କଟକ ନୟାସଡକ ଲୁଟ ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । ପ୍ରେସମିଟରେ ପୋଲିସ କମିଶନରଙ୍କ ସୂଚନା ଅନୁଯାୟୀ IIFLର କର୍ମଚାରୀ ସଂପୂର୍ଣ୍ଣ ଘଟଣାର ମୁଖ୍ୟ ସୂତ୍ରଧର ବୋଲୋୟ ସ୍ପଷ୍ଟ ହୋଇଛି । IIFL ଫାଇନାନ୍ସ କମ୍ପାନିର ସିସିଟିଭି କାମ କରୁନଥିବା ଯୋଗୁଁ ଏହି ଯୋଜନାବଦ୍ଧ ଡକାଯତି ର ପ୍ରମାଣ ମିଳୁନଥିଲା ବୋଲି ପୋଲିସ ସ୍ପଷ୍ଟ କରିଛି । IIFL ଫାଇନାନ୍ସ କମ୍ପାନିର ୨ କର୍ମଚାରୀ କିଷାନ ଓ ଲାଲା ଅମ୍ରିତ ରାୟ ଲୁଟର ଯୋଜନା କରିଥିଲେ ଓ ସିସିଟିଭି କାମ କରୁନଥିବା ଯୋଗୁଁ ଏତେ ବଡ ଡକାୟତି କରିପାରି ଥିବା କଥା କମିଶନରେଟ ପୋଲିସ କହିଛି । ତେବେ କମିଶନରେଟ ପୋଲିସ ଏହି ବଡ ଡକାଯତି ରେ ସମ୍ପୃକ୍ତ ୪ଜଣ ଅଭିଯୁକ୍ତଙ୍କୁ ଅଟକ ରଖିବା ସହ ସେମାନଙ୍କ ଠାରୁ ୨ଟି ବାଇକ୍ ଜବତ କରିଛି ଓ IIFL ଫାଇନାନ୍ସ କମ୍ପାନିରୁ ଡକାଯତି କରାଯାଇଥିବା ୨ କିଲୋରୁ ଅଧିକ ସୁନା ବରାମଦ କରିଛି । ଏଠାରେ ସୂଚନାଯୋଗ୍ୟଯେ ଗତ ନଭେମ୍ବର ୨୦ ଗୁରୁବାର କଟକ ନୟାସଡ଼କସ୍ଥିତ ଆଇଆଇଏଫ୍ଏଲ୍ ଫାଇନାନ୍ସ କଂପାନିରୁ ବନ୍ଧୁକ ମୁନରେ ୩୯ କିଲୋ ୫୦୦ ଗ୍ରାମ୍ ସୁନା ଲୁଟ୍ ହୋଇଥିଲା l ଲୁଟ୍ ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ କୋଟି ହୋଇଥିବା ସୂଚନା ମିଳିଥିଲା।
କଟକ ନୟାସଡକ ଲୁଟ ଘଟଣାରେ କମ୍ପାନିର କର୍ମଚାରୀ ମୁଖ୍ୟ ସୂତ୍ରଧର
Click for Any Complaint Regarding This News
AAA Online Services