ଭୁବନେଶ୍ୱର (ଦୀପକ ଭରଦ୍ୱାଜ): କରୋନା ମହାମାରୀ ପରିସ୍ଥିତି କୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକ କ୍ଷେତ୍ର ସ୍ତରରେ ଅନୁଷ୍ଠିତ ହେଉଛି । ପୂର୍ବକ୍ଷେତ୍ର ପାଇଁ ଉଦ୍ଦିଷ୍ଟ ଏହି ବୈଠକ ନଭେମ୍ବର ୨୫ ଓ ୨୬ ଦୁଇଦିନ ଧରି ଭୁବନେଶ୍ବରରେ ଅନୁଷ୍ଠିତ ହେବ । ତେରାପନ୍ମ ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ସଂଘର ପରମପୂଜନୀୟ ସରସଂଘ ଚାଳକ ଡକ୍ଟର ମୋହନ ଭାଗବତ ଏବଂ ସରକାର୍ଯ୍ୟବାହ ଶ୍ରୀ ସୁରେଶ ( ଭୟାଜୀ) ଯୋଶୀ ଉପସ୍ଥିତ ରହିବେ । ପଶ୍ଚିମବଙ୍ଗ, ଓଡ଼ିଶା, ଆଣ୍ଡାମାନ ଓ ନିକୋବର ଅଂଚଳରେ ଥିବା ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳର ୩୫ ଜଣ ସଦସ୍ୟ ଏହି ବୈଠକରେ ଭାଗ ନେବେ । ଡ, ଭାଗବତ ଆଜି ଭୁବନେଶ୍ବରରେ ଆସି ପହଁଚିଛନ୍ତି ।
ସ୍ବୟଂସେବକ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକ ଭାରତୀୟ ସ୍ତରରେ ଅନୁଷ୍ଠିତ ନ ହୋଇ କ୍ଷେତ୍ରସ୍ତରରେ ଅନୁଷ୍ଠିତ ହେଉଛି । ଏପରି ପ୍ରଥମ ଥର ପାଇଁ ହେଉଛି । ସମଗ୍ର ଦେଶରେ ଥିବା ସଂଘର ୧୧ଟି କ୍ଷେତ୍ର ମଧ୍ୟରୁ ପୂର୍ବ କ୍ଷେତ୍ରର ବୈଠକ ଭୁବନେଶ୍ବରରେ ଅନୁଷ୍ଠିତ ହେବ ।ଏଠାରେ ସୂଚନାଯୋଗ୍ୟ ଯେ ଚଳିତବର୍ଷ ବୈଠକ ଉତରପ୍ରଦେଶର ପ୍ରୟାଗରାଜ ଠାରେ ଅନୁଷ୍ଠିତ ହେବାର ଥିଲା । କିନ୍ତୁ , ଆସନ୍ତା ମହାମାରୀ କରୋନା ଯୋଗୁଁ ଏହି ବର୍ଷର କାର୍ଯ୍ୟଯୋଜନା ଏବଂ ବର୍ତ୍ତମାନ ବୈଠକକୁ ସ୍ଥଗିତ ରଖୁବାକୁ ପଡିଥିଲା ।
ଚାଲୁଥିବା କାର୍ଯ୍ୟର ସମୀକ୍ଷା ପାଇଁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଅଖଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ଦୀପାବଳୀ ସମୟରେ ଅନୁଷ୍ଠିତ ହୋଇଥାଏ । ପ୍ରାନ୍ତ ସଂଘଚାଳକ, ପ୍ରାନ୍ତ କାର୍ଯ୍ୟବାହ, ପ୍ରାନ୍ତ ପ୍ରଚାରକ ତଥା ଉପରିସ୍ଥ ଦାୟିତ୍ବରେ ଥିବା କାର୍ଯ୍ୟକର୍ତ୍ତାମାନଙ୍କ ଉପସ୍ଥିତି ରେ ହେବାକୁ ଥିବା ଏହି ବୈଠକ ବର୍ତ୍ତମାନ ପରିସ୍ଥିତି ଏବଂ ସରକାରୀ ନିର୍ଦ୍ଦେଶାବଳୀକୁ ଦୃଷ୍ଟିରେ ରଖି ଭୁବନେଶ୍ବରରେ ଏହି ବୈଠକ ଦୁଇ ଦିନ ଧରି ଅନୁଷ୍ଠିତ ହେବ। କୋଭିଡ–୧୯ ମହାମାରୀ ସମୟରେ ସ୍ବୟଂସେବକମାନଙ୍କ ଦ୍ଵାରା କରାଯାଇଥିବା ସେବା କାର୍ଯ୍ୟର ଆଲୋଚନା ଓ ସମୀକ୍ଷା ହେବ । ଏହା ସହିତ କୋଭିଡ-୧୯ ରେ ପ୍ରଭାବିତ ଜନଜୀବନ, ଶିକ୍ଷା, ସ୍ବାସ୍ଥ୍ୟ, ଆତ୍ମନିର୍ଭରଶୀଳତା ଉପରେ ବିସ୍ତ୍ରୁତ ଭାବେ ଆଲୋଚନା ହେବର ସମ୍ଭାବନା ରହିଛି ।