ଆସୁଛି ବାତ୍ୟା : ଓଡିଶାର ଅନେକ ଜିଲ୍ଲାରେ ୟେଲୋ ଓ୍ୱାର୍ଣ୍ଣିଂ ଜାରି

Advertisement
Advertisement
Click for Any Complaint Regarding This News
AAA Online Services

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଅଧିକ ଘନୀଭୂତ ହୋଇ  ଆସନ୍ତା ୨୪ ଘଣ୍ଟାରେ ଅବପାତ ସାଇକ୍ଲୋନିକ ଷ୍ଟର୍ମ ରୂପ ନେବ l ଆସନ୍ତା ୨୫ ତାରିଖ ମଧ୍ୟାହ୍ନରେ ଭୀଷଣ ବାତ୍ୟା ଆଶଙ୍କା କରାଯାଇଛି l  ତେବେ ଓଡ଼ିଶା ଉପରେ ଏହାର ସିଧା ପ୍ରଭାବ ପଡିବାର ସମ୍ଭାବନା ନଥିଲେ ମଧ୍ୟ ଆସନ୍ତା  ୨୫ ଓ ୨୬ରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି l  ୨୫ ତାରିଖ ଯାଏଁ ଗଭୀର ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆ ଯାଇଥିବା ବେଳେ ୨୬ରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତିକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି l ଏଠାରେ ସୁଚନା ଯୋଗ୍ୟ ଯେ ତାମିଲନାଡୁ ଓ ପୁଡୁଚେରୀ ଉପକୂଳ କରାଇକାଲ ଓ ମାମଲାପୁରମ ମଧ୍ୟରେ ଗତି କରିବ ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ପ୍ରାୟ ୧୦୦ରୁ ୧୧୦ କିମି ରହିବା ର ସମ୍ଭାବନା ରହିଛି  ।

 

 

Please Share

Leave a Reply

Your email address will not be published. Required fields are marked *