ପଦ୍ମପୁର: -ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ର ସୋହେଲା ମାଧବ ନଗରର ସମାଜସେବୀ ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସ୍ବର୍ଗୀୟ ଜୟପ୍ରକାଶ ସୁନା ଓ ମାତା ଶ୍ରୀମତୀ ସୌଦାମିନୀ ସୁନାଙ୍କ ଝିଅ ରିଙ୍କି ସୁନା ଙ୍କ ବାହାଘର ଅବସରରେ “ସମ୍ବାଦ ଆମ ଓଡ଼ିଶା” ସ୍ବେଛାସେବୀ ଅନୁଷ୍ଠାନ ସଂକଲ୍ପ ପରିବାର ଓ ଜୀବନ ଜ୍ୟତି ରକ୍ତଦାତା ସଂଗଠନ ର ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।ସଙ୍କଳ୍ପ ପରିବାରର ସଦସ୍ୟ ଜି ରମେଶ , ନିଧାନ ଦନ୍ତା ଓ ସନ୍ତୋଷ ଦନ୍ତା ଙ୍କ ଉପସ୍ଥିତିରେ ଶିବିରରେ ସ୍ବର୍ଗୀୟ ଜୟପ୍ରକାଶ ସୁନାଙ୍କ ସ୍ତ୍ରୀ ସୌଦାମିନୀ ସୁନାଙ୍କ ସମେତ ତାଙ୍କ ପରିବାର ର ୧୦ ଜଣ ରକ୍ତଦାତା ଙ୍କୁ ନେଇ ମୋଟ ୨୧ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।
ବିବାହ ଉତ୍ସବରେ ରକ୍ତଦାନ ଶିବିର ଆୟୋଜନ କରିଥିବାରୁ ସଂକଲ୍ପ ପରିବାର ତରଫରୁ ଶ୍ରୀମତୀ ସୌଦାମିନୀ ସୁନାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ବରଗଡ଼ ରକ୍ତଭଣ୍ଡାରର ରାକେଶ ରଣା,ସବିତା ନାଏକ, ସୁରଜ ସୁନା ପ୍ରମୁଖ ରକ୍ତସଂଗ୍ରହ କରିଥିଲେ ।
ବାହାଘର ସମୟରେ ଏହି ରକ୍ତ ଦାନ ଶିବିର ଅନୁଷ୍ଠିତ କରିଥିବାରୁ ଅଞ୍ଚଳବାସୀ ତଥା ବୁଦ୍ଧିଜୀବି ମହଲରେ ଶ୍ରୀ ସୁନା ଙ୍କ ପରିବାର ଲୋକ ମାନଙ୍କୁ ବହୁ ମାତ୍ରାରେ ପ୍ରଶଂସା କରୁଛନ୍ତି । ବରଗଡ଼ ଜିଲ୍ଲା ପଦ୍ମପୁର ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା l
ନିଆରା ଢଙ୍ଗରେ ଝିଅ ବାହାଘର
Click for Any Complaint Regarding This News
AAA Online Services