ଦିନ ନିର୍ବାଚିତ ସଦସ୍ଯମାନଂକୁ ନେଇ ଶାସନ ବିଧାୟକ ସଭାର ପ୍ରଥମ ଅଧିବେଶନ ବସିଥିଲା। କିନ୍ତୁ ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ଏବଂ ମୁସଲିମ ଲିଗର ପରାଜୟ ମହମ୍ମଦ ଅଲ୍ଲି ଜିନ୍ନାଂକୁ ବ୍ଯଥିତ କରିଥିଲା। ତେଣୁ ସେ ଉକ୍ତ ଅଧିବେଶନକୁ ବର୍ଜନ କରି ଏକ ସ୍ବତନ୍ତ୍ର ମୁସଲିମ ଲିଗ ଶାସନ ବିଧାୟକ ସଭା ଗଠନ କରିବା ପାଇଁ ଦାବୀ କରାଗଲା । ଲର୍ଡ ମାଉଣ୍ଟ ବ୍ଯାଟନଂକ ପରାମର୍ଶ କ୍ରମେ ଭାରତ ବିଭାଜନ ହେଲା। ନୂତନ ରାଷ୍ଟ୍ର ଭାବେ ପାକିସ୍ଥାନ ଜନ୍ମ ନେଲା । ପାକିସ୍ଥାନ ନିଜ ପାଇଁ ଅଲଗା ସମ୍ବିଧାନ ଚିଠା ପ୍ରସ୍ତୁତ କଲେ । ଭାରତ ନିଜର ସଂବିଧାନ ପ୍ରସ୍ତୁତ କଲା।
ଶାସନ ବିଧାୟକର ମୁଖ୍ଯ କାର୍ଯ୍ଯଥିଲା ଭାରତ ପାଇଁ ଏକ ସଂବିଧାନ ପ୍ରସ୍ତୁତ କରିବା । ଏଥି ପାଇଁ ବିଭିନ୍ନ କମିଟି ଗଠନ କରାଗଲା । ତନ୍ମଧ୍ଯରୁ ଚିଠା କମିଟି ଅନ୍ଯତମ । ଚିଠା ପ୍ରସ୍ତୁତ କମିଟି ୧୯୪୭ ମସିହା ଅଗଷ୍ଟ ୨୯ ତାରଖରେ ଗଠିତ ହୋଇଥିଲା । ଏହି ଚିଠା କମିଟିରେ ୭ ଜଣ ସଦସ୍ଯମାନଂକୁ ନେଇ ଗଠିତ ହେଲା । ଏହାର ଅଧ୍ଯକ୍ଷ ଥିଲେ ଡ. ଭୀମ ରାଓ ଆମ୍ବେଦକର ଏବଂ ଅନ୍ଯାନ୍ଯ ସଦସ୍ଯ ଭାବରେ ଏନ୍ ଗୋପଳ ସ୍ବାମୀ ଆୟେଂଗାର, ଆଲ୍ଲାଦୀ କ୍ରିଷ୍ଣା ସ୍ବାମୀ ଆୟାର, କେ.ଏମ ମୁନ୍ସୀ , ସୟେଦ ମହମ୍ମଦ ସଦ୍ଯାଲ୍ଲା, ଏନ.ମାଧବ ରାଓ, ଡି.ପି.ଖୈତାନ/କିନ୍ତୁ ଡି.ପି.ଖୈତାନଂକ ସ୍ବର୍ଗବାସ ଯୋଗୁଁ ଟି.ଟି କ୍ରିଷ୍ଣାମାଚାରୀଂକୁ ସଦସ୍ଯ ଭାବରେ ଗ୍ରହଣ କରାଗଲା ।
ଭାରତୀୟ ସଂବିଧାନ କାର୍ଯ୍ଯ ୧୯୪୬ ମସିହା ଡିସେମ୍ବର ୯ ତାରିଖ ଠାରୁ ଆରମ୍ଭ ହେଲା । ୨ ବର୍ଷ ୧୧ ମାସ ୧୮ ଦିନରେ ଶେଷ ହେଲା । ଅର୍ଥାତ ୧୯୪୯ ମସିହା ନଭେମ୍ବର ୨୬ ତାରଖରେ ଭାରତୀୟ ସମ୍ବିଧାନ ଅଂଗିକାର ବଦ୍ଧ ହେଲା । ସମୁଦାୟ ୧୧ ଗୋଟି ଅଧିବେଶନରେ ୧୬୫ ଦିନ ସଂବିଧାନ ପ୍ରସ୍ତୁତି ବୈଠକ ଚାଲିଥିଲା ଏବଂ ସଂବିଧାନ ଚିଠା ଉପରେ ୧୧୪ ଦିନ ବ୍ଯାପି ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା । ସମୁଦାୟ ୭,୬୩୫ ଆଗତ ସଂଶୋଧନୀ ପ୍ରସ୍ତାବ ମଧ୍ଯରୁ ୨,୪୩୭ଟି ବିଷୟ ଉପରେ ଆଲୋଚନା କରାଯାଇ ଆବଶ୍ଯକ ସଂଶୋଧନ ଗ୍ରହଣ କରାଯାଇଥିଲା । ଶେଷରେ ୩୯୫ଟି ଧାରା ଏବଂ ୮ଟି ଉପଧାରା ପ୍ରଣୟନ କରା ଯାଇଥିଲା ବେଳେ ୨୨ ଭାଗରେ ବିଭକ୍ତ କରାଯାଇଥିଲା । ଏଥିରେ ସମୂଦାୟ ୧୪୫ ହଜାର ଶବ୍ଦ ବ୍ବବହାର କରାଯାଇଛି । ୧୯୫୦ ମସିହା ଜାନୁୟାରୀ ୨୬ ତାରଖ ଦିନ ଭାରତର ରାଷ୍ଟ୍ରପତି ଡ.ରାଜେନ୍ଦ୍ର ପ୍ରସାଦଂକ ସ୍ବୀକୃତି ଲାଭ କରି କାର୍ଯ୍ଯକ୍ଷମ ହେଲା । ଏହି ସଂବିଧାନଂକୁ ୨୮୪ ଜଣ ଦସ୍ତଖତ କରିଥିଲେ । ପ୍ରଥମେ ଏହ ସଂବିଧାନ ଦସ୍ତାବିଜରେ
ପଣ୍ଡିତ ଜବାହାରଲାଲ ନେହୁର ଦସ୍ତଖତ କରଥିବା ବେଳେ ଶେଷରେ ଡ.ରାଜେନ୍ଦ୍ର ପ୍ରସାଦ ଦସ୍ତଖତ କରଥିଲେ ।
ଡ. ଆମ୍ବେଦକର ୬୦ଟି ଦେଶର ସଂବିଧାନ ଗଭୀର ଭାବରେ ଅଧ୍ଯୟନ କରିଥିଲେ । ଭାରତ ଏକ ବହୁଜାତି, ବହୁଭଷା, ବହୁ ଧର୍ମ ତଥା ଲଂଗୀୟ ବିଭେଦ ମଧ୍ଯରେ ସମସ୍ତଙ୍କ କଲ୍ଯାଣ ଉଦ୍ଦେଶ୍ଯରେ ଏକ ଜନ ମଂଗଳ ରାଷ୍ଟ୍ର ପାଇଁ ସୁନ୍ଦର ଏକ ସମ୍ବିଧାନ ନିର୍ମାଣ କଲେ । ଡ. ବାବା ସାହେବ ସଂବିଧାନର ନିର୍ମାତା ଭାବରେ ସୁପରିଚିତ। ଭାରତୀୟ ସମ୍ବିଧାନର ସେ ଜନକ । ଜାତି,ଧର୍ମ,ବର୍ଣ୍ଣ ,ଲିଂଗ ନିର୍ବିଶେଷରେ ଆମେ ସମସ୍ତ ସମାନ । ବିଶ୍ବର ସର୍ବ ଶ୍ରେଷ୍ଠ ବିଦ୍ବାନ ଭାରେ ସର୍ବତ୍ର ସୁପରିଚିତ । ତାଙ୍କର ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ପୃଥିବୀର ସର୍ବବୃହତ୍ତ ଲିଖିତ ଭାରତୀୟ ସମ୍ବିଧାନ ୧୯୪୯ ମସିହା ନଭେମ୍ବର ୨୬ ତାରିଖ ଦିନ ପ୍ରାପ୍ତ ହୋଇଥିଲା । ଏଣୁ ଏହି ଦିନକୁ ସଂବିଧାନ ଦିବସ ଭାବେ ଭାରତର ସରକାରୀ ୨୦୧୫ରୁ ପାଳନ ଲାଗି ନିର୍ଦ୍ଦେଶ ଦେଇଥିବା ବେଳେ ବେସରକାରୀ ଅନୁଷ୍ଠାନଗୁଡିକ ଦୀର୍ଘ ଦିନ ହେଲା ପାଳନ କରି ଆସୁଛନ୍ତି ।
ଭାରତୀୟ ସଂବିଧାନର ମୌଳିକ ବୈଶିଷ୍ଟ୍ଯ
- ଭାରତ ଏକ ସାର୍ବଭୌମ,ସମାଜବାଦ,ଧର୍ମ ନିରପେକ୍ଷ,ଗଣତାନ୍ତ୍ରିକ ଓ ସାଧାରଣତନ୍ତ୍ର ରାଷ୍ଟ୍ର ।
- ସାମାଜିକ,ରାଜନୈତିକ,ଅର୍ଥନୈତିକ କ୍ଷେତ୍ରରେ ନ୍ଯାୟ ପ୍ରଦାନ ଲାଗି ଯୁକ୍ତି ଉପସ୍ଥାପିତ କରାଯାଇଛି ।
- ଭାରତକୁ ଏକ ଜନ ମଙ୍ଗଳ ରାଷ୍ଟ୍ରରେ ପରିଣତ କରି ସମସ୍ତ ନାଗରିକଙ୍କୁ ସ୍ବାଧୀନତା, ସମାନତା, ନ୍ଯାୟ, ଓ ଭାତୃତ୍ବ ବନ୍ଧନରେ ବାନ୍ଧି ଜାତୀୟ ସଂହତି ସ୍ଥାପନ କରିବା ଏହାର ଆଭିମୁଖ୍ଯ ।
- ବର୍ତ୍ତମାନ ୨୦୧୯ ମସିହା ସୁଦ୍ଧା ଭାରତର ସଂବିଧାନକୁ ୧୨୪ ଥର ସଂଶୋଧନ କରାଗଲାଣି
- ୩୯୫ ଅନୁଛେଦରୁ ୪୪୮ ଅନୁଛେଦକୁ ବୃଦ୍ଧି ପାଇଛି ।
- ୮ ଅନୁସୂଚିରୁ ୧୨ ଅନୁସୂଚିକୁ ବଢିଥିବା ବେଳେ ୧୨ ଭାଗରୁ ବଢି ୨୫ ଭାଗରେ ପହଞ୍ଚିଛି ଏବଂ ୫ଟି ଅନୁଲଗ୍ନଂକ ସଲଗ୍ନ କରାଯାଇଛି ।
(ସଭାପତି,ଉତ୍କଳ ସାହିତ୍ଯ ସଂସଦ,ମାଲକାନଗିରି)
ମୋ.ନଂ:୯୪୩୭୭୭୯୪୪୭