ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ସବୁଠାରୁ ଲୋକପ୍ରିୟ ନେତା। ସେ ଚଳିତ ବର୍ଷ ଅଗଷ୍ଟରୁ ଅକ୍ଟୋବର ପର୍ଯ୍ୟନ୍ତ ଟ୍ୱିଟର, ୟୁଟ୍ୟୁବ୍, ଗୁଗୁଲ୍ ସର୍ଚ୍ଚର ଟ୍ରେଡିଂ ଚାର୍ଟରେ ଶୀର୍ଷରେ ରହିଛନ୍ତି। ଏକ ଅଧ୍ୟୟନ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବ୍ରାଣ୍ଡ ଭେଲ୍ୟୁ ପ୍ରାୟ 336 କୋଟି ଟଙ୍କା ବୋଲି ଜଣାପଡିଛି । ଏଠାରେ ସୁଚନା ଯୋଗ୍ୟ ଯେ ସୋଶିଆଲ ମିଡିଆ ପ୍ଲାଟଫର୍ମଗୁଡିକରେ 2,171 ଟ୍ରେଣ୍ଡ ସହିତ ପିଏମ ମୋଦୀ ସବୁଠାରୁ ଆଗରେ ଥିବା ବେଳେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ YS ଜଗନମୋହନ ରେଡ୍ଡୀ ଥିଲେ ଯିଏ 2,137 ଟ୍ରେଣ୍ଡ ସହ ଦ୍ବିତୀୟ ସସ୍ଥାନରେ ରହିଛନ୍ତି । ତେବେ ପିଏମ ମୋଦୀଙ୍କ ବ୍ରାଣ୍ଡ ଭେଲ୍ୟୁ ପ୍ରାୟ 336 କୋଟି ଟଙ୍କା ଥିବା ବେଳେ ତାଙ୍କ ତଳକୁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବ୍ରାଣ୍ଡ ଭେଲ୍ୟୁ 335 କୋଟି ଟଙ୍କା ରହିଛି।ଏହି ବ୍ରାଣ୍ଡ ଭେଲ୍ୟୁ ସୋସିଆଲ ମିଡିଆରେ ଯୋଗଦାନ ଏବଂ ଅନୁସରଣକାରୀ (Followers)ଙ୍କ ଆଧାରରେ ପ୍ରସ୍ତୁତ କରାଯାଇଛି |
ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁଠାରୁ ଲୋକପ୍ରିୟ ନେତା : ଜାଣନ୍ତୁ ମୋଦୀଙ୍କର ବ୍ରାଣ୍ଡ ଭେଲ୍ୟୁ
Click for Any Complaint Regarding This News
AAA Online Services