ଆଉ ନାହାନ୍ତି କଂଗ୍ରେସର ଚାଣକ୍ୟ : ଆରପାରି ରେ ଅହମ୍ମଦ ପଟେଲ

Advertisement
Advertisement
Click for Any Complaint Regarding This News
AAA Online Services

କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲଙ୍କ ନିଧନ । ମୃତ୍ୟୁ ବେଳକୁ ତାଙ୍କୁ 71 ବର୍ଷ ହୋଇଥିଲା । 71 ବର୍ଷୀୟ ଅହମ୍ମଦ ପଟେଲ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ଏକ ମାସ ପୂର୍ବରୁ ସେ କରୋନାରେ ପୀଡିତ ହୋଇଥିଲେ ଯାହା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। କିଛି ଦିନ ପୂର୍ବରୁ ତାଙ୍କୁ ଗୁରୁଗ୍ରାମର ମେଡାଣ୍ଟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅହମ୍ମଦ ପଟେଲଙ୍କ ପୁଅ ଫୈସଲ ପଟେଲ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଶେଷ ଦର୍ଶନ ସମୟରେ କରୋନା ପ୍ରୋଟୋକଲ୍ ଅନୁସରଣ କରିବାକୁ, ସାମାଜିକ ଦୂରତା ବଜାୟ ରଖିବାକୁ ଏବଂ ଲୋକଙ୍କୁ ଏକତ୍ରିତ ନ ହେବାକୁ ସେ ନିବେଦନ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ଅହମ୍ମଦ ପଟେଲ ତିନିଥର ଲୋକସଭା ସାଂସଦ ଏବଂ ଚାରିଥର ରାଜ୍ୟସଭା ସାଂସଦ ଥିଲେ। 2001 ପରଠାରୁ ସେ ସୋନିଆ ଗାନ୍ଧୀଙ୍କ ରାଜନୈତିକ ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଥିଲେ। ଅହମ୍ମଦ ପଟେଲଙ୍କ ଦେହାନ୍ତରେ ସମସ୍ତ ବଡ ନେତା ଶୋକ ପ୍ରକାଶ କରିଛନ୍ତି।

Please Share

Leave a Reply

Your email address will not be published. Required fields are marked *