ଓଡିଶା ରାଜ୍ୟପାଳ ଙ୍କ ପତ୍ନୀ ସୁଶୀଲା ଦେବୀ ଙ୍କ ବିୟୋଗରେ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟର ଶୋକ ପ୍ରାର୍ଥନା

Advertisement
Advertisement
Click for Any Complaint Regarding This News
AAA Online Services

ପୁରୀ : ଆଜି ସ୍ବର୍ଗଦ୍ଵାର ଠାରେ ଓଡ଼ିଶାର ମହାମହୀମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ର ଧର୍ମ ପତ୍ନୀ ସୁଶୀଲା ଦେବୀ ଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସୁଶୀଲା ଦେବୀ ଙ୍କ ବିୟୋଗରେ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ଓ ସଂପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଗୋରୁଆଳ ସ୍ଥିତ” ଗୋବିନ୍ଦ ଗୋଧାମ ଗୋଶାଳା ” ରେ ମହାପ୍ରଭୁ ଶ୍ରୀଜଗନ୍ନାଥ ନିକଟରେ ପ୍ରାର୍ଥନା ସହିତ ଗୋମାତା ଙ୍କ ନିକଟରେ ୨ ମିନିଟ ନିରବ ପ୍ରାର୍ଥନା କରିଥିଲେ | ସେ ଧାର୍ମିକ ଓ ଆଧ୍ୟାତ୍ମିକ ମହାନ ମହିଳାଙ୍କର ଆତ୍ମାର ସଦଗତି କାମନା କରାଯାଇଥିଲା |ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଜୀ ବର୍ଣ୍ଣନା କରିଥିଲେ ଆମ ଟ୍ରଷ୍ଟ ଦ୍ୱାରା ଆୟୋଜିତ ୨୦୧୯ ମସିହା ଡିସେମ୍ବର ୨୬ ତାରିଖ ଭୋଳାନାଥ ବିଦ୍ୟାପୀଠ ରେ ଅନ୍ତରାଷ୍ଟ୍ରୀୟ ଆଧ୍ୟାତ୍ମିକ ରସ ମହୋତ୍ସବ କାର୍ଯ୍ୟକ୍ରମରେ ନିଜର ପତିଙ୍କ ସହିତ ସୁଶୀଲା ଦେବୀ ନିଜେ ଯୋଗଦେଇଥିଲେ |ତାଙ୍କର ସେହି ସରଳ ବ୍ୟବହାର ଓ ଚାଲିଚଳନ ଦେଖି ସେତେବେଳେ ସମସ୍ତେ ଖୁସି ହୋଇଥିଲେ |ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡାଙ୍କ ସମେତ ଉପସ୍ଥିତ ଟ୍ରଷ୍ଟ ସଦସ୍ୟ ମାନେ ସୁଶୀଲା ଦେବୀ ଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି |ଏହି ଦୁଃଖଦ ସମୟରେ ତାଙ୍କ ପରିବାର ସମସ୍ତଙ୍କୁ ଭଗବାନ ଶ୍ରୀଜଗନ୍ନାଥ ଧର୍ଯ୍ୟ ପ୍ରଦାନ କରନ୍ତୁ |

ଏହି ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ଟ୍ରଷ୍ଟର ସଦସ୍ୟ ଅନ୍ତରାଷ୍ଟ୍ରୀୟ ଜ୍ୟୋତିଷ ଆଚାର୍ଯ୍ୟ ନିତ୍ୟାନନ୍ଦ କର, କୃଷ୍ଣଚନ୍ଦ୍ର ଦାସଜୀ ମହାରାଜ, କାର୍ତ୍ତିକ ପଣ୍ଡା, ସୌମ୍ୟ ରଞ୍ଜନ ଆଚାର୍ଯ୍ୟ, ଘନଶ୍ୟାମ ମହାରାଜ,ମନୋଜ କୁମାର ପଣ୍ଡା, ହରପ୍ରସାଦ ମହାପାତ୍ର, ଦିଲ୍ଲୀପ ମହାନ୍ତି,ଭ୍ରମରବର ପ୍ରଧାନ,ଧୁଶାସନ ବରାଳ, ପ୍ରମୁଖ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ |

Please Share

Leave a Reply

Your email address will not be published. Required fields are marked *