କର୍ମମୟ ଜୀବନରେ ଶୃଙ୍ଖଳା ଓ ସମୟାନୁବର୍ତ୍ତୀ ହେବା ଆବଶ୍ୟକତା– ମୂଖ୍ୟ ବନ ରକ୍ଷକ

Advertisement
Advertisement
Click for Any Complaint Regarding This News
AAA Online Services

ଜି.ଉଦୟଗିରି ( ପ୍ରତାପ ଚନ୍ଦ୍ର ପାଢୀ ) କର୍ମମୟ ଜୀବନରେ ସମୟାନୁବର୍ତ୍ତୀତା ରହିବା ନିତାନ୍ତ ଆବଶ୍ୟକ,ଏଣୁ ଆଜି ତାଲିମ ନେଇ ଫେରୁଥିବା ବନପାଳଙ୍କ ଉଦେଶ୍ୟରେ ମୂଖ୍ୟ ଅତିଥି କହିବା ସହ ସରକାରୀ ସମ୍ଫତିକୁ ସରକାରୀ କର୍ମଚାରିମାନେ ନିଜସ୍ବ ଭାବି ତାହାର ଯନ୍ନ ନେବା ଆବଶ୍ୟକତା ରହିଛି ଏବଂ ରାଜ୍ୟରେ ବର୍ତ୍ତମାନ ୧୩୦୦୦ ଭିଏସଏସ ମାଧ୍ୟମରେ ଜଙ୍ଗଲ ସୁରକ୍ଷା କରାଯାଉଥିବା ବେଳେ ପ୍ରତ୍ୟେକ ପରିବାର ନିଜ ନିଜ ବାରିରେ ଅନ୍ତତ ୨ଟି ଗଛ ଲଗାଇବାର ଆବଶ୍ୟକତା ରହିଛି ବୋଲି ଆୟୋଜିତ ୪୮ତମ ବନପାଳ ସମବର୍ତ୍ତନ ଉତ୍ସବରେ ତାଲିମ ଏବଂ ଉନ୍ନୟନ ବିଭାଗୀୟ ମୂଖ୍ୟ ବନ ରକ୍ଷକ ଅକ୍ଷୟ କୁମାର ପଟ୍ଟନାୟକ ମତ ବ୍ୟକ୍ତ କରିଥିଲେ।ଶ୍ରୀ ପଟ୍ଟନାୟକଙ୍କ ପୈରହିତ୍ୟରେ ସମବର୍ତ୍ତନ ଉତ୍ସବରେ ଅତିଥି ଭାବରେ ଅବସର ପ୍ରାପ୍ତ ଉପ ବନ ସଂରକ୍ଷକ କମଳକାନ୍ତ ତ୍ରିପାଠି,ଜି.ଉଦୟଗିରି ବନାଞ୍ଚଳ ଅଧିକାରୀଣୀ ସୁଶ୍ରୀ ମିନାକ୍ଷୀ କୁମୁରା, ଉପବନ ସଂରକ୍ଷକ ପୂର୍ଣଚନ୍ଦ୍ର ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ।ପୂର୍ବରୁ ଡେପ୍ୟୁଟି ରେଞର ନୀଳମାଧବ ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ଉପବନ ସଂରକ୍ଷକ ଶ୍ରୀଯୁକ୍ତ ଗୁରୁ ବିବରଣି ପାଠ କରିଥିଲେ।ଆୟୋଜିତ ସମାବର୍ତ୍ତନ ଉତ୍ସବରେ ଅଲରାଉଣ୍ଡର ଟପର ଭାବେ ବନପାଳ ବଳରାମ ସାହୁ ମେଡାଲ,ମାନପତ୍ର ଓ ଟ୍ରଫି ପାଇଥିବାବେଳେ ମୋଟ ପୁରୁଷ ଓ ମହିଳା ୩୯ଜଣ ତାଲିମ ନେଇଥିଲେ।କାର୍ଯ୍ୟକ୍ରମକୁ ବନପାଳ ଶଙ୍କର ପଣ୍ଡା, ବନରକ୍ଷି ପ୍ରଭାତ ପଣ୍ଡା ପରିଚାଳନା କରିଥିବା ବେଳେ ଅନ୍ୟାନ୍ୟ କର୍ମଚାରି ସହଯୋଗ କରିଥିଲେ।ଶେଷରେ ଉପବନ ସଂରକ୍ଷକ କମଳ କାନ୍ତ ତ୍ରିପାଠି ଧନ୍ୟବାଦ ଅର୍ପଣ କରିଥିଲେ।

Please Share

Leave a Reply

Your email address will not be published. Required fields are marked *