ରାଜଗାଙ୍ଗପୁର ରାସ୍ତା କଡ଼ରେ ଉଠାଦୋକାନୀ ଙ୍କୁ ମିଳିଲା ମାନ୍ୟତା

Advertisement
Advertisement
Click for Any Complaint Regarding This News
AAA Online Services

ଦୀର୍ଘଦିନ ରୁ ଗରିବ ଉଠା ବେପାରୀ ମାନେ ରାଜଗାଙ୍ଗପୁର ରାସ୍ତା କଡ଼ରେ ଏଣେତେଣେ ବସି ବ୍ୟାବସାୟୀ କରୁଥିଲେ । ନିଜର କୌଣସି ସ୍ଥାୟୀ ବ୍ୟବସ୍ଥା ନଥିବା ଯୋଗୁଁ ସେମାନେ ଖରା,ବର୍ଷା, ଶିତରେ ବହୁତ ହଇରାଣ ହେଉଥିଲେ । ଏହା ସହ ଉଠା ଦୋକାନୀ ମାନେ ଏଣେତେଣେ ବସିବା ଯୋଗୁଁ ବାରମ୍ବାର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲା ଏହାକୁ ନେଇ ବାରମ୍ବାର ଅଭିଯୋଗ କରିଥିଲେ ସ୍ଥାନୀୟ ଜନସାଧାରଣ ଏବଂ ସହରର ବରଷ୍ଠ ନାଗରିକ ଓ ବୁଦ୍ଧିଜୀବି । ତେବେ ପରିଶେଷରେ ପୈରପାଳିକା ଅଧିକାରୀ ଉକ୍ତ ସମସ୍ୟକୁ ଗୁରୁତ୍ୱପୂର୍ଣ୍ଣ ମନେ କରି ପୈରପାଳିକା କାର୍ଯ୍ୟାଳୟ ପକ୍ଷରୁ ଉକ୍ତ ଉଠା ଦୋକାନୀ ଏବଂ ପରିବା ବେପାରୀଙ୍କୁ ସହରର ସାପ୍ତାହିକ ହାଟରେ ସେମାନଙ୍କ ବେପାର କରିବାକୁ ଅନୁମତି ଦେଇଥିଲେ । ଏଥି ନିମନ୍ତେ ବେପାରୀ ମାନେ ଅତ୍ୟନ୍ତ ଖୁସି ବୋଲି ପ୍ରକାଶ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ସାପ୍ତାହିକ ହାଟରେ ସମ୍ପୂର୍ଣ୍ଣ ସେଡ ଥିବାରୁ ଏବେ ଦୋକାନୀ ମାନେ ଖରା, ବର୍ଷାରୁ ରକ୍ଷା ପାଇପାରିବେ । ଏହି ଖବର ପାଇଲା ପରେ ଉଠା ଦୋକାନୀ ଓ ଛୋଟ ବେପାରୀ ମାନେ ବହୁତ ଖୁସି । ତେବେ ବେପାରୀ ମାନେ ଗୋଟିଏ ଯାଗାରେ ବସିବା ଯୋଗୁଁ ଗ୍ରାହକ ମାନଙ୍କୁ ଆଉ ଆଗ ଭଳି ଏଣେ ତେଣେ ବୁଲିବାକୁ ପଡ଼ିବ ନାହିଁ ଗୋଟିଏ ଯାଗାରେ ସବୁ ଜିନିଷ ମିଳିପାରିବ ସେଥିପାଇଁ ସାଧାରଣ ଲୋକ ମଧ୍ୟ ଖୁସି । ଏହି ନିଷ୍ପତ୍ତି କୁ ସହରବାସି ସ୍ୱାଗତ କରିଥିଲେ। ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ରଙ୍କ ରିପୋର୍ଟ।

Please Share

Leave a Reply

Your email address will not be published. Required fields are marked *