ରାଜଗାଙ୍ଗପୁର ଜନସ୍ୟାସ୍ଥ ଜଳଯୋଗାଣ ବିଭାଗ କୋମାରେ

Advertisement
Advertisement
Click for Any Complaint Regarding This News
AAA Online Services

ବିଗତ ବହୁ ଦିନ ଧରି ହରିମେସିନ ପ୍ରାଚୀର କଡ଼ ମୁଖ୍ୟ ରାସ୍ତାରେ ହଜାର ହଜାର ଲିଟର ପାଣି ବୋହିଯାଉଛି, ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି । ବହୁ ଦିନ ଧରି ଏଠାରେ ଉଚ୍ଚ ଅଧିକାରୀ ନାହାନ୍ତି ବା ଥାଇ ମଧ୍ୟ କାର୍ଯ୍ୟାଳୟ ଆସୁ ନ ଥିବାର ଅଭିଯୋଗ ହୋଇଛି, କିରାଣୀ ଓ ପିଅନ ଦ୍ୱାରା ସମସ୍ତ କାର୍ଯ୍ୟ କରାଯାଉଛି, ରାଣିବନ୍ଧ ଜନସ୍ୟାସ୍ଥ ଅଫିସକୁ କେହି କୈଣସି କାର୍ଯ୍ୟ ବା ଅଭିଯୋଗ ନେଇ ଗଲେ ଉତ୍ତର ମିଳେ ବଡ଼ବାବୁ ନାହାନ୍ତି ‌ ଲୋକମାନେ ଅନ୍ୟ ଉପାୟ ନ ପାଇ କାନମୁଣ୍ଡ ଆଉଷି ଘରକୁ ଫେରନ୍ତି।କେନ୍ଦ୍ର ବା ରାଜ୍ୟ ସରକାର ପାଣି ସମସ୍ୟା ଦୁର କରିବା ପାଇଁ ଅନେକ ଯୋଜନା କରିଛନ୍ତି,ପାଣି ସଞ୍ଜୟ ପାଇଁ ମଧ୍ୟ ପ୍ରତିଦିନ ଲୋକଙ୍କୁ ଟିଭି ମାଧ୍ୟମରେ ସଚେତନ କରନ୍ତି ମାତ୍ର ଖୋଦ୍ ପାଣି ବିଭାଗରେ ଏହାର କୌଣସି ପ୍ରଭାବ ପଡିନଥିବା ପରିଲକ୍ଷିତ ହେଉଛି । ସମୟ ଥାଇ ଏହାର ପ୍ରତିକାର କରାନଗଲେ ଆଗକୁ ପରିସ୍ଥିତି ଦୁର୍ବିସହ ହେବ ବୋଲି ସହର ସାରା ଚର୍ଚ୍ଚାର ବିଷୟ ପାଲିଟିଛି । ଏହା ସହ ସହରବାସୀ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଅବସ୍ଥାନ ପାଇଁ ଦାବିକରିଛନ୍ତି । ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ରଙ୍କ ରିପୋର୍ଟ।

Please Share

Leave a Reply

Your email address will not be published. Required fields are marked *