ଭାଙ୍ଗି ପଡି ନାହାନ୍ତି ଯୋଗେଶ ଜୋଜୋ : “ଯୋଗେଶ ଜୋଜୋ ଅଫିସିଆଲ” ନାମରେ ତିଆରି କଲେ ନୂଆ ୟୁ ଟ୍ୟୁବ୍ ଚାନେଲ

Advertisement
Advertisement
Click for Any Complaint Regarding This News
AAA Online Services

ସୁନ୍ଦରଗଡ:-(ଦେଵଲୋଚନ କୁମୁରା) ସମ୍ବଲପୁର ର ଲୋକପ୍ରିୟ ହାସ୍ୟ ଅଭିନେତା ଯୋଗେଶ ଜୋଜୋ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ କିଛି ଦିନ ପୂର୍ବରୁ ତାଙ୍କ jojo j5 production youtube ଚାନେଲ ଟି ହ୍ୟାକ ହେଇ ଯାଇଥିଲା ଓ ସମ୍ବଲପୁର ସାଇବର ଥାନା ରେ ଏତଲା ଦେଇଥିବା ବିଶେଷ ସୁତ୍ର ରୁ ଜଣା ପଡ଼ିଛି ,କିନ୍ତୁ ଏତିକି ରେ ନିରାଶ ହେଇନାହାନ୍ତି ଯୋଗେଶ । ଯୋଗେଶ ଜୋଜୋ ଲୋକଙ୍କ ଭଲ ପାଇବା ଓ ଅନେକ କଳାକାର ଙ୍କ ପ୍ରେରଣାରେ ସେ ସାହସ ଜୁଟାଇ ପୁଣି ଥରେ ଯୋଗେଶ ଜୋଜୋ ଅଫିସିଆଲ (JOGESH JOJO OFFICIAL) ନାମରେ ଗୋଟେ ନୂଆ ୟୁ ଟ୍ୟୁବ୍ ଚାନେଲ ଆରମ୍ଭ କରିଛନ୍ତି ଓ ବହୁତ ଶୀଘ୍ର ନୂଆ ଭିଡିଓ ସବୁ ଆସିବ ବୋଲି ସୂଚନା ଦେଇଛନ୍ତି lଏହା ସହ ତାଙ୍କର ଏଠାରେ ନୂଆ ଚାନେଲକୁ ସବ୍-ସକ୍ରାୟିବ (Subscribe) କରିବା କୁ ସେ ଅନୁରୋଧ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ସାଇବର ଅପରାଧ ଦିନକୁ ଦିନ ବଢ଼ିବାରେ ଲାଗିଛି ଏହା ଏବେ ପୋଲିସ ବିଭାଗ ପାଇଁ ବଡ ଚାଲେଞ୍ଜ ହୋଇ ଉଭା ହେଇଛି, ଏହି ଅସାଧୁ ହ୍ୟାକର ମାନେ ଦିନକୁ ଦିନ ନୂଆ ନୂଆ ଟେକନିକ ମାଧ୍ୟମରେ ଅପରାଧ କରୁଥିବା ଯୋଗୁଁ ପୋଲିସ ପକ୍ଷେ ଏମାନଙ୍କୁ ଧରିବା କାଠିକର ପାଠ ହୋଇଛି ।

Please Share

Leave a Reply

Your email address will not be published. Required fields are marked *