ଛତ୍ରପୁର (କ୍ରାନ୍ତି ଓଡିଶା) (ସନ୍ତୋଷ କୁମାର ସାହୁ) : ଛତ୍ରପୁର ବାର୍ ଆସୋସିଏସନ୍ ତଥା ଓକିଲସଂଘର କର୍ମକର୍ତ୍ତା ନିର୍ବାଚନ ଡିସେମ୍ବର ୧୨ ତାରିଖ ରେ ଅନୁଷ୍ଠିତ ହେବ । ସଂଘର ବିଭିନ୍ନ ପଦ ପଦବୀ ନିମନ୍ତେ ପ୍ରାଥୀ ପତ୍ର ଦାଖଲ କରିବାକୁ ନଭେମ୍ବର ୨୪ ଓ ୨୫ ଦିନ ତାରିଖ ଧାର୍ଯ୍ୟ ରହିଛି । ମଙ୍ଗଳବାର ତଥା ନଭେମ୍ବର୨୪ ରେ ପ୍ରାର୍ଥୀ ପତ୍ର ଦାଖଲର ପ୍ରଥମ ଦିନ ରେ ୮ଜଣ ପ୍ରାର୍ଥୀ ନିଜ ନିଜ ପ୍ରାର୍ଥୀପତ୍ର ନିର୍ବାଚନ ଅଧିକାରୀ ସିଏଚ୍. ସୂର୍ଯ୍ୟନାରାୟଣ ରେଡ୍ଡୀଙ୍କ ନିକଟରେ ଦାଖଲ କରିଛନ୍ତି ।ସହକାରୀ ନିର୍ବାଚନ ଅଧିକାରୀ ଭାବେ ସନ୍ତୋଷ କୁମାର ସାହୁ ଓ ସଂଜୟ କୁମାର ବେହେରା ଦାୟିତ୍ୱ ତୁଲାଉଛନ୍ତି । ଓକିଲ ସଂଘର ସଭାପତି ପଦବୀ ନିମନ୍ତେ ପ୍ରଦୀପ କୁମାର ପାଢୀ, ବ୍ରଜ ମୋହନ ଆଚାର୍ଯ୍ୟ ଓ କେ.କମଳ ଲୋଚନ ଦାସ ପ୍ରାଥୀ ପତ୍ର ଦାଖଲ କରିଥିବା ବେଳେ ସାଧାରଣ ସମ୍ପାଦକ ନିମନ୍ତେ ଏଲ.ଗୋପାଳ ରାଓ(ଗୋପୀ) ଓ ଏସ.ଶ୍ୟାମ କୁମାର ରାଓ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।
ସେହିପରି ଉପସଭାପତି ନିମନ୍ତେ ବାବୁ ନାହାକ ଓ ଡମିନାଥ ସାହୁ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ଲାଇବ୍ରେରୀ ଏଣ୍ଡ ସେମିନାର ସମ୍ପାଦକ ଭାବେ ସୁରେଶ କୁମାର ପଟ୍ଟନାୟକ ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।
ନଭେମ୍ବର ୨୬ ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ, ୨୭ରେ ପ୍ରାର୍ଥୀପତ୍ର କାଏମ ଥିବା ତାଲିକା ଓ ୨୮ ତାରିଖରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିବା ନିମନ୍ତେ ତାରିଖ ଧାର୍ଯ୍ୟ ରହିଛି ବୋଲି ସୂଚନା ମିଳିଛି । ଛତ୍ରପୁର ଓକିଲ ସଂଘର ୧୯୮ଜଣ ସଭ୍ୟ ରହିଥିବା ବେଳେ ସଂକ୍ରୀୟ ସଭ୍ୟ ତଥା ଭୋଟର ଭାବେ ୧୭୦ଜଣ ରହିଛନ୍ତି ବୋଲି ସହକାରୀ ନିର୍ବାଚନ ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।
ଛତ୍ରପୁର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ନିମନ୍ତେ : ପ୍ରଥମ ଦିନରେ ୮ ଜଣ ପ୍ରାର୍ଥୀ ପତ୍ର ଦାଖଲ କଲେ
Click for Any Complaint Regarding This News
AAA Online Services