କବିତା ସଂକଳନ “ପ୍ରଥମ ପରିଚୟ “ଲୋକାର୍ପଣ

Advertisement
Advertisement
Click for Any Complaint Regarding This News
AAA Online Services

ମାଲକାନରିରି  : ସର୍ବଦା ନିତ୍ୟ ନୂତନ ରୂପରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ମାଲକାନଗିରି ସ୍ଥିତ ତାର୍ଲାକୋଟା ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ କରୁଣାକର ମଲିକ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରି କବି ବା ସାହିତ୍ୟିକ ଭାବେ ନିଜକୁ ପ୍ରତିପାଦିତ କରି ପାରିଛନ୍ତି ଏକ କବିତା ସଙ୍କଳନ “ପ୍ରଥମ ପରିଚୟ” ପ୍ରକାଶନ କରି । ଯେଉଁ କବିତା ସଙ୍କଳନ ପୂର୍ବରୁ ଇ- ପତ୍ରିକା ଭାବେ ଓଡ଼ିଶାର ଖ୍ୟାତନାମା ବରିଷ୍ଠ କବି ପ୍ରଫେସର ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀଙ୍କ ଦ୍ବାରା ଲୋକାର୍ପଣ ହୋଇଥିଲା, ସେହି ଇ – କବିତା ସଙ୍କଳନ “ପ୍ରଥମ ପରିଚୟ” ପୁସ୍ତକ ଆକାରରେ ପ୍ରକାଶ ପାଇ ଏକ ନିଆରା ଢଙ୍ଗରେ ଭ୍ରାମ୍ୟମାଣ କବିତା ଆସର ଓ ବନମହୋତ୍ସବ କରି ନିରାଡମ୍ବର ସହକାରେ ଲୋକାର୍ପଣ କରାଯାଇଛି। ଯାହା ସାହିତ୍ୟ କ୍ଷେତ୍ରରେ ଏକ ନିଆରା ପରମ୍ପରା ସୃଷ୍ଟି କରିଛି।ନିଶିଗନ୍ଧା ସାହିତ୍ୟ ସଂସଦ ଦ୍ବାରା ଆୟୋଜିତ ଏକ ଭ୍ରାମ୍ୟମାଣ କବିତା ଆସର ପୁରୀ ବାଲି ହରଚଣ୍ଡୀ ମନ୍ଦିର ଠାରେ ଏହି କାର୍ଯ୍ୟ ସମ୍ପନ୍ନ କରାଯାଇଛି।ଘନବନ ବେଷ୍ଟିତ ସମୁଦ୍ର ଉପକଣ୍ଠରେ ଶକ୍ତି ପୀଠ ମା ବାଲି ହରଚଣ୍ଡୀ ମନ୍ଦିର ରେ ପ୍ରଥମେ “ପ୍ରଥମ ପରିଚୟ”ପୂଜାର୍ଚ୍ଚନାପରେ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ସଂସଦର ପ୍ରତିଷ୍ଠାତା ବଳରାମ ତରାଇ, ସଭାପତି କବି ଚକ୍ରଧର ତ୍ରିପାଠୀ, ଉପସଭାପତି ଡକ୍ଟର ଚନ୍ଦ୍ରଶେଖର ଦାଶ ,ପଥପ୍ରଦର୍ଶକ ପଦ୍ମନାଭ ତ୍ରିପାଠୀ ,ସମ୍ପାଦିକା କବୟିତ୍ରୀ ସରସ୍ଵତୀ ନାୟକ, ରାଜ୍ୟ ସଂଯୋଜକ କବି ଗୋଦାବରୀଶ ଦାସ,ଅଧ୍ୟକ୍ଷ ନବକିଶୋର ସାମନ୍ତରାୟ, ବାସୁଦେବ ସିଂହ, ଜ୍ୟୋତି ରଞ୍ଜନ ଦାଶ,ହୀରାଲାଲ ପାଢୀ ଓ ସ୍ବାବଲମ୍ବନ ପ୍ରକାଶନର ନିର୍ଦ୍ଦେଶକ ସନ୍ତୋଷ କୁମାର ବାରିକଙ୍କ ସମେତ ପ୍ରାୟ ପଚାଶରୁ ଉର୍ଦ୍ଧ୍ବ କବି କବୟିତ୍ରୀ ଉପସ୍ଥିତ ଥିଲେ। ଉପସ୍ଥିତ କବି କବୟିତ୍ରୀମାନେ ପୁସ୍ତକର ଅନେକ କବିତା ପାଠ କରି ଏହା ଏକ ବାସ୍ତବଧର୍ମୀ କବିତା ସଂକଳନ ଓ ସମାଜ ପରିବର୍ତ୍ତନ ତଥା ପାଠକମାନଙ୍କ ନିକଟରେ ଖୁବ୍ ଆଦୃତ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଆଙ୍ଗ୍ଳୋ ବେଦିକ୍ ସ୍କୁଲ, କପିଳେଶ୍ୱର ପୁର, ପୁରୀ ତରଫରୁ ଶ୍ରୀ ମଲ୍ଲିକଙ୍କୁ “ଆଦର୍ଶ ଶିକ୍ଷକ”ସମ୍ମାନ ରେ ସମ୍ମାନିତ କରାଯାଇଥିଲା।ସମ୍ପାଦିକା ସରସ୍ବତୀ ନାୟକଙ୍କ ଦ୍ବିତୀୟ କବିତା ସଙ୍କଳନ “ଶ୍ରୀକ୍ଷେତ୍ର ସ୍ତବ” ମଧ୍ୟ ଲୋକାର୍ପଣ କରାଯାଇଥିଲା। (ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Please Share

Leave a Reply

Your email address will not be published. Required fields are marked *