କଟକ(ଅମ୍ବିକା ପ୍ରସନ୍ନ ତ୍ରିପାଠୀ) : ସରକାର ଓଡ଼ିଶାର ଆୟ ବୃଦ୍ଧି ପାଇଁ ମଦ କୁ ଏକମାତ୍ର ଆୟୁଧ କଲେ। ମଦ ର ଅବାଧ ବିକ୍ରି ପାଇଁ ପୁରସ୍କାର ର ମଧ୍ୟ ସୁବିଧା ରଖିଲେ। ସେଥି ପାଇଁ ଏହାକୁ ଲୁଚା ଚୋରା ପିଇ ବାର ଆବଶ୍ୟକତା ପଡିଲାନି। ଜନ୍ମଦିନ,ବାହାଘର ,ବ୍ରତଘର, ପର୍ବ ପର୍ବାଣୀ, ବାର୍ଷିକୀ, ମୃତ୍ୟୁବରଣ ସମୟରେ ,ମଶାଣିକୁ ଯିବା ସମୟରେ ମଦ ପି ଇ ବାର ଚାହିଦା ବଢିଲା।ବିନା ମଦ ରେ ସବୁ ଫିକା। ମଦ ସୁଖ ଦୁଃଖ ଭଲ ମନ୍ଦ୍ ର ପ୍ରକୃତ ସାଥୀ ହୋଇ ଗଲା।ଶେଷରେ ଶବ ପଡ଼ିଥିବା ବିନା ମଦ ରେ ଉଠିବ ନି କାରଣ ଦୁଃଖ ଟା ଆସିବ କେମିତି।ଆଉ ପାଦେ ଆଗରେ ଗଞ୍ଜେଇ ଧୂଆଁ ଅଛି। ଯାହାର ପଇସା ନାହିଁ ସ୍ୱଳ୍ପ ପଇସାରେ ଦି ଦମ୍ ଟାଣି ଦେଲେ ଦୁନିଆ ଗୋଲ। ତେଣୁ ନିମ୍ନ ପରିବାର ଲୋକେ ତାକୁ ଆଶ୍ରା କରି ନେଲେ। କହନ୍ତି ଯେ ନ ଖାଇଚି ମଦ ତା ବଂଶ କୂଆ ଡେ ଗଧ।ଯିଏ ନ ଖାଇଚୀ ଗଞ୍ଜେଇ ଧୂଆଁ ତା ବଂଶ ଘୋଡ଼ା ମୁଂହା।ଆଉ ପାଦେ ଆଗରେ ଆମ ଲୋକେ କରୋନା ସମୟରେ ଯିଏ ମଦ ପିଇବ ତାକୁ କରୋନା ହେବନି ।
କରୋନା କୁ ସ୍ପିରିଟ ମାରି ଦିଏ ତେଣୁ ମହାମାରୀ ସମୟରେ ଜୋର୍ ସୋର ରେ ମଦ ଚାଲିଲା।କେବଳ ସେତିକି ନୁହେଁ ଗଞ୍ଜେଇ ଧୂଆଁ ଫୁସ ଫୁସ୍ ଭିତରେ ଭୁତାଣୁ କୁ ମାରିଦିୟେ ସେଥି ପାଇଁ ବାଟ ଘାଟ ସ୍କୁଲ୍ କଲେଜ ସର୍ବସାଧାରଣ ସ୍ଥାନ ବସଷ୍ଟାଣ୍ଡ ରେଳୱେ ଷ୍ଟେସନ ରେ ଅବାଧରେ ପାନ ଚାହା ଦୋକାନରେ ଏବେ ଏହା ମିଳୁଛି। କିନ୍ତୁ ଚିନ୍ତା କରିବା ବିଷୟ ଆଜି ଅଳ୍ପ ବୟସର କିଶୋର କିଶୋରୀ ଠାରୁ ଵୟୋ ବୃଦ୍ଧ ପର୍ଯ୍ୟନ୍ତ ଅବାଧ ନିଶାମୁକ୍ତ ବଦଳରେ ନିଶାଯୁକ୍ତ।ପରିବାରରେ କଳହ ଅଶାନ୍ତି ଚୋରି ରାହାଜାନୀ,ନିର୍ଭିକ ଏବଂ ଦୁଷ୍କର୍ମ ଗଣଦୁଷ୍କର୍ମ , କଳିଗୋଳ,ଅଶୋଭନୀୟ ବ୍ୟବହାର ର କାରଣ ଏହି କଟକଣା ବିହୀନ ଅବାଧ ମଦ ଓ ଗଞ୍ଜେଇ ବ୍ୟବହାର।ଦିନକୁ ଦିନ ଆଗାମୀ ପିଢ଼ି ରୋଗଗ୍ରସ୍ତ ସ୍ବେଚ୍ଛା ଚାରି ହେବାର କୁ ପ୍ରଭାବ ହିଁ ନିଶା ସେବନ ର ଜ୍ୱଳନ୍ତ ଉଦାହରଣ।ସାଧାରଣ ଜନତା ତ୍ରାହି ତ୍ରାହି ବର୍ତ୍ତମାନ ନିଶା ପ୍ରଭାବରେ। ପ୍ରଶାସନିକ ଦୁର୍ବଳତା ହେଉ କିମ୍ବା କରୋନା ର ଡର ହେଉ କେହି କାହାକୁ ଛୁଇଁବା ମନା କାରଣ ଅପରାଧୀକୁ ଧରିଲେ କାଳେ କରୋନା ହେବ। ତାକୁ ଟେଷ୍ଟ କଲା ପରେ ଧରିବା ଉଚିତ୍।ଏହାର ସୁଫଳ ଅପରାଧୀ ମାନେ ପାଇ ସେ ନି ରଦ୍ୱୋନ୍ଦ ରେ ବେପରୁବା ମାଡ଼ି ଚାଲିଲେ।କେତେ ପରିବାର ନଷ୍ଟ ହେଉଛି କେହି କେବ ଚିନ୍ତା କରି ନାହାନ୍ତି।ମଦ ନିଶାରେ ରାସ୍ତା ଘାଟ ମଦ ଦୋକାନ ଆଗରେ ସୂ ନିଦ୍ରାରେ ଶୋଇଲେ।ଦେଖା ଯାଉ କେବେ ଏହାର କିଛି ସୁବନ୍ଦୋବସ୍ତ ହେବ।