ଏଣିକି ବେଆଇନ ଧର୍ମଘଟକୁ ପ୍ରୋତ୍ସାହିତ କଲେ ଜେଲ ଦଣ୍ଡ ଭୋଗିବାକୁ ପଡିବ l ନୁତନ ବିଲ୍ ଅନୁଯାୟୀ ଯଦି କୌଣସି ବ୍ୟକ୍ତି ବେଆଇନ ଧର୍ମଘଟକୁ ସମର୍ଥନ କରି ଆର୍ଥିକ ସହାୟତା କଲେ ବି ଦଣ୍ଡିତ । ପ୍ରୋତ୍ସାହିତକାରୀଙ୍କୁ ୧ ବର୍ଷ ଜେଲ କିମ୍ବା ୫ହଜାର ଯାଏ ଜୋରିମାନା ଭୋଗିବାକୁ ପଡିବ ।ଏନେଇ ଆଜି ଓଡ଼ିଶା ଅତ୍ୟାବଶ୍ୟକ ସେବା ସଂଶୋଧନ ବିଲ୍ ବିଧାନସଭାରେ ପାରିତ ହୋଇଛି l ନୂଆ ଅଧିନିୟମରେ ଅଗ୍ନି ନିରାପତ୍ତା ଓ ଜଙ୍ଗଲ ବିଭାଗ କାରାଗାର ସଂସ୍କାର, ଇଲେକ୍ଟ୍ରୋନିକ୍ସ, ସୂଚନା ଓ ଯୋଗାଯୋଗ ବିଭାଗ କୁ ସାମିଲ କରାଯାଇଛି। ନୂଆକରି ସାମିଲ ବିଭାଗର କର୍ମଚାରୀ ବେଆଇନ ଧର୍ମଘଟରେ ସାମିଲ ହେଲେ ଦଣ୍ଡିତ ହେବେ।
ସାବଧାନ୍ ! ବେଆଇନ ଧର୍ମଘଟକୁ ପ୍ରୋତ୍ସାହିତ କଲେ ଭୋଗିବାକୁ ପଡିବ ଜେଲ ଦଣ୍ଡ
Click for Any Complaint Regarding This News
AAA Online Services