ଚାଇନିଜ ଆପ ଉପରେ ଆଉ ଏକ କଡା ପ୍ରହାର : ୪୩ଟି ମୋବାଇଲ ଆପ ବ୍ୟାନ

Advertisement
Advertisement
Click for Any Complaint Regarding This News
AAA Online Services

ଆଜି କେନ୍ଦ୍ର ସରକାର  ଆଉ ଥରେ ଚାଇନିଜ ଆପ ଉପରେ ଏକ କଡା ପଦକ୍ଷେପ ସ୍ୱରୂପ ୪୩ଟି ମୋବାଇଲ ଆପ ବ୍ୟାନ କରିଛନ୍ତି। ତେବେ ବ୍ୟାନ ହୋଇଥିବା ଏହି ଆପ ଗୁଡ଼ିକୁ ଭାରତର ଭୌଗଳିକ ସୀମା ମଧ୍ୟରେ ବସବାସ କରୁଥିବା କୌଣସି ବ୍ୟକ୍ତିବିଶେଷ ବ୍ୟବହାର କରିପାରିବେ ନାହିଁ। ଏଠାରେ ସୂଚନା ଯୋଗ୍ୟ ଯେ ଏହି ଆପଗୁଡ଼ିକ ଦେଶର ସାର୍ବଭୌମତ୍ୱ, ଅଖଣ୍ଡତା, ପ୍ରତିରକ୍ଷା ଓ ବ୍ୟକ୍ତିଗତ ଗୋପନୀୟତା ପ୍ରତି ବିପଦ ସୃଷ୍ଟି କରିବା ଆଶଙ୍କା ଥିବାରୁ ଏଭଳି ପଦକ୍ଷେପ ନିଆଯାଇ ଥିବା ସରକାର ସ୍ପଷ୍ଟ କରିଛନ୍ତି । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମର ୬୯ଏ ଅନୁଯାୟୀ  ଏହି ୪୩ଟି ମୋବାଇଲ୍ ଆପକୁ ବ୍ୟାନ କରିଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଚଳିତ ବର୍ଷ ଜୁନ ରେ ୫୯ଟି ଏବଂ ସେପ୍ଟେମ୍ବରରେ ୧୧୮ଟି ଆପ୍ ଉପରେ ସରକାର ପ୍ରତିବନ୍ଧକ ଲଗାଆଇଥିଲେ । ଆଜିକୁ ମିଶାଇ ଚଳିତ ବର୍ଷ କେନ୍ଦ୍ର ସରକାର ୨୨୦ଟି ଆପକୁ ବ୍ୟାନ କରିଛନ୍ତି।

Please Share

Leave a Reply

Your email address will not be published. Required fields are marked *