ଯୁବ ସମାଜ ସେବି,ଆଦର୍ଶ ଚିକିତ୍ସକ ସ୍ୱର୍ଗତ ସୁଶାନ୍ତ ମଲ୍ଲଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଆଶ୍ୱାସନା ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

Advertisement
Advertisement
Click for Any Complaint Regarding This News
AAA Online Services

ଯୁବସମାଜ ସେବି,ଆଦର୍ଶ ଚିକିତ୍ସକ ସ୍ୱର୍ଗତ ସୁଶାନ୍ତ ମଲ୍ଲଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଆଶ୍ୱାସନା ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରାଯାଇଛି।ଆନୁଷ୍ଠାନିକ ଭାବରେ ସ୍ୱର୍ଗତ ସୁଶାନ୍ତ ମଲ୍ଲ ଙ୍କ କୁନି ଝିଅ କ୍ରିଷ୍ଣାକ୍ରାନ୍ତି ମଲ ଙ୍କ ଦ୍ଵାରା ରକ୍ତଦାନ ଶିବିର ଉଦ୍ଘାଟନ କରା ଯାଇଥିଲାl ଏହି ଉଦ୍ଘାଟନ ଉତ୍ସବ ରେ ଶିକ୍ଷକ ଅଶୋକ କୁମାର ଦାସ, ଘନଶ୍ୟାମ ମଲ, ଅଭିରାମ ମଲ, ମନୋଜ ଦାସ, ମଧୁସ୍ମିତା ଦାସ ସମେତ ଅନ୍ୟ ପରିବାର ବର୍ଗ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ 34 ୟୁନିଟ୍ ବ୍ଲଡ଼ ସଂଗୃହିତ କରାଯାଇଥିଲା,ଏବଂ ସନ୍ଧ୍ୟାରେ ସ୍ୱର୍ଗତ ସୁଶାନ୍ତ ମଲ୍ଲ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମହମବତୀ ଶୋଭାଯାତ୍ରା ଅଜାଣ ଛକ ଠାରୁ ଆରମ୍ଭ ହୋଇ ମେଦୁଆକୁଲ ସ୍ଥିତ ତାଙ୍କ ବାସଭବନ କରାଗଲା। ଉକ୍ତ ରକ୍ତ ଦାନ ଶିବିର କୁ ଆଶ୍ୱାସନା ସଭାପତି ସୁବ୍ରତ ଜେନା, ସମ୍ପାଦକ ଆଲୋକ ପରିଡ଼ା, ଶ୍ରବଣ ଦାସ, ଅମରେଶ ପରିଡ଼ା , ସମୀର ଦାସ, ସରୋଜ ପ୍ରଧାନ, ନିହାର ରଞ୍ଜନ ବେହେରା, ସନ୍ତୋଷ ଦାସ , ସମୀର ରାଉତ, ସମ୍ବିତ ସାମଲ , ଦୀପକ୍ ଭରଦ୍ୱାଜ ପ୍ରମୁଖ ସହଯୋଗ କରିଥିଲେ।

Please Share

Leave a Reply

Your email address will not be published. Required fields are marked *